ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ସମ୍ବଲପୁର ବିଶ୍ବବିଦ୍ୟାଳୟ ପୁଣି ପ୍ରଶ୍ନପତ୍ର ବିଭ୍ରାଟ : ୫୦ ମାର୍କ ବଦଳରେ ଆସିଲା ୮୦ ମାର୍କର ପ୍ରଶ୍ନପତ୍ର

ସମ୍ବଲପୁର ୨୬।୭: ସମ୍ବଲପୁର ବିଶ୍ବବିଦ୍ୟାଳୟ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ୧୩ ଦିନ ବିତିଲାଣି । ହେଲେ ଦୋଷୀ ଧରାପଡିନାହାନ୍ତି । ପୋଲିସ ତା ବାଟରେ କାର୍ଯ୍ୟ କରି ପଚରାଉଚରା ଜାରି ରଖିଥିବା ବେଳେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ନିଜେ ବସାଇଥିବା କମିଟିର ତଦନ୍ତ ରିପୋର୍ଟରେ କ’ଣ ଆସିଲା ସାମ୍ନାକୁ ଆଣୁ ନାହାନ୍ତି । ତଦନ୍ତରେ କ’ଣ ବାହାରିଲା ଗଣମାଧ୍ୟମକୁ ଲୁଚାଉଛନ୍ତି କର୍ତ୍ତୃପକ୍ଷ । ତଦନ୍ତ ସରିବା ପୂର୍ବରୁ ଦୁଇ ଜଣଙ୍କ ନାଁ ସାମ୍ନାକୁ ଆଣିଥିବା ବେଳେ ସେମାନେ ସତରେ ଦୋଷୀ ନା ଦୋଷ ଖସାଇବାକୁ ଉଦ୍ୟମ କରିଛନ୍ତି ତାହା ଜଣାପଡୁନି ।

ସେପଟେ ସୋମବାର ଅନୁଷ୍ଠିତ ହୋଇଥିବା ପିଜି ରାଜନୀତି ବିଜ୍ଞାନ ପରୀକ୍ଷାରେ ପୁଣି ତ୍ରୁଟି ଥିବା ପରିଲକ୍ଷିତ ହୋଇଛି । ରାଜନୀତି ବିଜ୍ଞାନର ପିଜି ୪ର୍ଥ ସେମିଷ୍ଟାର କମ୍ପ୍ୟୁଟର ଆପ୍ଲିକେସନ ଇନ୍ ପଲିଟିକାଲ ସାଇନ୍ସ ପେପରରେ ୫୦ ମାର୍କ ବଦଳରେ ୮୦ ମାର୍କର ପ୍ରଶ୍ନପତ୍ର ଆସିଛି । ୨ ଘଣ୍ଟା ବଦଳରେ ୩ ଘଣ୍ଟା ସମୟ ଦିଆଯାଇଥିଲା । ତେବେ ପୂର୍ବରୁ ୫୦ ମାର୍କର ପ୍ରାକ୍ଟିକାଲ ପରୀକ୍ଷା ସରିଥିବା ବେଳେ ସୋମବାର ୫୦ ମାର୍କର ଥିଓରୀ ହେବାର ଥିଲା ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି