ଦେଶ ବିଦେଶ

ସରକାରୀ ଖୁଚୁରା ଦୋକାନରେ ଆଳୁ ବିକ୍ରି ଆରମ୍ଭ: ୟୁନିଟ୍‌-୧, ୪ ହାଟରେ ଯୋଗାଣ ବିଭାଗର ଚଢ଼ଉ, ୩୮ ଟଙ୍କାରେ ବିକ୍ରି ନିର୍ଦ୍ଦେଶ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ସରକାରୀ ଖୁଚୁରା ଦୋକାନରେ କିଲୋଗ୍ରାମ ୩୩ ଟଙ୍କା ଦରରେ ଆଳୁ ବିକ୍ରି ଆରମ୍ଭ ହୋଇଛି। ଜଣେ ବ୍ୟକ୍ତି ୧୦୦ ଟଙ୍କାରେ ୩ କି‌ଲୋଗ୍ରାମ ଆଳୁ ପାଇପାରିବେ। ଆଜି ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ରରୁ ଆଳୁ କିଣିବା ପାଇଁ ଲମ୍ବା ଲାଇନ୍‌ ଲାଗିଥିବା ଦେଖିବାକୁ ମିଳିଥିଲା।
କିଛିଦିନ ହେବ ରାଜ୍ୟରେ ଆଳୁ ସଂକଟ ଲାଗି ରହିଛି। ପଶ୍ଚିମବଙ୍ଗରୁ ଆଳୁ ଗାଡ଼ି ଆସୁ ନ ଥିବାରୁ ଦର ବଢ଼ି ଯାଇଛି। ରାଜ୍ୟ ସରକାରଙ୍କ ବାରମ୍ବାର ହସ୍ତକ୍ଷେପ ପରେ ମଧ୍ୟ ଆଳୁ ଦରରେ ଲଗାମ ଲାଗୁନାହିଁ। ତେଣୁ ନାଫେଡ୍ ଜରିଆରେ ଉତ୍ତରପ୍ରଦେଶରୁ ଆଳୁ ଆଣିବା ଲାଗି ନିଷ୍ପତ୍ତି ନେଇଥିଲେ। ଆସନ୍ତା ୨ରୁ ୩ଦିନ ଭିତରେ ପ୍ରଥମ ପର୍ଯ୍ୟାୟରେ ୫ଟି ମହାନଗର ନିଗମରେ ଥିବା ସରକାରୀ ଖୁଚୁରା ଦୋକାନରେ ଶସ୍ତାରେ ଆଳୁ ଉପଲବ୍ଧ ହେବ ବୋଲି କୁହାଯାଇଥିଲା।

ଏହାସହ ରାଜ୍ୟରେ କିଛି ବ୍ଲକ୍‌ରେ ମଧ୍ୟ ଏହି ବ୍ୟବସ୍ଥା ଆରମ୍ଭ ହୋଇଛି। ଆଜି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଭୁବନେଶ୍ବର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରୁ ବିଭିନ୍ନ ଡିଲରମାନଙ୍କୁ ଆଳୁ ଦିଆଯାଇଛି। ପରିବାର ପିଛା ସର୍ବାଧିକ ୩ କିଲୋଗ୍ରାମ ଆଳୁ ନେଇପାରିବେ। ଏଥିପାଇଁ ରାସନ କାର୍ଡ କିମ୍ବା ଅନ୍ୟ ପରିଚୟପତ୍ରର ଆବଶ୍ୟକତା ଦରକାର ପଡ଼ିବ ନାହିଁ। ଆଜି ସକାଳେ ଆଇଗିଣିଆ ଆଳୁ ଗଦିରୁ ଏକ ଟ୍ରକ୍ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା। ସେଠାରୁ ରାଜଧାନୀରେ ଥିବା ପ୍ରାୟ ୧୦୦ ଡିଲରଙ୍କୁ ଆଳୁ ଦିଆଯାଇଛି। ଜଣେ ଡିଲର ପିଛା ୫ କ୍ବିଣ୍ଟାଲ ଦିଆଯାଇଛି ଓ ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ୫ କ୍ବିଣ୍ଟାଲ ଆଳୁ ଦିଆଯିବ। ବଜାରରେ ଆଳୁ ଦର ସ୍ଥିର ହେବା ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ଜାରି ରହିବବୋଲି କୁହାଯାଇଛି। ସରକାରୀ ଖୁଚୁରା ଦୋକାନରେ ଗ୍ରାହକଙ୍କ ଫୋନ ନମ୍ବର ରଖାଯାଇ ଆଳୁ ଦିଆଯାଉଛି। ଆଜି ଭୁବନେଶ୍ବରସ୍ଥିତ ୟୁନିଟ୍‌-୧ ଓ ୟୁନିଟ୍‌-୪ସ୍ଥିତ ହାଟରେ ଥିବା ବିଭିନ୍ନ ଆଳୁ ଦୋକାନରେ ଯୋଗାଣ ବିଭାଗ ସ୍କ୍ବାଡ୍‌ ସମେତ ବିଏମ୍‌ସି ପକ୍ଷରୁ ଚଢ଼ଉ କରାଯାଇଛି। ଆଳୁ କିଲୋଗ୍ରାମ ପିଛା ୩୮ ଟଙ୍କାରେ ବିକ୍ରି କରିବା ଲାଗି ଦୋକାନୀମାନଙ୍କୁ କୁହାଯାଇଛି। ଅଧିକ ଦରରେ ଆଳୁ ବିକ୍ରି କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅପରପକ୍ଷ‌ରେ ପଶ୍ଚିମବଙ୍ଗରୁ ଅଧିକ ଟଙ୍କା ଲାଞ୍ଚ ଦେଇ ଆଳୁ ଗାଡ଼ି ଓଡ଼ିଶାକୁ ଆସୁଛି। ଆଜି ଓଡ଼ିଶା ବଜାରକୁ ଶତାଧିକ ଆଳୁ ଗାଡ଼ି ଆସିଛି। ଆସନ୍ତା ମଙ୍ଗଳବାର ପଶ୍ଚିମବଙ୍ଗ ସରକାରଙ୍କ ସହ ସ୍ଥାନୀୟ ଆଳୁ ବ୍ୟବସାୟୀଙ୍କ ବୈଠକ ବସିବ। ଏହି ବୈଠକ ଓଡ଼ିଶାରେ ଆଳୁ ସ୍ଥିତିର ଭାଗ୍ୟ ନିର୍ଦ୍ଧାରଣ କରିବ ବୋଲି କୁହାଯାଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ