ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ସରିଲା ଜେଇଇ ଆଡଭାନ୍ସଡ୍‌ ଆବେଦନ, ୨୮ରେ ପରୀକ୍ଷା

ଭୁବନେଶ୍ୱର ୧୩।୦୮: ଦେଶର ବିଭିନ୍ନ ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଆଇଆଇଟି)ରେ ନାମଲେଖା ପାଇଁ ଜେଇଇ ଆଡଭାନ୍ସଡ୍‌ ଅଗଷ୍ଟ ୨୮ ତାରିଖରେ ହେବ । ଏଥିପାଇଁ ଶୁକ୍ରବାର ଆବେଦନ ପ୍ରକ୍ରିୟା ସରିଛି । ଶନିବାର ରାତି ୮ଟା ସୁଦ୍ଧା ଛାତ୍ରଛାତ୍ରୀମାନେ ଫି’ ଦାଖଲ କରିବେ ।

ତେବେ ସେପ୍ଟେମ୍ୱର ୩ରେ ପ୍ରବେଶିକା ଉତ୍ତର ସାରଣୀ ପ୍ରକାଶ ପାଇବାକୁ ଥିବା ବେଳେ ୧୧ ତାରିଖରେ ଜେଇଇ ଆଡଭାନ୍ସଡ୍‌ ରେଜଲ୍ଟ ପ୍ରକାଶ ପାଇବ । ପ୍ରବେଶିକା ପରୀକ୍ଷା ୨୮ ତାରିଖ ଦିନ ଦୁଇଟି ସିଟିଂରେ ହେବ । ପ୍ରଥମ ସିଟିଂ ସକାଳ ୯ରୁ ମଧ୍ୟାହ୍ନ ୧୨ଟା ଓ ଦ୍ୱିତୀୟ ସିଟିଂ ଅପରାହ୍ଣ ୨ଟା ୩୦ରୁ ୫ଟା ୩୦ ଯାଏ ହେବ । ଚଳିତ ବର୍ଷ ପ୍ରାୟ ୧ ଲକ୍ଷ ୬୦ ହଜାର ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସଡ୍‌ ପ୍ରବେଶିକା ପରୀକ୍ଷା ଦେବେ ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି