ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର : ସମୟଠାରୁ ଢେର୍ ଆଗରେ ଥିଲେ ବିଜୁ ବାବୁ। ସେତେବେଳେ ଓଡ଼ିଶାକୁ ନେଇ ତାଙ୍କ ଭିତରେ ଥିବା ଦୂରଦୃଷ୍ଟିର ସଫଳ ପ୍ରତିଫଳନ ଆଜି ସର୍ବଜନବିଦିତ। କଳିଙ୍ଗନଗର ହେଉ ବା ୩୦ଟି ନୂଆ ଜିଲ୍ଲା ଅଥବା ମହିଳା ସଶକ୍ତୀକରଣ, ପଞ୍ଚାୟତ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବା; ସବୁ କ୍ଷେତ୍ରରେ ସେ ଇତିହାସ ସୃଷ୍ଟି କରିଯାଇଛନ୍ତି। ତାଙ୍କ ବ୍ୟକ୍ତିତ୍ୱ ଥିଲା ସାହସ ଓ ମାନବିକତାର ସୁନ୍ଦର ସୁଯୋଗ। ସେ ଆକାଶରେ ଉଡ଼ୁଥିଲେ, କିନ୍ତୁ ମାଟିର ମଣିଷର ସ୍ୱପ୍ନ ସହ ନିଜକୁ ଯୋଡ଼ି ପାରିଥିଲେ। ମୃତ୍ୟୁର ୨୫ବର୍ଷ ପରେ ସେ ପ୍ରଭାବଶାଳୀ ରହିଛନ୍ତି ଓ ଆଗାମୀ ଦିନରେ ମଧ୍ୟ ରହିବେ। ପ୍ରତିଟି ଓଡ଼ିଆଙ୍କ ହୃଦୟରେ ସେ ବଞ୍ଚି ରହିଛନ୍ତି ଏବଂ ଆମକୁ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେଉଛନ୍ତି। ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନରେ ଅନୁଷ୍ଠିତ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବରେ ଆଭାସୀ ମାଧ୍ୟମରେ ଯୋଗଦେଇ ମୁଖ୍ୟ ଅତିଥି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହା କହିଛନ୍ତି।
ମନ୍ତ୍ରୀ ପ୍ରଦୀପ ଅମାତ ସଭାପତିତ୍ବ କରି କହିଲେ, ଓଡ଼ିଶାରେ ତଥା ଆନ୍ତର୍ଜାତିକ କ୍ଷେତ୍ରରେ ଓଡ଼ିଶାର ମାନ ବୃଦ୍ଧି କରିବା କ୍ଷେତ୍ରରେ ବିଜୁବାବୁଙ୍କ ଭୂମିକା ଅବର୍ଣ୍ଣନୀୟ। ସମ୍ମାନିତ ଅତିଥି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଲେ, ବିଜୁବାବୁ ଜାତି, ଧର୍ମ, ବର୍ଣ୍ଣ ଭେଦଭାବଠାରୁ ବହୁ ଊର୍ଦ୍ଧ୍ବରେ ଥିଲେ। ନିଜ ଜୀବନଠୁ ଅଧିକ ସେ କଳିଙ୍ଗକୁ ଭଲ ପାଉଥିଲେ। ତେଣୁ ଯେତେ ସବୁ ସଂସ୍ଥା ଗଢ଼ିଥିଲେ, ସବୁଥିରେ କଳିଙ୍ଗ ନାମ ସଂଯୋଗ କରିଥିଲେ। ଅନ୍ୟତମ ଅତିଥି ଭାବେ ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ ଯୋଗଦେଇ ବିଜୁବାବୁଙ୍କ ଉତ୍ତୁଙ୍ଗ ବ୍ୟକ୍ତିତ୍ୱ ଓ ଅବିସ୍ମରଣୀୟ ଗୁଣାବଳୀଗୁଡ଼ିକର ସ୍ମୃତିଚାରଣ କରିଥିଲେ। କୃଷି, ଶିକ୍ଷା, ଶିଳ୍ପ, ସ୍ୱାସ୍ଥ୍ୟ, ଗମନାଗମନ ଆଦି ପ୍ରତିଟି କ୍ଷେତ୍ରର ବିକାଶ ପାଇଁ ବିଜୁବାବୁ ଯେଉଁ ନକ୍ସା ଆଙ୍କିଥିଲେ, ତାହା ଆଜି ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଯୋଗୁଁ ବାସ୍ତବରେ ପରିଣତ ହୋଇଛି ବୋଲି କହିଥିଲେ।
ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୟ ସିଂହ ଧନ୍ୟବାଦ ଦେଇଥିଲେ।
ଏହି ଅବସରରେ ଅତିଥିମାନେ ‘ଇ-ପଞ୍ଚାୟତ ସଭା’ ଅନ୍ଲାଇନ୍ ଆପ୍ର ଶୁଭାରମ୍ଭ କରିଥିଲେ। ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦକୁ ବିଜୁ ପଟ୍ଟନାୟକ ପଞ୍ଚାୟତ ସଶକ୍ତୀକରଣ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହାସହ ବିଜୁବାବୁଙ୍କ ଜୀବନୀ ଉପରେ ଆଧାରିତ ଫଟୋଚିତ୍ର ପ୍ରଦର୍ଶନୀକୁ ମନ୍ତ୍ରୀ ଶ୍ରୀ ଅମାତ ଉଦ୍ଘାଟନ କରିଥିଲେ। ବିଭାଗୀୟ ସହକାରୀ ନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l