ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ସରକାରଙ୍କ ଆଦେଶକ୍ରମେ ବିହାରର ବେଗୁସରାଇରେ ୨୪ ବୁଲା କୁକୁରଙ୍କୁ ଗୁଳି ମାରି ହତ୍ୟାକଲେ ସୁଟର୍‌

ବେଗୁସରାଇ: ଗତ ଦୁଇ ଦିନ ମଧ୍ୟରେ ବିହାରର ବେଗୁସରାଇ ଜିଲ୍ଲା ଅନ୍ତର୍ଗତ ବଚ୍ଛୱାଡ଼ା ବ୍ଲକ୍‌ରେ ଗତ ଦୁଇ ଦିନ ମଧ୍ୟରେ ରାଜ୍ୟ ପରିବେଶ ଓ ବନ ବିଭାଗର ସୁଟର୍‌ମାନେ ସମୁଦାୟ ୨୪ଟି ବୁଲା କୁକୁରଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି।

ମଙ୍ଗଳବାର ଦିନ ୧୫ଟି ଓ ବୁଧବାର ଦିନ ୯ଟି ବୁଲା କୁକୁରଙ୍କୁ ହତ୍ୟା କରାଯାଇଛି।

ବୁଧବାର ଦିନ ତେଗ୍‌ରା ‘ଏସ୍‌ଡିଏମ୍‌’ ରାକେଶ କୁମାର କହିଛନ୍ତି, ବାଚ୍ଛୱାଡ଼ା ବ୍ଲକ୍‌ର କେତେକ ପଞ୍ଚାୟତରେ ବୁଲା କୁକୁରମାନେ ମହିଳାମାନଙ୍କୁ ଆକ୍ରମଣ କରିବାରୁ ଜିଲ୍ଲା ପ୍ରଶାସନ ପରିବେଶ ଓ ବନ ବିଭାଗରେ ପଞ୍ଜିକୃତ ହୋଇଥିବା ଦଳେ ସୁଟର୍‌ଙ୍କୁ ଡକାଇଥିଲା।

ସୂଚନାଯୋଗ୍ୟ, ବୁଲା କୁକୁରମାନଙ୍କ ଆକ୍ରମଣରେ ଆହତ ହୋଇ ଚିକିତ୍ସାଧୀନ ଥିବା ଅବସ୍ଥାରେ ରବିବାର ଦିନ ଜଣେ ମହିଳାଙ୍କର ସ୍ଥାନୀୟ ସଦର ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା। ସୋମବାର ଦିନ ପଲେ ବୁଲା କୁକୁର ବିଲରେ କାର୍ଯ୍ୟରତ ଆଉ ତିନିଜଣ ମହିଳାଙ୍କୁ କାମୁଡ଼ି ଖଣ୍ଡିଆଖାବରା କରି ପକାଇଛନ୍ତି। ସେମାନେ ବିଭିନ୍ନ ସରକାରୀ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

‘ଏସ୍‌ଡିଏମ୍‌’ ଆହୁରି ମଧ୍ୟ କହିଛନ୍ତି, ଗତ ସପ୍ତାହରେ ଦଳେ ସୁଟର୍‌ ପ୍ରାୟ ୧୨ଟି ବୁଲା କୁକୁରଙ୍କୁ ଗୁଳି ମାରି ହତ୍ୟା କରିଥିଲେ। କିନ୍ତୁ, ଏଥିରେ ବୁଲା କୁକୁରମାନେ ଭୟଭୀତ ନ ହୋଇ ପୁଣି ଆକ୍ରମଣ କରିବାରୁ ଅଭିଯାନ ବୃଥା ହେଲା। ତେଣୁ, ଜିଲ୍ଲା ପ୍ରଶାସନ ପୁଣି ସୁଟର୍‌ ଟିମ୍‌କୁ ଡକାଇଛି।

ବଚ୍ଛୱାଡ଼ା ବ୍ଲକ୍‌ ମୁଖିଆ ଆସୋସିଏସନ୍‌ର ଅଧ୍ୟକ୍ଷ ପ୍ରଭାତ କୁମାର କହିଛନ୍ତି ଯେ, ବର୍ଷକ ଭିତରେ ବୁଲା କୁକୁରଙ୍କ କାମୁଡ଼ାରେ ୯ଜଣ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ଡଜନାଧିକ ମହିଳା ଆହତ ହୋଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ