ଦେଶ ବିଦେଶ ମନୋରଞ୍ଜନ

ସଲମାନ ଖାନଙ୍କ ଶତୃ ବିବେକଙ୍କ ସହ ହାତ ମିଳାଇଲେ ଭାଇ ଅରବାଜ ଖାନ୍

ମୁମ୍ବାଇ ୧୮/୧୨: ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ସଲମାନ୍ ଖାନ୍ ଏବଂ ବିବେକ ଓବେରୟଙ୍କ ବିବାଦ ବିଷୟରେ ସମସ୍ତେ ଜାଣିଛନ୍ତି। ଉଭୟଙ୍କ ମଧ୍ୟରେ ଘୋର ଶତୃତା ରହିଛି ଏବଂ ଦୁହେଁ ଦୀର୍ଘ ବର୍ଷରୁ ପରସ୍ପର ସହ କଥା ହେଉ ନାହାନ୍ତି। ଏସବୁ ଜିନିଷ ସତ୍ବେ ଅରବାଜ ଖାନ୍ ନିଜ ଭାଇଙ୍କ ଶତୃ ବିବେକ ଓବେରୟଙ୍କ ସହ ହାତ ମିଳାଇଛନ୍ତି। ଶୁଣିବାକୁ ମିଳିଛି ଯେ ଦୁହେଁ ଏକାଠି କାମ କରିବାକୁ ଯାଉଛନ୍ତି।

ଅରବାଜ ଖାନ୍ ଏବଂ ବିବେକ ଓବେରୟ ‘ରୋଜି-ଦ ସ୍ୟାଫରନ୍ ଚ୍ୟାପ୍ଟର’ନାମକ ହରର ଫିଲ୍ମରେ ଏକାଠି କାମ କରିବାକୁ ଯାଉଛନ୍ତି। ଏହି ଫିଲ୍ମର ନିର୍ମାଣ ବିବେକ ଓବେରୟ କରୁଛନ୍ତି ଏବଂ ଏଥିରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ‘ରୋଜି-ଦ ସ୍ୟାଫରନ୍ ଚ୍ୟାପ୍ଟର ଫିଲ୍ମ ଏକ ସତ୍ୟ କାହାଣୀ ଉପରେ ଆଧାରିତ ଫିଲ୍ମ ହେବ ଯେଉଁଥିରେ ଶ୍ବେତା ତିଓ୍ବାରୀଙ୍କ ଝିଅ ପଲକ ତିଓ୍ବାରୀ ମୁଖ୍ୟ ଭୂମିକାରେ ଅଭିନୟ କରିବେ।

ଫିଲ୍ମର ନିର୍ମାତା ପ୍ରେରଣା ଅରୋରା କହିଛନ୍ତି ଯେ ସେ ବହୁତ ଖୁସି ଯେ ତାଙ୍କ ଫିଲ୍ମରେ ଅରବାଜ ଖାନଙ୍କ ଏଣ୍ଟ୍ରି ହୋଇଛି। ସେ ଜଣେ ଚମତ୍କାର ନିର୍ମାତା ଏବଂ ନିର୍ଦେଶକ। ସେ ଏହି ଫିଲ୍ମକୁ ଆରମ୍ଭ କରିବା ପାଇଁ ଖୁବ୍ ଉତ୍ସାହିତ ଏବଂ ଅରବାଜ ଖାନ୍ ଆସିବା ପରେ ଏହି ଉତ୍ସାହ ଆହୁରି ବଢ଼ିଯାଇଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ