କଳା ଓ ସଂସ୍କୃତି ଦେଶ ବିଦେଶ

ସରିଲା ସସ୍‌ପେନ୍ସ: ଏଥର ମାତ୍ର ୩୦ ଦିନ ହେବ ମହାକୁମ୍ଭ ମେଳା, ଏପ୍ରିଲ ୧ରୁ ଆରମ୍ଭ

ହରିଦ୍ୱାର ୧୬/୦୨ : ହରିଦ୍ୱାର ମହାକୁମ୍ଭ ମେଳା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ରହିଛି। ମହାକୁମ୍ଭ ପାଇଁ ସମସ୍ତ ପ୍ରସ୍ତୁତି ଚାଲିଛି। ଉତ୍ତରାଖଣ୍ଡ ସରକାର ସ୍ପଷ୍ଟ କରିଛନ୍ତି ଯେ ଏଥର ମହାକୁମ୍ଭ ମାତ୍ର ୩୦ ଦିନ ପାଇଁ ହେବ। ଏପ୍ରିଲ ୧ ତାରିଖରୁ ଆରମ୍ଭ ହୋଇ ୩୦ ତାରିଖରେ ଶେଷ ହେବ। ୩୦ ଦିନ ପାଇଁ କୁମ୍ଭ ଆୟୋଜନ କରାଯାଇଛି।

ମୁଖ୍ୟ ଶାସନ ସଚିବ ଓମ ପ୍ରକାଶ କହିଛନ୍ତି ଯେ ମହାକୁମ୍ଭ ସ୍ଥିତି ସ୍ପଷ୍ଟ ହୋଇଯାଇଛି। କେନ୍ଦ୍ର ସରକାରଙ୍କ ତରଫରୁ ଗାଇଡଲାଇନ ପଠାଯାଇଥିଲା। ଗାଇଡଲାଇନ ଅନୁସାରେ କୁମ୍ଭ କମ ଦିନ ପାଇଁ ଆୟୋଜନ କରିବାକୁ କୁହାଯାଇଥିଲା। କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁସାରେ ରାଜ୍ୟ ସରକାର ୩୦ ଦିନ ପାଇଁ ମହାକୁମ୍ଭ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ମହାକୁମ୍ଭ ସମୟରେ କୌଣସି ସ୍ପେଶାଲ ଟ୍ରେନ ଚାଲିବନାହିଁ। ଏଥିପାଇଁ ମୁଖ୍ୟ ଶାସନ ସଚିବଙ୍କ ତରଫରୁ ରେଳ ମନ୍ତ୍ରାଳୟକୁ ଚିଠି ଲେଖାଯାଇଥିଲା। ଏହାକୁ ରେଳ ମନ୍ତ୍ରାଳୟ ସହମତି ପ୍ରଦାନ କରିଛନ୍ତି। ମହାକୁମ୍ଭ କ୍ଷେତ୍ରରୁ ଯାତ୍ରୀଙ୍କୁ ବାହାରକୁ ନେବା ପାଇଁ ଟ୍ରେନ ବ୍ୟବସ୍ଥା କରାଯିବ। ପୂର୍ବରୁ ଧାର୍ଯ୍ୟ ହୋଇଥିଲା ଯେ ମହାକୁମ୍ଭ ପାଇଁ ସ୍ପେଶାଲ ଟ୍ରେନ ଚଳାଚଳ ହେବ କିନ୍ତୁ ଏହା ଉପରେ ରୋକ ଲଗାଇ ଦିଆଯାଇଛି। ଏହାସହ କୌଣସି ଅତିରିକ୍ତ ବସ ଚଳାଚଳ ହେବ ନାହିଁ ବୋଲି ସେ କହିଛନ୍ତି। ଅତିରିକ୍ତ ବସ ଚଳାଚଳ ପାଇଁ ଉତ୍ତରାଖଣ୍ଡ ସରକାରଙ୍କ ଠାରୁ ଅନୁମତି ନେବା ଅନିବାର୍ଯ୍ୟ।

ମୁଖ୍ୟ ଶାସନ ସଚିବ ଓମ ପ୍ରକାଶ କହିଛନ୍ତି ଯେ ମହାକୁମ୍ଭକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କୁ କରୋନା ଭ୍ୟାକସିନ ମଗାଯାଇଥିଲା। ସରକାର ୧ ଲକ୍ଷ ୪୬ ହଜାର ଭ୍ୟାକସିନ ଯୋଗାଇଛନ୍ତି। ଏହା କୁମ୍ଭରେ କାମ କରୁଥିବା କର୍ମଚାରୀ ଓ ବ୍ୟବସାୟୀଙ୍କୁ ଦିଆଯିବ। କୁମ୍ଭ ଆରମ୍ଭ ହେବା ପୂର୍ବରୁ ଭ୍ୟାକସିନ ଦିଆଯିବ।

କୁମ୍ଭ ଅବଧି କମ କରିଦେବାରୁ ହରିଦ୍ୱାର ବ୍ୟବସାୟୀ ଏହାକୁ ବିରୋଧ କରିଛନ୍ତି। କରୋନା ମହାମାରୀ ସମୟରେ ବ୍ୟବସାୟୀଙ୍କୁ ବହୁତ କ୍ଷତି ସହିବାକୁ ପଡିଛି। କୁମ୍ଭ ସମୟରେ ସେମାନେ ଭଲ ବ୍ୟବସାୟ କରିବେ ବୋଲି ଭାବିଥିଲେ। କିନ୍ତୁ କୁମ୍ଭ ଅବଧି କମ କରିଦିଆଯାଇଛି। ତେବେ ଏହିଭଳି ସ୍ଥିତିରେ ଲୋକଙ୍କୁ ପ୍ରଶାସନକୁ ସହଯୋଗ କରିବାକୁ ହେବ ବୋଲି ଓମପ୍ରକାଶ କରିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,