ଦେଶ ବିଦେଶ ମନୋରଞ୍ଜନ

ସଲମାନଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ସୋମି ଅଲି, ଏପରି ଉତ୍ତର ଦେଇ ହୃଦୟ ଭାଙ୍ଗି ଦେଇଥିଲେ ଭାଇଜାନ…

ନୂଆଦିଲ୍ଳୀ ୦୬।୦୧ : ବଲିଉଡ୍‌ର ଭାଇଜାନ ସଲମାନ ଖାନ ଏବଂ ସୋମି ଅଲିଙ୍କ ସମ୍ପର୍କ ବିଷୟରେ ପୁରା ଇଣ୍ଡଷ୍ଟ୍ରିକୁ ଜଣା । ସୋମି ସଲମାନଙ୍କ ଉପରେ ଆଣିଥିବା ଅଭିଯୋଗକୁ ଯୋଗୁଁ ଖୁବ୍‌ ଚର୍ଚ୍ଚାକୁ ଆସିଥିଲେ । ୯୦ ଦଶକ ଦୁହିଁଙ୍କ ବ୍ରେକଅପ୍ ଖବର ମଧ୍ୟ ଅନେକ ଥର ଆଲୋଚନାକୁ ଆସିଛି । ହେଲେ ବର୍ତ୍ତମାନ ସୋମି ଅଲିଙ୍କ ନିକଟରେ ସାକ୍ଷାତକାର ଦେଇଥିଲେ । ଏଥିରେ ସୋମି ନେପାଳ ଯିବାବେଳେ ସଲମାନ ଖାନଙ୍କୁ କିପରି ପ୍ରସ୍ତାବ ଦେଇଥିଲେ ତାହା କହିଛନ୍ତି। ସେ ସମୟରେ ତାଙ୍କୁ ୧୬ ବର୍ଷ ହୋଇଥିଲା। ସୋମି ଅଲି ତାଙ୍କ ପ୍ରସ୍ତାବ ଉପରେ ସଲମାନ ଖାନଙ୍କ ଉତ୍ତର ମଧ୍ୟ ଦେଇଛନ୍ତି। ସାକ୍ଷାତକାରରେ ସୋମି ଆଲାନି ସଲମାନ ଖାନଙ୍କ ପିତାମାତାଙ୍କୁ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ ସେ ସେମାନଙ୍କଠାରୁ ବହୁତ କିଛି ଶିଖିଛନ୍ତି।

ସୋମି ଅଲି ଏହା ପୂର୍ବରୁ ଅନେକ ସାକ୍ଷାତକାରରେ କହିଛନ୍ତି ଯେ ସେ କେବଳ ସଲମାନ ଖାନଙ୍କୁ ବିବାହ କରିବା ପାଇଁ ଭାରତ ଆସିଥିଲେ। ସେ ୧୯୯୧ ରୁ ୧୯୯୮ ପର୍ଯ୍ୟନ୍ତ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ସଲମାନଙ୍କୁ ସେ ବହୁତ ଭଲ ପାଉଥିଲେ। ମୁଁ ଥରେ ତାଙ୍କ ‘ମେନ ପ୍ୟାର୍‌ କିୟା’ ଦେଖିଥିଲି, ଏହାପରେ ତାଙ୍କ ପ୍ରତି ମୋର ଦୁର୍ବଳାତା ବଢିବାରେ ଲାଗିଥିଲା। ମୁଁ ଭାରତ ଯିବାକୁ ସ୍ଥିର କଲି। ସେତେବେଳେ ମୋର ବୟସ ୧୬ ଥିଲା। ମୁଁ ଭାରତ ଆସିଥିଲି ସଲମାନଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲି। କିନ୍ତୁ ତାଙ୍କର ଏକ ଗର୍ଲଫ୍ରେଣ୍ଡ ଥିବା କହି ସେ ଏହାକୁ ଏଡାଇ ଦେଇଥିଲେ। ଏହି ଘଟଣାର ମାତ୍ର ଗୋଟିଏ ବର୍ଷ ପରେ ସଲମାନ ଗର୍ଲଫ୍ରେଣ୍ଡଙ୍କୁ ଭୁଲି ସୋମି ଅଲିଙ୍କ ନିକଟତର ହୋଇଥିଲେ। କୁହାଯାଏ ସୋମି ଏବଂ ସଲମାନଙ୍କ ସମ୍ପର୍କ ୧୯୯୧ରୁ ୧୯୯୯ ପର୍ଯ୍ୟନ୍ତ ଚାଲିଥିଲା। ସଲମାନଙ୍କ ସହ ବ୍ରେକଅପ୍ ପରେ ୧୯୯୯ ରେ ଆମେରିକା ଚାଲି ଯାଇଥିଲେ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ