ଅପରାଧ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ସରକାରୀ ବିଦ୍ୟାଳୟକୁ ପାଳି କରି ଆସୁଛନ୍ତି ଶିକ୍ଷକ, ମଧ୍ୟାହ୍ନ ଭୋଜନ ପରେ ବିଦ୍ୟାଳୟ ଛୁଟି

ଦାରିଙ୍ଗବାଡି ୨୮/୦୬: ସରକାରୀ ବିଦ୍ୟାଳୟକୁ ପାଳି କରି ଆସୁଛନ୍ତି ଶିକ୍ଷକ । କେବଳ ସେତିକି ନୁହେଁ ମଧ୍ୟାହ୍ନ ଭୋଜନ ପରେ ବିଦ୍ୟାଳୟ ଛୁଟି । ଏମିତି ଘଟମା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଗୁମୁକିଆ ପଞ୍ଚାୟତରେ ଥିବା ସରକାରୀ ବିଦ୍ୟାଳୟରେ । ଏଠାରେ ଚାଲିଛି ଅଜବ ଧରଣର ଶିକ୍ଷାଦାନ ।

ସରକାରଙ୍କ ସର୍ବଶିକ୍ଷା ଅଭିଯାନ ମାଧ୍ୟମରେ ପ୍ରାଥମିକ ଶିକ୍ଷାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସଂଖ୍ୟାଲଘୁ ଓ ଅନ୍ୟାନ୍ୟ ପଛୁଆ ବର୍ଗର ଶିକ୍ଷାର ବିକାଶ ନିମନ୍ତେ ସରକାର ଅନେକ ଯୋଜନା କରିଛନ୍ତି । ହେଲେ ଏହାକୁ ଅବମାନନା କରୁଛନ୍ତି କିଛି ଖଲ ପ୍ରକୃତିର ଲୋକ । ଶିକ୍ଷାର ବିକାଶ ନାଁରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଗୁମୁକିଆ ପଞ୍ଚାୟତରେ ଥିବା ମରେଞ୍ଜ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ।

ଏଠାରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମରେଞ୍ଜ ଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୩୫ ଜଣ ଛାତ୍ର ଛାତ୍ରୀ ପାଠ ପଢ଼ୁଥିବା ବେଳେ ଦୁଇଜଣ ଶିକ୍ଷକ ବିଦ୍ୟାଳୟରେ ନିଯୁକ୍ତି ହୋଇଛନ୍ତି । ହେଲେ ଦିନ ୩ଟା ବେଳକୁ ପିଲା ସ୍କୁଲ ଆଗରେ ଖେଳୁଛନ୍ତି । କାରଣ ସେହି ସମୟରେ କୌଣସି ଶିକ୍ଷକ ଉପସ୍ଥିତ ନଥାନ୍ତି ।

ଏନେଇ ସ୍କୁଲ ସଭାପତିଙ୍କୁ ପଚାରିବାରି ସେ କହିଥିଲେ ପ୍ରଧାନ ଶିକ୍ଷକ ଅଫିସ କାମରେ ଦାରିଙ୍ଗବାଡି ଯାଇଥିବା ବେଳେ ସହକାରୀ ଶିକ୍ଷକ ମଧ୍ୟାନ ଭୋଜନ ପିଲାଙ୍କୁ ଖାଇବାକୁଦେଇ ଚାଲି ଯାଇଛନ୍ତି । କେତେବେଳେ ସାର ମାନେ ଦିନ ୧୧ ବେଳେ ପହଞ୍ଚୁଛନ୍ତି ଆଉ ଦିନ ୨ଟା ବେଳକୁ ଛୁଟି କରିଦେଉଛନ୍ତି । ଏଭଳି ଭାବରେ ଚାଲିଛି ମରେଞ୍ଜ ସରକାରୀ ପ୍ରାଥମିକ ବିଦ୍ୟାଳୟ ଏହି ବିଦ୍ୟାଳୟ ।

ପଞ୍ଚମ ଶ୍ରେଣୀରେ ପାଠ ପଢୁ ଛାତ୍ରଛାତ୍ରୀ କହିପାରୁନାହଁନ୍ତି ନିଜ ଶିକ୍ଷକଙ୍କ ନାମ । ଏଥିରୁ ଅନୁମାନ ଦୁର୍ଗମ ଅଞ୍ଚଳରେ କିଭଳି ଚାଲିଛି ଶିକ୍ଷାଦାନ । ଏନେଇ ଦାରିଙ୍ଗବାଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ରସାନନ୍ଦ କରଙ୍କୁ ପଚାରିବାରୁ ସେକହିଛନ୍ତି ଏହାକୁ ତଦନ୍ତ କରାଯିବ ଯଦି ମଧ୍ୟାନ ଭୋଜନ ପରେ ସ୍କୁଲ ଝୁଟି ହୋଇଥାଏ । ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏହି ପଞ୍ଚାୟତରେ ଥିବା ସମସ୍ତ ସରକାରୀ ବିଦ୍ୟାଳୟକୁ ଅଚାନକ ଆସିବେ ଯଦି କେହି ବିଦ୍ୟାଳୟରେ କୌଣସି କାରଣ ନଥାଇ ବିଦ୍ୟାଳୟରେ ଅନୁପସ୍ଥିତ ରହୁଛନ୍ତି ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ କିଭଳି ଅନୁସୂଚିତ ଜନଜାତିର ଛାତ୍ରଛାତ୍ରୀ ମାନେ ଗୁଣାତ୍ମକ ଶିକ୍ଷାରୁ ବଞ୍ଚିତ ନହୁଅନ୍ତି ସେଥିପ୍ରତି ପ୍ରଶାସନ ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି