ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ସରକାରୀ ସ୍କୁଲର ସ୍ତର ପ୍ରାଇଭେଟ ସ୍କୁଲ ସହ ସମାନ ନୁହେଁ: ସୁପ୍ରିମକୋର୍ଟ ଜଜ୍

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ଜଷ୍ଟିସ୍ ଉଦୟ ଉମେଶ ଲଲିତ ରବିବାର ଦିନ କହିଛନ୍ତି ଯେ, ସରକାରୀ ବିଦ୍ୟାଳୟରେ ଦିଆଯାଉଥିବା ଶିକ୍ଷାର ମାନ ବା ସ୍ତର ଘରୋଇ ବିଦ୍ୟାଳୟ ସହିତ ସମାନ ନୁହେଁ । ଭାରତରେ ସରକାରୀ କ୍ଷେତ୍ରରେ ସର୍ବୋତ୍ତମ ବୃତ୍ତିଗତ ଶିକ୍ଷାନୁଷ୍ଠାନ ରହିଥିଲେ ବି ଏହା ପ୍ରାଇଭେଟ୍ ସ୍କୁଲ ସହ ସମାନ ନୁହେଁ । ଏହି ଅସମାନତା ଉପରେ ଉଦବେଗ ପ୍ରକାଶ କରିବା ସହ ଶିକ୍ଷାର ଗୁଣ ଉପରେ ଗୁରୁତ୍ୱ ଦେଇ ସେ କହିଛନ୍ତି ଯେ, ସରକାରୀ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାରେ ସରକାର ସକ୍ଷମ ନୁହଁନ୍ତି ।

ଏମ୍ସ, ଆଇଆଇଟି, ଏନଆଇଟି, ନ୍ୟାସନାଲ ଲ’ ସ୍କୁଲ, ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ଏବଂ ଇନଷ୍ଟିଚ୍ୟୁଟ୍ ଅଫ୍ ଆର୍କିଟେକଚର୍ ଭଳି ସର୍ବୋତ୍ତମ ବୃତ୍ତିଗତ ପ୍ରତିଷ୍ଠାନଗୁଡ଼ିକ ଭାରତର ସାର୍ବଜନୀନ କ୍ଷେତ୍ରରେ ରହିଛି । ଏହି ସମସ୍ତ ସାର୍ବଜନୀନ କ୍ଷେତ୍ରର ବୃତ୍ତିଗତ ଅନୁଷ୍ଠାନଗୁଡ଼ିକ ଦେଶର ସବୁଠାରୁ ଆଗରେ ରହିଛନ୍ତି ।

ତେବେ ଅଗରତାଲାରେ ପିଲାମାନଙ୍କର ଅଧିକାର ଉପରେ ଏକ ସମ୍ବାଦ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଜଷ୍ଟିସ୍ ଲଲିତ କହିଛନ୍ତି ଯେ, ‘ପ୍ରତ୍ୟେକ ପିଲା ଅନୁଭବ କରିବା ଉଚିତ ଯେ ସେ ଦେଶର ଅନ୍ୟ ସ୍ଥାନରେ ଦିଆଯାଉଥିବା ଶିକ୍ଷା ଭଳି ସମାନ ଶିକ୍ଷା ପ୍ରହଣ କରୁଛନ୍ତି । ବିହାର ମାମଲା ସମ୍ପର୍କରେ ସେ କହିଛନ୍ତି ଯେ, ଶିକ୍ଷା ଅଧିକାର ଆଇନ ପ୍ରଣୟନ ହେବା ପରେ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ବାଳିକାଙ୍କ ନାମାଙ୍କନ ୩୬% ରୁ ବଢ଼ି ୫୦% ହୋଇଛି ।

ସୁପ୍ରିମକୋର୍ଟର ବିଚାରପତି କହିଛନ୍ତି ଯେ, ‘ଝିଅମାନଙ୍କ ଜୀବନରେ ଶିକ୍ଷାର ପ୍ରସାର ପ୍ରତିଫଳିତ ହୋଇଛି । କୌଣସି ବ୍ୟକ୍ତି ଶିକ୍ଷାରୁ ବଞ୍ଚିତ ନ ହେବା ଉଚିତ୍ । ଶିକ୍ଷାର ଅନ୍ଧକାରକୁ ହଟାଇବା ଉଚିତ, ପ୍ରତ୍ୟେକ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯିବା ଉଚିତ କାରଣ ସେମାନେ ହିଁ ଦେଶର ଭବିଷ୍ୟତ । ଶିଶୁର ଶିକ୍ଷାର ଅଧିକାରକୁ ସୁରକ୍ଷା ଦେବା ବ୍ୟତୀତ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ଭଳି ଅନ୍ୟାନ୍ୟ ଦିଗକୁ ମଧ୍ୟ ସୁରକ୍ଷା ଦିଆଯିବା ଉଚିତ୍ । ଯେଉଁ ପିଲାମାନେ କରୋନା ମହାମାରୀ ସମୟରେ ମାତା-ପିତା ଉଭୟଙ୍କୁ ହରାଇଛନ୍ତି ସେମାନଙ୍କୁ ଛାତ୍ରବୃତ୍ତି, ଯୋଜନା ଏବଂ ଅନ୍ୟାନ୍ୟ ସୁବିଧା ଦିଆଯିବା ଉଚିତ ଏବଂ ଏହି ସୁବିଧା ଅଭାବୀ ପିଲାମାନଙ୍କ ନିକଟରେ ପହଞ୍ଚିବା ଆବଶ୍ୟକ

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି