ରାଜ୍ୟ

ସର୍ବଭାରତୀୟ ସ୍ତରରେ ପାରାଦୀପ ବନ୍ଦରର ରେକର୍ଡ: ୨୬୨ ଦିନରେ ୧୦୦ ଏମ୍‌ଏମ୍‌ଟି ପଣ୍ୟ କାରବାର

ଜଗତସିଂହପୁର: ପଣ୍ୟ କାରବାରରେ ପାରାଦୀପ ବନ୍ଦର ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। ଚଳିତ ଆର୍ଥିକ ବର୍ଷରେ ଖୁବଶୀଘ୍ର ୧୦୦ ମିଲିଅନ୍ ମେଟ୍ରିକ ଟନ୍ (ଏମଏମଟି) ପଣ୍ୟ ପରିଚାଳନା କରି ପାରାଦୀପ ବନ୍ଦର ନିଜସ୍ୱ ରେକର୍ଡ ଭାଙ୍ଗିବା ସହ ସର୍ବଭାରତୀୟ ସ୍ତରରେ ବୃହତ ବନ୍ଦର ଇତିହାସରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି।

ଲଗାତାର ସାତ ବର୍ଷ ଧରି ୧୦୦ ଏମ୍‌ଏମ୍‌ଟି କ୍ଲବ୍‌ରେ ସାମିଲ ହୋଇଥିବା ପାରାଦୀପ ବନ୍ଦର ଚଳିତ ଆର୍ଥିକ ବର୍ଷ ଡିସେମ୍ବର ୧୮ ତାରିଖରେ ୧୦୦.୨୮ ଏମ୍‌ଏମ୍‌ଟି ପଣ୍ୟ କାରବାର କରିଛି। ପୂର୍ବ ଆର୍ଥିକ ବର୍ଷରେ ପାରାଦୀପ ବନ୍ଦରକୁ ଏହି କୃତିତ୍ୱ ହାସଲ ପାଇଁ ୨୮୪ ଦିନ ଲାଗିଥିବା ବେଳେ ଚଳିତ ବର୍ଷ ଏହାର ୨୨ ଦିନ ପୂର୍ବରୁ ଅର୍ଥାତ୍ ୨୬୨ ଦିନରେ ଏହି ବିରଳ ସଫଳତା ମିଳିପାରିଛି। ଏହି ସଫଳତା ସଂପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ବନ୍ଦର ଅଧ୍ୟକ୍ଷ ପିଏଲ ହରନାଦ ସୂଚନା ପ୍ରଦାନ କରିଛନ୍ତି। ତଥ୍ୟ ଅନୁସାରେ ଚଳିତ ଆର୍ଥିକ ବର୍ଷ ଶେଷ ପର୍ଯ୍ୟାୟରେ ପାରାଦୀପ ବନ୍ଦର ୧୪୫ ଏମ୍‌ଏମ୍‌ଟିରୁ ଅଧିକ ପଣ୍ୟ ପରିଚାଳନା କରିବାକୁ ଲକ୍ଷ୍ୟ ରଖିଛି। ବନ୍ଦର ପୋତାଶ୍ରୟରେ ବିଭିନ୍ନ ଯାନ୍ତ୍ରିକକରଣ ଓ ଉନ୍ନୟନ କାର୍ଯ୍ୟ ପାଇଁ ଏହା ସମ୍ଭବ ହୋଇପାରିଛି। ପୂର୍ବ ଆର୍ଥିକ ବର୍ଷ ତୁଳନାରେ ଆଇରନ୍ ଓର୍ ଏବଂ ପେଲେଟ୍ ଉଲ୍ଲେଖନୀୟ ୬୯.୦୩% ଅଭିବୃଦ୍ଧି ପ୍ରଦର୍ଶନ କରିଛି। ବନ୍ଦରରେ ସମୁଦାୟ ପଣ୍ୟ କାରବାର ମଧ୍ୟରୁ କୋଷ୍ଟାଲ୍ ଥର୍ମାଲ୍ କୋଇଲା ପ୍ରାୟ ୩୦.୩୮% କାରବାର ହୋଇଛି।

ବର୍ତ୍ତମାନ ବର୍ଥ ଉତ୍ପାଦନ ଦୈନିକ ପ୍ରତି  ଜାହାଜରେ ୩୨.୬୮୯  ମେଟ୍ରିକ ଟନ୍ (ଏମ୍‌ଟି), ଯାହା ଦେଶର ସମସ୍ତ ପ୍ରମୁଖ ବନ୍ଦର ମଧ୍ୟରେ ସର୍ବାଧିକ। ଜାହାଜ ଟ୍ୟୁମ୍-ରାଉଣ୍ଡ୍-ଟାଇମ୍ ୪୨.୦୧ ଘଣ୍ଟା ରେକର୍ଡ କରାଯାଇଛି। ସେହିପରି ପାରାଦୀପ ବନ୍ଦର ଦେଶର ଏକ ଉପକୂଳ ପରିବହନ ହବ୍ ଭାବରେ ଉଭା ହୋଇଛି। ମହାରାଷ୍ଟ୍ର ଭିତ୍ତିକ ପାୱାର୍ ପ୍ଲାଣ୍ଟ୍‌ର ଥର୍ମାଲ୍ କୋଇଲାକୁ ପଶ୍ଚିମ ଉପକୂଳକୁ ପଠାଇବା ଆରମ୍ଭ କରିଛି। ତେବେ କାର୍ଯ୍ୟକ୍ଷମ ଉତ୍କର୍ଷତା ପାଇଁ ବନ୍ଦରର ପ୍ରତିବଦ୍ଧତା, କାର୍ଗୋ ପରିଚାଳନାରେ ରଣନୀତିରେ ଉନ୍ନତି ସହିତ ଏହା ଶିଳ୍ପର ବିକାଶ ଓ ଅଗ୍ରଗତିର ଆବଶ୍ୟକତାକୁ ପୂରଣ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। କେନ୍ଦ୍ର ବନ୍ଦର, ଜାହାଜ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲଙ୍କ ମାର୍ଗଦର୍ଶନ, ପ୍ରେରଣା, ନେତୃତ୍ୱ ପାଇଁ ଏହି ସଫଳତା ମିଳିପାରିଛି ବୋଲି ବନ୍ଦର ଅଧ୍ୟକ୍ଷ ଶ୍ରୀ ହରନାଦ କହିଛନ୍ତି। ସେହିପରି ‌ସେ ବନ୍ଦରର ସମସ୍ତ ଅଧିକାରୀ, କର୍ମଚାରୀ, ଉପଭୋକ୍ତା ଶିଳ୍ପ, ଷ୍ଟିଭେଡୋର୍ସ, ଷ୍ଟିମର୍‌ ଏଜେଣ୍ଟ, ଟ୍ରେଡ୍ ୟୁନିଅନ୍, ପିପିପି ଅପରେଟର୍‌ମାନଙ୍କୁ ସେମାନଙ୍କ ସକ୍ରିୟ ସହଯୋଗ ପାଇଁ ଅଭିନନ୍ଦନ ଜଣାଇବା ସହ ରାଜ୍ୟ ସରକାର, ଭାରତୀୟ ରେଳ, ସୀମା ଶୁଳ୍କ ବିଭାଗଏବଂ ଅନ୍ୟାନ୍ୟ ବିଭାଗ ଗୁଡ଼ିକର ସହଯୋଗକୁ ପ୍ରଶଂସା କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।