ମନୋରଞ୍ଜନ

ସଲମାନଙ୍କ ‘ରାଧେ’ ଫିଲ୍ମର ଗୀତ ‘ସିଟି ମାର୍’ ରେ ନାଚିଲେ ଡାକ୍ତର, ଭାଇରାଲ୍ ହେଲା ଭିଡିଓ

ନୂଆଦିଲ୍ଲୀ ୧୬/୦୫: ସାରା ଦେଶରୁ କରୋନା ଭାଇରସର ଚକିତ କଲା ଭଳି ଫଟୋ ସାମ୍ନାକୁ ଆସୁଛି । କେଉଁଠି ହସ୍ପିଟାଲରେ ବେଡ୍ ନାହିଁ ତ ଆଉ କେଉଁଠି ଶ୍ମଶାନ ବାହାରେ ଲମ୍ବା ଧାଡି ଲାଗିଛି । ଆମ ସ୍ୱାସ୍ଥ୍ୟସେବାରେ ଥିବା ଲୋକମାନେ ସେମାନଙ୍କର ସାମର୍ଥ୍ୟଠାରୁ ଅଧିକ କାମ କରୁଛନ୍ତି ।ଏହି ସମୟରେ, ଅନେକ ଭିଡିଓ ସାମ୍ନାକୁ ଆସୁଛି ଯେଉଁଥିରେ ସ୍ୱାସ୍ଥ୍ୟ କର୍ମୀମାନେ ରୋଗୀମାନଙ୍କୁ ଖୁସି କରିବାକୁ ନାଚିବା ସହ ଗୀତ ଗାଇଥିବାର ଦେଖାଯାଛି । ଆଜିକାଲି ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ କିଛି ଡାକ୍ତର ସଲମାନ ଖାନଙ୍କ ନୂଆ ଫିଲ୍ମ ରାଧେର ‘ସିଟି ମାର୍’ ଗୀତରେ ନାଚୁଥିବାର ଦେଖାଯାଇଛି। ଫିଲ୍ମର ହିରୋଇନ୍ ଦିଶା ପଟାନୀ ମଧ୍ୟ ଏଥିରେ ପ୍ରତିକ୍ରିୟା ଦେଇଛନ୍ତି।

ଡାକ୍ତରଙ୍କ ଏହି ଭଡିଓକୁ ଦିଶା ପାଟାନୀଙ୍କ ଏକ ଫ୍ୟାନ୍ କ୍ଲବ୍ ଇନଷ୍ଟାଗ୍ରାମରେ ସେୟାର କରିଛି। ଭିଡିଓରେ ଡାକ୍ତରମାନେ ହସ୍ପିଟାଲର କରିଡରରେ ‘ସିଟି ମାର’ ଗୀତରେ ନାଚୁଥିବାର ଦେଖାଯାଇଛି। ସମସ୍ତ ଡାକ୍ତର ମାସ୍କ ଲଗାଇ ଉତ୍ସାହର ସହିତ ଡ୍ୟାନ୍ସ ପ୍ରଦର୍ଶନ କରୁଛନ୍ତି।

ଦିଶା ପଟାନୀ ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରି କହିଛନ୍ତି, ୱା! ଆମର ପ୍ରକୃତ ହିରୋ । ଭିଡିଓଟି ଖୁବ୍ ଭାଇରାଲ ହେବାରେ ଲାଗିଛି ଏବଂ ସୋସିଆଲ ମିଡିଆ ୟୁଜରମାନେ କମେଣ୍ଟ ସେକ୍ସନରେ ହାର୍ଟର ଇମୋଜି ଦେଇ ନିଜର ପ୍ରେମ ବ୍ୟକ୍ତ କରୁଛନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ