ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ

ଆଗ୍ରା: ଦୁନିଆ ଯେତେ ଆଗକୁ ଗଲେ ବି, ସମୟ ବଦଳିଲେ ବି ବଧୂ ନିର୍ଯାତନା ମାମଲା ଥମିବାର ନାଁ ନେଉନାହିଁ।  ଆଗ୍ରାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ବିବାହର କିଛି ଦିନ ପରେ ‌ଯୌତୁକ ଲୋଭରେ ଶାଶୂଘର ଲୋକ ଜଣେ ବୋହୂକୁ ନିର୍ଯାତନା ଦେଇଥିବା କଥା ସାମ୍ନାକୁ ଆସିଛି। ବୋହୂ କିନ୍ନର ବୋଲି ଦାବି କରି ତାଙ୍କୁ ସର୍ବସମ୍ମୁଖରେ ଉଲଗ୍ନ କରିବାକୁ ଚେଷ୍ଟା କରିଥିବା ଜାଣିବାକୁ ମିଳିଛି।

ଅଭିଯୋଗ ରହିଛି ଯେ ବାହାଘର ସରିବା ପରେ ଶଶୁରଘର ଲୋକ ବୋହୂକୁ ସୁନା ମୁଦି ଓ ବାଇକ୍‌ ପାଇଁ କହିଥିଲେ। ହେଲେ କନ୍ୟାପକ୍ଷ ଲୋକ ନଦେବାରୁ ସେମାନେ ରାଗରେ ଆସି ଯାଇଥିଲେ। ନବବିବାହିତାଙ୍କ ସ୍ବାମୀ, ଶାଶୂ ଓ ଜାଆ ଯୌତୁକ ଦାବି କରିଥିବା ଅଭିଯୋଗ ହୋଇଛି। ଗତ ମେ ୨୪ ତାରିଖରେ ନବବିବାହିତାଙ୍କର ‘ମୁହଁ ଦେଖା’ ରୀତି ଚାଲିଥିବା ବେଳେ ସେ ଜଣେ କିନ୍ନ ବୋଲି ଅଭିଯୋଗ ଆଣି ତାଙ୍କୁ ଅନେକ ପୁରୁଷ ଲୋକ ଥିବା ଅବସ୍ଥାରେ ତାଙ୍କ ଶଶୁରଘର ଲୋକ ବସ୍ତ୍ର ଖୋଲିବାକୁ କହିଥିଲେ। ମାତ୍ର କନ୍ୟା ଜଣକ ବସ୍ତ୍ର ଖୋଲିବାକୁ ମନା କରିବାରୁ ତାଙ୍କ ‌ଶାଶୂ ତାଙ୍କୁ ସର୍ବସମ୍ମୁଖରେ ଆକ୍ରମଣ କରିବା ସହ ଘୋଷାରି ଘୋଷାରି ନେଇ ଗାଡ଼ିରେ ବସାଇ ତାଙ୍କ ବାପଘରେ ଛାଡ଼ି ଦେଇଥିଲେ।

ଅଭିଯୋଗକାରୀଙ୍କ କହିବାନୁସାରେ, ଯେତେବେଳେ ସେ ଘରେ ପହଞ୍ଚିଲେ ତ ତାଙ୍କ ଅବସ୍ଥା ଦେଖି ତାଙ୍କ ମାଆ ତାଙ୍କ ଶାଶୂଘରକୁ କଲ୍‌ କଲେ ଏବଂ ସେମାନେ ପୀଡ଼ିତା କନ୍ୟାଙ୍କ ମାଆଙ୍କୁ ଫୋନ୍‌ରେ ଖୁବ୍‌ ଗାଳିଗୁଲଜ କରିଥିଲେ। ଅତିରିକ୍ତ ପୁଲିସ କମିସନର କେଶବ ଚୌଧୁରୀ ଏହି ଘଟଣାର ତଦନ୍ତ କରିବାକୁ ଏବଂ ପୀଡିତାଙ୍କ ଅନୁରୋଧ ଅନୁଯାୟୀ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ