ରାଜ୍ୟ ସ୍ପେଶାଲ ରିପୋର୍ଟ

ସରକାରୀ ହସ୍ପିଟାଲରେ ପାଳିରେ ଡ୍ୟୁଟି କରୁଛନ୍ତି ଡାକ୍ତର

କଟକ : ପାଳି କରି ସରକାରୀ ହସ୍ପିଟାଲରେ ଡ୍ୟୁଟି କରୁଛନ୍ତି ଡାକ୍ତର। ଏଭଳି ଅଭିଯୋଗ ପାଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ଓ କଟକ ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀ ଅଡଶପୁର ଓ ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅତର୍କିତ ଗସ୍ତ କରିଥିଲେ। ଅପରାହ୍ମରେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଅଡଶପୁର ଗୋଷ୍ଠୀ ସ୍ବାସ୍ଥ୍ୟ‌କେନ୍ଦ୍ରରେ ପହଞ୍ଚିଲା ବେଳକୁ ୧୦ରୁ ମାତ୍ର ୩ଜଣ ଡାକ୍ତର ଥିଲେ। ଏପଟେ କିନ୍ତୁ ରୋଗୀଙ୍କ ଲାଇନ୍‌ ଲାଗିଥିଲା। ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଅନୁପସ୍ଥିତ ଥିବା ୭ଜଣ ଡାକ୍ତରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ନୋଟିସ୍‌ ଜାରି କରିଛନ୍ତି। ଅନ୍ୟପଟେ ମାହାଙ୍ଗ‌ାରେ ସ୍ଥିତି ଆହୁରି ସଙ୍ଗିନ ଥିଲା। ସିଡିଏମ୍‌ଓ ସାଢେ ୩ଟା‌ ବେଳକୁ ପହଞ୍ଚିଲା ବେଳକୁ ୧୩ରୁ ମାତ୍ର ଜଣେ ଡାକ୍ତର ଓପିଡିରେ ଥିଲେ। ବାକି ୧୨ଜଣ ଡାକ୍ତର ଆସି ନଥିଲେ। ଫଳରେ ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ୧୨ଜଣ ଡାକ୍ତରଙ୍କୁ କାରଣଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ। ସେମାନଙ୍କ ଦରମା ବର୍ତ୍ତମାନ ପାଇଁ ବନ୍ଦ କରାଯାଇଥିବା ସିଡିଏମ୍ଓ ଡାକ୍ତର ମକରନ୍ଦ ବେଉରା ସୂଚନା ଦେଇଛନ୍ତି।

କାର୍ଯ୍ୟାନୁଷ୍ଠାନ ପାଇଁ ନୋଟିସ୍‌, ୧୨ ଡାକ୍ତରଙ୍କ ଦରମା ବନ୍ଦ

ତଥ୍ୟ ଅନୁଯାୟୀ ‘ଆମ ହସ୍ପିଟାଲ ଯୋଜନାରେ ସାମିଲ ହୋଇଥିବା ୫୦ ଶଯ୍ୟା ବିଶିଷ୍ଟ ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୧୩ଜଣ ଡାକ୍ତର ରହିଛନ୍ତି। କିନ୍ତୁ ଦୀର୍ଘଦିନ ହେଲା ଅଧୀକ୍ଷକ ପଦବି ଖାଲି ପଡିଛି। ଭାରପ୍ରାପ୍ତ ଅଧୀକ୍ଷକ ଡାକ୍ତର ତନ୍ମୟ କୁମାର ବେହେରା ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପ୍ରତି ଯେତିକି ଧ୍ୟାନ ଦେବା କଥା ଦେଇ ନ ପାରି ଅଧିକାଂଶ ସମୟ ନଡିଆସାହାସପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ରହୁଛନ୍ତି। ଫଳରେ ମାହାଙ୍ଗାରେ ରୋଗୀ ସେବା ପ୍ରଭାବିତ ହେଉଛି। ଡାକ୍ତରଙ୍କ ପାଇଁ ସରକାରୀ କ୍ବାର୍ଟର୍ସ ଥିବାବେଳେ ସେଥିରେ କେହି ରହୁ ନାହାନ୍ତି। ଏପରିକି ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଓ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଥିବାବେଳେ ମାସକୁ ମାତ୍ର ୧୦ରୁ ୨୦ ସାଧାରଣ ପ୍ରସବ ହେଉଛି। ବାକି ସବୁ ଘରୋଇ ହସ୍ପିଟାଲକୁ ରେଫର୍‌ ହେଉଥିବା ଜଣାପଡିଛି। ସେଠାରେ ରକ୍ତ ସଂରକ୍ଷଣ ପାଇଁ ଅନୁମତି ମିଳିଥିଲେ ବି ଦୀର୍ଘବର୍ଷ ଧରି କାର୍ଯ୍ୟକାରୀ ହୋଇପାରୁନି। ଏପରିକି ଅଲଟ୍ରାସାଉଣ୍ଡ ମେସିନ୍‌ ଥିଲେ ବି ତାହା ଲୋକଙ୍କ ସେବାରେ ଆସିପାରୁନି। ନିଦାନ ବ୍ୟବସ୍ଥାରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶତାଧିକ ପ୍ରକାର ପରୀକ୍ଷା ହେବାର ନିୟମ ଥିଲେ ବି ମାତ୍ର ୮/୧୦ ପ୍ରକାର ପରୀକ୍ଷା କରାଯାଉଛି। ଫଳରେ ବିନା ପଂଜୀକରଣରେ ଖୋଲିଥିବା ଘରୋଇ ପାଥୋଲାବ୍‌ ଉପରେ ରୋଗୀ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି।

ଏପଟେ ଅଡଶପୁରରେ ବି ଡାକ୍ତର ପାଳି କରିଯାଉଥିବା ଓ ଅପରାହ୍ମ ଓପିଡିରେ ଡାକ୍ତର ରହୁନଥିବାରୁ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡିଛି। ରୋଗୀ ଚିକିତ୍ସା ପାଇଁ ଆସୁଥିଲେ ବି ଡାକ୍ତର ନଥିବାରୁ ହନ୍ତସନ୍ତ ହେଉଛନ୍ତି। ଏଭଳି ଚଢଉ ସଂପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମକରନ୍ଦ ବେଉରା କହିଛନ୍ତି ଯେ ଅଭିଯୋଗ ଆଧାରରେ ଅତର୍କିତ ଗସ୍ତ କରାଯାଇଥିଲା। ଅଡଶପୁରର ୭ଜଣ ଡାକ୍ତରଙ୍କୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନୋଟିସ୍‌ ଜାରି କରାଯାଇଛି। ସେହିପରି ୧୨ଜଣ ଡାକ୍ତରଙ୍କୁ କାରଣଦର୍ଶାଅ ନୋଟିସ୍‌ ଜାରି କରାଯାଇଛି ଓ ଦରମା ବନ୍ଦ କରାଯାଇଥିବା ସେ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।