ରାଜ୍ୟ ସ୍ପେଶାଲ ରିପୋର୍ଟ

ସର୍ବଭାରତୀୟ ମହିଳା ସାଂସ୍କୃତିକ ସଂଗଠନର ବିକ୍ଷୋଭ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର: ବିଭିନ୍ନ ଦାବି ନେଇ ଆଜି ଅଲ୍‌ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ ପକ୍ଷରୁ ଲୋୟର୍‌ ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ନାରୀଙ୍କୁ ନିର୍ଯାତନା ଦେଉଥିବା ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟ‌ାନୁଷ୍ଠାନ, ମଦ ତଥା ମାଦକଦ୍ରବ୍ୟ ଓ ଅଶ୍ଳୀଳତା ଅପସଂସ୍କୃତିର ପ୍ରଚାର ପ୍ରସାର ବନ୍ଦ, ଦରବୃଦ୍ଧିରେ ଲଗାମ, ଆଶା, ଅଙ୍ଗନବାଡ଼ି, ପାଚିକା/ସହାୟକ ଆଦିଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ଦେଇ ସର୍ବନିମ୍ନ ୨୬ ହଜାର ଟଙ୍କା ଦରମା ଏବଂ ଶିକ୍ଷା, ସ୍ବାସ୍ଥ୍ୟ, ବିଜୁଳି ଆଦି ‌କ୍ଷେତ୍ରରେ ଘରୋଇକରଣ ବନ୍ଦ କରିବା ଆଦି ଦାବି ନେଇ ସଂଗଠନର କର୍ମକର୍ତ୍ତାମାନେ ବିକ୍ଷୋଭ କରିଥିଲେ। ଏଥିରେ ସଂଗଠନର ରାଜ୍ୟ ସଭାନେତ୍ରୀ ବୀଣାପାଣି ଦାସ, ରାଜ୍ୟ ସଂପାଦିକା ସ୍ବୟଂପ୍ରଭା ନାୟକ, ଉପସଭାନେତ୍ରୀ ସରୋଜିନୀ ନାୟକ, ଲିଓନି ତିର୍କୀ, ରାଜ୍ୟ ସମ୍ପାଦିକା ମଣ୍ଡଳୀ ସଦସ୍ୟା ତରଙ୍ଗିଣୀ ଦାସ, ମାନସୀ ସ୍ବାଇଁ, ମନ୍ ଦୋଦରୀ ରାଉଳ, ଦ୍ରୌପଦୀ ମହାନ୍ତ, ପ୍ରଭାମଞ୍ଜୁଳା ବ୍ରହ୍ମ, କାର୍ଯ୍ୟକାରିଣୀ ସଭ୍ୟା ସଂଯୁକ୍ତା ସାମଲ, ମିଞ୍ଜାରୀ ଦେଓଗାମ, ପ୍ରବାସିନୀ ରାଉଳ, ସ୍ବାଧୀନୀ ବେହେରା, ପ୍ରସନ୍ନା ମିଶ୍ର, ସଂଘମିତ୍ରା ମହାପାତ୍ର, ସୁଲୋଚନା ପ୍ରଧାନ, ପ୍ରମିଳା ପଣ୍ଡା, ବିଜୟଲକ୍ଷ୍ମୀ ପାତ୍ର ଓ ମାଳବିକା ସାମଲ ପ୍ରମୁଖ ସାମିଲ ହୋଇଥିଲେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।