ଦେଶ ବିଦେଶ ମନୋରଞ୍ଜନ

ସଲମାନଙ୍କ ପିଛା ଛାଡୁନି ବିବାଦ, ଆଉ ଏକ ନୂଆ ମାମଲାରେ ଫସିଲେ ଅଭିନେତା

ନୂଆଦିଲ୍ଳୀ ୦୧।୦୪ : ପୁଣି ବିବାଦରେ ବଲିଉଡର ଭାଇଜାନ୍‌। ବିବାଦ ସହ ସଲମାନଙ୍କ ରହିଛି ପୁରୁଣା ସମ୍ପର୍କ। କୋର୍ଟ ତାଙ୍କ ପିଛା ଛାଡୁନି। ବଢି ଚାଲଛି ଅଡୁଆ । କୋର୍ଟରେ ମିଳିଛି ତାଙ୍କୁ ଆଉ ଏକ ଝଟ୍‌କା। ନୂଆ ମାମଲାରେ ଫସିଛନ୍ତି ସଲମାନ ଖାନ୍‌। ପଡୋଶୀଙ୍କ ବିରୋଧରେ ଆଣିଥିବା ସଲମାନଙ୍କ ମାନହାନୀ ମାମଲାକୁ ଖାରଜ କରି ଦେଇଛନ୍ତି ମୁମ୍ବାଇ କୋର୍ଟ। କେତନଙ୍କ ଓକିଲଙ୍କ କହିବା ଅନୁଯାୟୀ କେତନ ୧୯୯୬ରେ ଏଠାରେ ଏକ ଜମି କିଣିଥିଲେ। ସେଠି ରହିବାକୁ ଚାହୁଁଥିଲେ। ଗତ ୭ରୁ ୮ ବର୍ଷ ହେଲା ସଲମାନ ଏବଂ ତାଙ୍କ ପରିବାର କେତନଙ୍କ ଜମି ମାଡି ବସିଛନ୍ତି। ତାଙ୍କ ଘର ଓ ଜାଗାକୁ ବ୍ୟକ୍ତିଗତ ଫାଇଦାରେ ଲଗାଉଥିବା ନେଇ ଅଭିଯୋଗ ହୋଇଛି ।

କିଛି ଦିନ ତଳେ ସଲମାନଙ୍କ ପଡୋଶୀ କେତନ କକ୍କଡ ତାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ହେଲେ ଏଥିଯୋଗୁଁ ତାଙ୍କ ବିରୋଧରେ ମାନହାନୀ ଅଭିଯୋଗ ଆଣିଥିଲେ। ଯେଉଁଥିପାଇଁ ସଲମାନ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହେଲେ କୋର୍ଟ ସଲମାନଙ୍କ ଏହି ମାନହାନୀ ଆବେଦନକୁ ଏବେ ଖାରଜ କରିଦେଇଛନ୍ତି । କେତନ ଯେଉଁ ଅଭିଯୋଗ କରିଛନ୍ତି ତା’ର ପ୍ରମାଣ ତାଙ୍କ ପାଖରେ ଅଛି ବୋଲି କୋର୍ଟଙ୍କ କହିଛନ୍ତି।

ବାସ୍ତବରେ ସଲମାନଙ୍କ ଖାନ୍‌ଙ୍କ ପନବେଲ ଫାର୍ମହାସ ପାଖରେ ରୁହନ୍ତି ଏନ୍‌ଆରଇ କେତନ କକ୍କଡ। ସେ ତାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ ଜରିଆରେ ସଲମାନଙ୍କୁ ଟାର୍ଗେଟ କରିଥିଲେ। ସେ ସଲମାନଙ୍କ ଫାର୍ମହାଉସକୁ ନେଇ ଅନେକ ଏଭଳି କଥା କହିଥିଲେ ଯାହାକୁ ବିଶ୍ୱାସ କରିବା ବହୁତ କଷ୍ଟକର ଥିଲା। ଏହାକୁ ନେଇ ସଲମାନ କୋର୍ଟରେ ମାନହାନୀ ଅଭିଯୋଗ କରିଥିଲେ। ତେବେ କୋର୍ଟ ତାଙ୍କ ଆବେଦନ ଖାରଜ କରିଛନ୍ତି। କେତନଙ୍କ ବିରୋଧରେ ଯେଉଁ ଅଭିଯୋଗ କରିଛନ୍ତି ତା’ର କୌଣସି ପ୍ରମାଣ ନଥିବା କହିଛନ୍ତି କୋର୍ଟ। ମାମଲା ତଦନ୍ତ ପରେ ଯାହା କିଛି ନିଷ୍ପତ୍ତି ନିଆଯିବ ବୋଲି କୋର୍ଟ କହିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ