ଅପରାଧ ରାଜ୍ୟ

ସରପଞ୍ଚ ଓ ପୂର୍ବତନ ସମିତିସଭ୍ୟଙ୍କୁ ବନ୍ଧୁକ ଦେଖାଇ ଦାଦାବଟି ମାଗିବା ଘଟଣାରେ ଜଣେ ଗିରଫ, ବନ୍ଧୁକ ସହ ମାରଣାସ୍ତ୍ର ଜବତ

ଚଣ୍ଡିଖୋଲ, ୦୬/୦୬: ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧୀନ ନଳିପୁର ପଂଚାୟତର ସରପଞ୍ଚ ସେକ ଅବଦୁଲ ଗନୀ ଓ ପୂର୍ବତନ ସମିତିସଭ୍ୟ ବାଲିଚନ୍ଦ୍ରପୁରରୁ ଘରକୁ ଫେରୁଥିବା ସମୟରେ ନଳିପୁର ଗ୍ରାମର ସେକ ମେହେମୁଦ ଦୁହିଁଙ୍କୁ ଅପହରଣ କରିଥିଲେ । ଏକ ବନ୍ଦ କୋଠରୀରେ ରଖି ବନ୍ଧୁକ ଦେଖାଇ ୫ ଲକ୍ଷ ଟଙ୍କା ମାଗିଥିଲେ । ଟଙ୍କା ନଦେଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ସରପଞ୍ଚ ଓ ପୂର୍ବତନ ସମିତିସଭ୍ୟ ଘରକୁ ଫେରିବା ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ ।

ସେକ ମେହେମୁଦଙ୍କ ଘର ପାଖରେ ଉଭୟଙ୍କ ବାଇକକୁ ଦେଖି ପରିବାର ଲୋକଙ୍କ ସନ୍ଦେହ ହେବାରୁ ପରିବାର ଲୋକେ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କୁ ଉଦ୍ଧାର କରିଥିଲେ । ଏଥିସହ ବାଲିଚନ୍ଦ୍ରପୁର ପୋଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ବାଲିଚନ୍ଦ୍ରପୁର ପୋଲିସ ପହଁଚି ସେକ ମେହେମୁଦକୁ ଗିରଫ କରିଛି । ମେହେମୁଦ ନିକଟରୁ ଏକ ବନ୍ଧୁକ ସହ ୬ ରାଉଣ୍ଡ ଗୁଳି, ଖଣ୍ଡା ଓ ଅନ୍ୟ ମାରଣାସ୍ତ୍ର ଜବତ କରିଛି । ମେହେମୁଦ ଏତେସବୁ ମାରଣାସ୍ତ୍ରକୁ ଘରେ କେଉଁ ଉଦ୍ଦେଶ୍ୟରେ ରଖିଥିଲା ସେ ନେଇ କାରଣ ଖୋଜୁଛି ପୋଲିସ୍‌ । ଏଥି ସହିତ କୌଣସି ଅପରାଧିକ କାର୍ଯ୍ୟ କଳାପରେ ଜଡିତ ଥିଲା କି ନାହିଁ ସେ ନେଇ ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।