ରାଜ୍ୟ

ସମ୍ଭାବ୍ୟ ମେଣ୍ଟ: ଟୁକୁନିଙ୍କ ପାଇଁ ଅଡ଼ୁଆ!

ବଲାଙ୍ଗୀର: ରାଜ୍ୟ ରାଜନୀତି ମାନଚିତ୍ରରେ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ବିଧାନସଭା ଆସନ ଗୁରୁତ୍ବ ବହନ କରୁଛି। ଏଠାରୁ କ୍ରମାଗତ ଦୁଇଥର ବିଜୟୀ ହୋଇଆସିଥିବା ବିଜେଡିର ଟୁକୁନି ସାହୁ ମନ୍ତ୍ରିମଣ୍ଡଳର କ୍ୟାବିନେଟ୍‌ ପାହ୍ୟାରେ ରହି ହେଭିୱେଟ୍‌ ନେତ୍ରୀ ଭାବେ ନିଜ ପରିଚୟ ସୃଷ୍ଟି କରିଛନ୍ତି। ତେବେ, ମେଣ୍ଟହେଲେ ଚଳିତ ଟୁକୁନୀଙ୍କ ପ୍ରାର୍ଥିତ୍ବ ନେଇ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ଚର୍ଚ୍ଚା ହେଉଛି। ବିଜେଡି ଦଳ‌ରେ ଉଭୟ ମନ୍ତ୍ରୀ ଓ ନେତା ଭାବେ ଟୁକୁନିଙ୍କର ଯଥେଷ୍ଟ ଗୁରୁତ୍ବ ରହିଛି। ବିଗତ ଦିନରେ ଅନୁଷ୍ଠିତ ଉପନିର୍ବାଚନ ମାନଙ୍କରେ ପ୍ରଚାର ଦାୟିତ୍ବ ଦେଇ ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛି। ତା’ସତ୍ତ୍ବେ ୨୦୨୨ ମସିହା‌ରେ ଟିଟିଲାଗଡ଼ ପୌର ନିର୍ବାଚନରେ ବିଜେପି ପ୍ରଥମଥର ପାଇଁ ଅଧ୍ୟକ୍ଷ ଆସନ ହାତେଇ ନେଇଥିଲା। ଗତ ତିନୋଟି ସାଧାରଣ ନିର୍ବାଚନରେ ବିଜେପିର ଭୋଟ୍‌ ପ୍ରତିଶତ ବୃଦ୍ଧି ପାଇବା ମଧ୍ୟ ଟୁକୁନିଙ୍କ ପାଇଁ ଚିନ୍ତା ବଢ଼ାଇ ଦେଇଛି। ଯଦି ବିଜେପି-ବିଜେଡି ମେଣ୍ଟ ହୁଏ, ତେବେ ପୁରୁଣା ଭୋଟ୍‌ହାର ରେକର୍ଡ ଆଧାରରେ ବିଜେପି ଏଠାରୁ ନିଶ୍ଚିତ ଭାବେ ଟିକେଟ୍‌ ଆଶା ରଖିବ। କେବଳ ଆଶା ରଖିବନି, ଏଥିପାଇଁ ଚାପ ବି ପକାଇ ବୋ ସମ୍ଭାବନା ରହିଛି। ଏଭଳି ସ୍ଥିତିରେ ଟିଟିଲାଗଡ଼ରେ ଏକ ଅଡ଼ୁଆ ସ୍ଥିତି ସୃଷ୍ଟି ହେବ ବୋଲି ଏବେଠୁ ଆଲୋଚନା ଆରମ୍ଭ ହେଲାଣି।

ଅନ୍ୟପକ୍ଷରେ, ଜଣେ ମନ୍ତ୍ରୀଙ୍କୁ ଟିକଟ୍‌ରୁ ବଞ୍ଚିତ କରିବା ବିଜେଡି ପାଇଁ କାଠିକର ହେବ। ଟୁକୁନୀଙ୍କୁ ‌ବଲାଙ୍ଗୀର ଲୋକସଭା ଟିକେଟ୍‌ ଦେଇ ବିଜେଡି ସହଜ ସ୍ଥିତିରେ ଥାଆନ୍ତା। କିନ୍ତୁ, ମେଣ୍ଟ ହେଲେ ସଂଗୀତା ସିଂହଦେଓ କୌଣସି ହିସାବରେ ନିଜ କ୍ୟାରିଅର୍‌ ବାଜିରେ ଲଗାଇବେ ନାହିଁ। ମେଣ୍ଟ ହେଉ ବା ନ ହେଉ, କେନ୍ଦ୍ରୀୟ ନେତାଙ୍କ ସହ ସୁସଂପର୍କରେ ଥିବା ସଂଗୀତା ଲୋକସଭା ଟିକଟ୍‌ ପାଇଁ ଦୃଢ଼ ଆଶାରେ ରହିଛନ୍ତି। ଏହି ପରିପ୍ରେକ୍ଷୀରେ ମେଣ୍ଟ ହେଲେ ଲୋକସଭା ଟିକଟ୍‌ ବିଜେପି ଲଢ଼ିବା ନିଶ୍ଚିତ ଜଣାପଡ଼ୁଛି। ଆଗକୁ ମେଣ୍ଟ ହେଲେ, କିଛି ନେତାଙ୍କ କ୍ୟାରିଅର୍‌ରେ ମଧ୍ୟ ପୂର୍ଣ୍ଣଚ୍ଛେଦ ପଡ଼ିବ ବୋଲି ସମୀକ୍ଷକମାନେ କହୁଛନ୍ତି। ଏପରିସ୍ଥଳେ ଟୁକୁନିଙ୍କ ରାଜନୈତିକ ଭାଗ୍ୟ ଓ ଭୂମିକା କ’ଣ ଉପରେ , ତା’ ଉପରେ ସମସ୍ତଙ୍କ ନଜର ରହିଛି। ତେବେ, ସବୁକିଛି ମେଣ୍ଟ ହେବା ନହେବା ଉପରେ ନିର୍ଭର କରୁଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।