ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ରାଉରକେଲା: ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ବିପର୍ଯ୍ୟସ୍ତ ସରକାରୀ ସ୍ବାସ୍ଥ୍ୟ ବ୍ୟବସ୍ଥାର ଫାଇଦା ଉଠାଉଛନ୍ତି ବେଆଇନ କ୍ଲିନିକ୍। ଗୋଟିଏ କି ଦୁଇଟି ନୁହେଁ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଓ ଜିଲ୍ଲାର ଉପାନ୍ତ ବ୍ଲକରେ ଏମିତି ମାଳ ମାଳ ବେଆଇନ କ୍ଲିନିକ୍ ଚାଲିଛି। ଯେଉଁମାନେ ସରକାରଙ୍କ ସମସ୍ତ ନୀତିନିୟମକୁ ଜଳାଞ୍ଜଳି ଦେଇ ମନଇଚ୍ଛା କ୍ଲିନିକ୍ ଖୋଲିଛନ୍ତି। ବିନା ପଞ୍ଜିକରଣ ଓ ବିନା ଲାଇସେନ୍ସରେ ଏମିତି ଛତୁ ଫୁଟିଲା ପରି ଗୋଟିଏ ପରେ ଗୋଟିଏ କ୍ଲିନିକ୍ ଖୋଲୁଥିଲେ ହେଁ ପ୍ରତିବନ୍ଧକ ରହୁନି। ଯାଞ୍ଚ ହେଉନି କି ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉନି।
କେଉଁଠି ବିନା ଡାକ୍ତରରେ ଚାଲିଛି। ପୁଣି କେଉଁଠି କ୍ବାକ୍ ତ ଅନ୍ୟ କେଉଁଠି ଔଷଧ ବିକାଳିମାନେ ଚିକିତ୍ସା କରୁଥିବା ଦେଖିବାକୁ ମିଳୁଛି। ଏସବୁ କ୍ଲିନିକ୍ଗୁଡ଼ିକ ରୋଗୀଙ୍କ ଜୀବନ ସହ ଖେଳଖେଳିବା ସହ ଉପାନ୍ତା ଗାଁରୁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନଙ୍କୁ ମନଇଚ୍ଛା ଲୁଟୁଛନ୍ତି। ଗତ କରୋନା ସମୟରେ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଚାଲିଥିବା ଏମିତି କିଛି ବେଆଇନ କ୍ଲିନିକ୍ଗୁଡ଼ିକୁ ସିଡିଏମ୍ଓଙ୍କ ନିର୍ଦ୍ଦେଶକ୍ରମେ ସିଲ୍ କରାଯାଇଥିଲା। କେବଳ ବୀରମିତ୍ରପୁର ଅଞ୍ଚଳରେ ୫ଟି ବେଆଇନ କ୍ଲିନିକ୍ ସିଲ୍ ହୋଇଥିଲା।
କରୋନା ହଟିବା ପରେ ସ୍ଥିତି ଯଥା ପୂର୍ବଂ ତଥା ପରଂ। ପୁଣି ନିଜ ନିଜ ବେପାର ଆରମ୍ଭ କରିଦେଇଛନ୍ତି। ନୂଆଗାଁ ବ୍ଲକର ହାତୀବାରି, ପୁରୁଣାପାଣି, ସୋରଡା, ଚେତାପେଡି, ବିଶ୍ରା ବ୍ଲକର ଡରେଇକେଲା, ଜରେଇକେଲା, ଭାଲୁଲତା, ମହିପାଣି ଆଦି ସୀମାନ୍ତ ଅଞ୍ଚଳରେ ଏସବୁ ବେଆଇନ କ୍ଲନିକ୍ଗୁଡ଼ିକ ଚାଲିଛି। ଯେଉଁଠି କେବଳ ସ୍ଥାନୀୟ ଲୋକ ନୁହେଁ ପଡୋଶୀ ଝାଡ଼ଖଣ୍ଡର ରୋଗୀମାନେ ଚିକିତ୍ସିତ ହେଉଛନ୍ତି। ନୂଆଗାଁ, ବିଶ୍ରା ବ୍ଲକ ନୁହେଁ, ଲାଠିକଟା, କୋଇଡା, କୁଆରମୁଣ୍ଡା, ରାଏବୋଗା, ଲହୁଣିପଡା, ଗୁରୁଣ୍ଡିଆ, ହେମଗିରି, ଟାଙ୍ଗରପାଲି, ବଡଗାଁ, ବାଲିଶଙ୍କରା, ଲେଫ୍ରିପଡା ଆଦି ବ୍ଲକରେ ମଧ୍ୟ ଏମିତି କିଛି ବେଆଇନ କ୍ଲିନିକ୍ ରହିଛି। ଯେଉଁଠି ରୋଗୀମାନଙ୍କୁ ଖଟିଆରେ ଶୋଇ ଚିକିତ୍ସା କରାଯାଉଛି। ଅନ୍ୟ କେଉଁଠି ଖଟ ମଧ୍ୟ ଚିକିତ୍ସା କରାଯାଉଛି।
ସବୁଠୁ ଆଶ୍ଚର୍ଯ୍ୟ କଥା, ଖଟିଆରେ ରୋଗୀମାନଙ୍କୁ ସାଲାଇନ୍ ଦିଆଯାଉଥିବା ମଧ୍ୟ ଦେଖିବାକୁ ମିଳିଛି। ଲାଠିକଟା ବ୍ଲକର ଟାଇଁସର, ବିର୍ଡା, ବିରକେରା, ଡିସ୍କୋ ଛକ ଆଦି ଅଞ୍ଚଳରେ କିଛି ଔଷଧ ଦୋକାନରେ ଗୋଟିଏ ଗୋଟିଏ କ୍ଲିନିକ୍ ଖୋଲି ରୋଗୀମାନଙ୍କୁ ଚିକିତ୍ସା କରୁଛନ୍ତି। କିଛି କ୍ଲିନିକ୍ରେ ଗର୍ଭବତୀ ମହିଳାଙ୍କ ଚିକିତ୍ସା କରାଯାଉଛି। ସ୍ଥାନୀୟ ଅଞ୍ଚଳବାସୀ ପ୍ରତିବାଦ କରୁଥିଲେ ହେଁ ସେମାନେ ଆଦୌ ଶୁଣୁ ନାହାନ୍ତି। ଜିଲ୍ଲାର ଅଧିକାଂଶ ପିଏଚ୍ସି ଓ ସିଏଚ୍ସିରେ ଡାକ୍ତର ନଥିବାରୁ ଫାର୍ମାସିଷ୍ଟମାନେ ରୋଗୀମାନଙ୍କୁ ଚିକିତ୍ସା କରୁଛନ୍ତି। ଏମାନେ ବିଭିନ୍ନ କାମରେ ବ୍ୟସ୍ତ ରହୁଥିବାରୁ ଅଧିକାଂଶ ରୋଗୀ ବେଆଇନ କ୍ଲିନିକ୍ଗୁଡ଼ିକୁ ଯିବାକୁ ବାଧ୍ୟ ହେଉଛନ୍ତି। ଏହାର ସୁଯୋଗ ନେଇ କ୍ଲିନିକ୍ଗୁଡ଼ିକରେ କାମ କରୁଥିବା ନକଲି ଡାକ୍ତରମାନେ ଚିକିତ୍ସା ନାଁରେ ରୋଗୀଙ୍କ ଜୀବନ ସହ ଖେଳ ଖେଳୁଛନ୍ତି। ଉପାନ୍ତ ବ୍ଲକରେ ବେଆଇନ କ୍ଲିନିକ୍ଗୁଡ଼ିକ ସ୍ଥିତି ଆହୁରି ସଙ୍ଗୀନ। ନିୟମିତ ବ୍ୟବଧାନରେ ଏସବୁ ବେଆଇନ କ୍ଲିନିକ୍ଗୁଡ଼ିକୁ ଚିହ୍ନଟ କରି ତୁରନ୍ତ ସିଲ୍ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l