ରାଜ୍ୟ

ସମ୍ବାଦ କର୍ପୋରେଟ୍‌ ଏକ୍ସଲେନ୍ସ ଆୱାର୍ଡସ୍‌ -୨୪ ସମାରୋହ ଆଜି

ଭୁବନେଶ୍ବର: ‘ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ’ ସମ୍ବାଦ କର୍ପୋରେଟ୍‌ ଏକ୍ସଲେନ୍ସ ଆୱାର୍ଡସ୍‌ ୨୦୨୪ର ପୁରସ୍କାର ବିତରଣ ସମାରୋହ ଆସନ୍ତାକାଲି (ବୁଧବାର) ଭୁବନେଶ୍ବରରେ ଅନୁଷ୍ଠିତ ହେବ। ରାଜ୍ୟ ଗ୍ରାମୀଣ ବିକାଶ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ମୁଖ୍ୟ ଅତିଥି ଏବଂ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ପୂର୍ବତନ ନ‌ିର୍ଦ୍ଦେଶକ (ଗ୍ରୁପ୍ ମାନବ ସମ୍ବଳ) ସଂତୃପ୍ତ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ‘ସମ୍ବାଦ’ର ସମ୍ପାଦକ ତନୟା ପଟ୍ଟନାୟକ ଓ ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟର ପଟ୍ଟନାୟକ ମଧ୍ୟ ଉପସ୍ଥିତ ରହିବେ। ଚଳିତ ବର୍ଷ ସମ୍ବାଦ କର୍ପୋରେଟ୍‌ ଏକ୍ସଲେନ୍ସ ଆୱାର୍ଡସ୍‌ର ସପ୍ତମ ସଂସ୍କରଣ ଆୟୋଜନ କରାଯାଉଛି

କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ (ସିଏସ୍‌ଆର୍‌), ବୃହତ (ଲାର୍ଜ), ମଧ୍ୟମ (ମିଡିଅମ୍‌), କ୍ଷୁଦ୍ର (ସ୍ମଲ୍‌) ଓ ଇମର୍ଜିଂ/ ଷ୍ଟାର୍ଟଅପ୍‌ ଭଳି ପାଞ୍ଚଟି ବର୍ଗରେ ବିଜେତାମାନଙ୍କୁ ପ୍ଲାଟିନମ୍, ଗୋଲ୍ଡ ଓ ସିଲ୍‌ଭର୍‌ ପୁରସ୍କାର ପ୍ରଦାନ କରାଯିବ। ଓଡ଼ିଶାରୁ ସୃଷ୍ଟି ହୋଇ ନିଜ କାରବାରକୁ ଦେଶବିଦେଶରେ ବ୍ୟାପକ କରିବା ସହ ରାଜ୍ୟ ପାଇଁ ଗୌରବ ଆଣିଥିବା ବ୍ରାଣ୍ଡ୍‌ଗୁଡ଼ିକୁ ଏକ ପ୍ରତିଷ୍ଠିତ ମଞ୍ଚରେ ପୁରସ୍କୃତ ଓ ସମ୍ମାନିତ କରିବା ଲକ୍ଷ୍ୟ ନେଇ ‘ସମ୍ବାଦ’ ପକ୍ଷରୁ ଏହି ପୁରସ୍କାର ପ୍ରତିଷ୍ଠା କରାଯାଇଛି। ଚଳିତ ସଂସ୍କରଣରେ ପୁରସ୍କାର ଲାଗି ବ୍ରାଣ୍ଡ୍‌ ଓ କମ୍ପାନିଗୁଡ଼ିକ ମଧ୍ୟରେ ବିପୁଳ ଉତ୍ସାହ ଦେଖିବାକୁ ମିଳିଥିଲା। ବହୁ ସଂଖ୍ୟାରେ ସଂସ୍ଥା ସେଥିପାଇଁ ଆବେଦନ କରିଥିଲେ। ଆବେଦନଗୁଡ଼ିକୁ ଏକ ସ୍ବାଧୀନ ବିଚାରକ ମଣ୍ଡଳୀ ଅନୁଧ୍ୟାନ ଓ ଅନୁଶୀଳନ କରିବା ପରେ ବିଜେତାମାନଙ୍କୁ ଚୟନ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।