ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ସରିଲା ନାସାଲ୍ କୋଭିଡ୍ ଭ୍ୟାକ୍ସିନର କ୍ଲିନିକାଲ ଟ୍ରାଏଲ୍; ଅନୁମତି ମିଳିଲେ ଲଞ୍ଚ ହେବ୍ ବିଶ୍ୱର ପ୍ରଥମ ନାସାଲ ଭ୍ୟାକ୍ସିନ୍

ନୂଆଦିଲ୍ଲୀ: ବିଶ୍ୱର ପ୍ରଥମ କ୍ଲିନିକାଲି ପ୍ରମାଣିତ ନାସାଲ କୋଭିଡ୍ ଭ୍ୟାକ୍ସିନର ଚିକିତ୍ସାଳୟ(କ୍ଲିନିକାଲି ଟ୍ରାଏଲ୍)ରେ ପରୀକ୍ଷଣ ଶେଷ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଭାରତୀୟ ବାୟୋଟେକ୍ ଡା. କ୍ରିଷ୍ଣା ଇଲ୍ଲା ସୂଚନା ଦେଇଛନ୍ତି। ସେ କହିଛନ୍ତି ” ତଥ୍ୟ ବିଶ୍ଳେଷଣ ଜାରି ରହିଛି। ସରିଲା ପରେ ଆମ ସବୁ ତଥ୍ୟ ପରିଚାଳକ ସଂସ୍ଥାନ(ରେଗୁଲେଟୋରୀ ଏଜେନ୍ସି)କୁ ଦେବୁ। ଯଦି ସବୁକିଛି ଠିକ୍‌ଠାକ୍ ରହିବ ତେବେ ନାସାଲ ଭ୍ୟାକ୍ସିନକୁ ଲଞ୍ଚ କରିବାକୁ ଆମକୁ ଅନୁମତି ମିଳିବ ଓ ଏହା ବିଶ୍ୱରେ ପ୍ରଥମ ନାସାଲ କୋଭିଡ୍ ଭ୍ୟାକ୍ସିନ ହେବ।”

ଭାରତୀୟ ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ)ର ସବ୍‌ଜେକ୍ଟ ଏକ୍ସପର୍ଟ କମିଟି(ଏସ୍ଇସି) ଭାରତ ବାୟୋଟେକ୍‌ର ଇଣ୍ଟ୍ରାନାସାଲ ଭ୍ୟାକ୍ସିନକୁ ତୃତୀୟ ପର୍ଯ୍ୟାୟ ବୁଷ୍ଟର ଡୋଜ୍ ପରୀକ୍ଷଣ ପାଇଁ ସୈଦ୍ଧାନ୍ତିକ ଅନୁମତି ଦେଇଥିଲା। ପ୍ରଥମ ଥର ପାଇଁ ଭାରତରେ ଏଭଳି ଭ୍ୟାକ୍ସିନକୁ ଅନୁମତି ମିଳିଥିଲା। ଅନୁମତି ମିଳିବାର କକିଛି ସପ୍ତାହ ପୂର୍ବରୁ ଭ୍ୟାକ୍ସିନ ପ୍ରୋଟକଲ ସବମିଟ କରିବାକୁ ଡିଜିସିଆଇ କମ୍ପାନୀକୁ କହିଥିଲା।

ସୂଚନା ଥାଉକି, ଭାରତରେ ବର୍ତ୍ତମାନ କୋଭିଶିଲ୍ଡ, କୋଭାକ୍ସିନ, ସ୍ପୁଟନିକ ଭି ଟିକାକୁ ଟିକାକରଣ ପାଇଁ ଅନୁମିତ ମିଳିଛି। ପରୀକ୍ଷିତ ଏହି ନାସାଲ ସ୍ପ୍ରେ ସଂକ୍ରମିତ ସ୍ଥାନରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରେ। ଯଦି ଏହାକୁ ଅନୁମତି ମିଳିଲା ତେବେ ଟିକା ସହ ନାସାଲ ସ୍ପ୍ରେ ବି ବ୍ୟବହାର କରିହେବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ