ଅପରାଧ ରାଜ୍ୟ

ସର୍ଭେ ରିପୋର୍ଟରେ ଖୁଲାସା: କେବଳ ଶିବଲିଙ୍ଗ ନୁହେଁ ଜ୍ଞାନବାପି ମସଜିଦ ଭିତରୁ ଅଛି ପଦ୍ମ, ତ୍ରିଶୁଳ, ଡମ୍ବୁର, ସାପ ଫଣା

ବାରାଣସୀ: ଜ୍ଞାନବାପି ମସଜିଦକୁ ନେଇ ରହସ୍ୟ ଘନେଇବାରେ ଲାଗିଛି। ପ୍ରଥମେ ମସଜିଦ ଭିତରୁ ଶିବଲିଙ୍ଗ ମିଳିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଏବେ ମସଜିଦ୍ ଭିତରୁ ପଦ୍ମ, ତ୍ରିଶୁଳ, ଡମ୍ବୁର, ସାପ ଫଣାର ଭଗ୍ନାବଶେଷ ମିଳିଥିବା କୁହାଯାଉଛି। ଜ୍ଞାନବାପି ମସଜିଦ ମାମଲାରେ ହିନ୍ଦୁ ଆବେଦନକାରୀଙ୍କ ପକ୍ଷରୁ ହାଜର ହୋଇଥିବା ଓକିଲ ଅଜୟ ମିଶ୍ରା କହିଛନ୍ତି ଯେ, ଏହି ସପ୍ତାହ ପୂର୍ବରୁ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଜ୍ଞାନବାପି ମସଜିଦର ସର୍ଭେ କରାଯାଇଥିବା ବେଳେ ଭିତରୁ ବହୁ ବର୍ଷ ପୁରୁଣା ଜିନିଷ ମିଳିଛି। ହିନ୍ଦୁ ଦେବୀ-ଦେବତାଙ୍କ ପଦ୍ମ, ତ୍ରିଶୁଳ, ଡମ୍ବରୁ ଓ ଶେଷନାଗଙ୍କ ସାପ ଫଣାର ଭଗ୍ନାବଶେଷ ମିଳିଛି।

ସେ କହିଛନ୍ତି ଯେ, ମନ୍ଦିର ଭିତରେ ଥିବା ଅଳିଆ ଭିତରେ ହିନ୍ଦୁ ଦେବୀ-ଦେବତାଙ୍କ ପଦ୍ମ, ତ୍ରିଶୁଳ, ଡମ୍ବୁର ଓ ଶେଷନାଗଙ୍କ ସାପ ଫଣାର ଭଗ୍ନାବଶେଷ ମିଳିଛି। ତାହା ପ୍ରାୟ ୫୦୦-୬୦୦ବର୍ଷ ପୁରୁଣା ହୋଇଥିବା ଭଳି ଲାଗୁଥିଲା। ମୋ‌ତେ ଭିତରକୁ ଯିବାକୁ ଦିଆଗଲା ନାହିଁ ବୋଲି ମୁଁ ଭଲ କରି ଦେଖିପାରିଲି ନାହିଁ।

ଅନ୍ୟପକ୍ଷରେ ଅଦାଲତଙ୍କଦ୍ବାରା ନିଯୁକ୍ତ ସ୍ବତନ୍ତ୍ର ସହକାରୀ କମିସନର୍‌ ବିଶାଳ ସିଂହ ଅଦାଲତରେ ସର୍ଭେ ରିପୋର୍ଟ ଦାଖଲ କରିବା ବେଳେ ଉଭୟ ପକ୍ଷର ବ୍ୟକ୍ତିମାନେ ସେଠାରେ ଉପସ୍ଥିତ ଥିଲେ। ଲଫାପା ମଧ୍ୟରେ ଗୋଟାଏ ‘ଭିଡିଓ ଚିପ୍‌’ ଥିବା କଥା ମଧ୍ୟ ସେ କହିଛନ୍ତି। ମସ୍‌ଜିଦ୍‌ ପରିସରରେ ଭିଡିଓ ଉତ୍ତୋଳନ କରିଥିବା ଟିମ୍‌ ୧୦/୧୫ ପୃଷ୍ଠାବିଶିଷ୍ଟ ଏହି ରିପୋର୍ଟକୁ ଗୋଟାଏ ବନ୍ଦ ଲଫାପାରେ ଦାଖଲ କରିଛନ୍ତି। ରିପୋର୍ଟ ଦାଖଲ ହୋଇଥିଲେ ବି ଆଜି ଶୁଣାଶି ହୋଇନାହିଁ। ଏହି ମାମଲାରେ ଯୁକ୍ତି ଉପସ୍ଥାପନ କରୁଥିବା ଆଡ୍‌ଭୋକେଟ୍‌ ଏଚ୍‌ଏସ୍‌ ଜୈନ ଡାକ୍ତରଖାନାରେ ଥିବାରୁ ଶୁଣାଣିକୁ ଆସନ୍ତାକାଲିକୁ ଘୁଞ୍ଚାଇ ଦିଆଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।