ରାଜ୍ୟ ସ୍ପେଶାଲ ରିପୋର୍ଟ

ସମ୍ବଲପୁରରେ ସ୍ବାଭାବିକ ‌ହେଲା କୋର୍ଟ କାର୍ଯ୍ୟ: କାମ ଆରମ୍ଭ କଲେ ଶତାଧିକ ଓକିଲ

ସମ୍ବଲପୁର: ଗତ ଡିସେମ୍ବର ୭ରୁ ଜାନୁଆରି ୨ ତାରିଖ ପର୍ଯ୍ୟନ୍ତ ୨୭ ଦିନ ଧରି ସମ୍ବଲପୁର କୋର୍ଟରେ ଲାଗି ରହିଥିବା ଅଚଳାବସ୍ଥା ଶେଷରେ ଦୂର ହୋଇଛି। ସମ୍ବଲପୁର ଜିଲ୍ଲା ଓକିଲ ସଂଘର ଶତାଧିକ ଆଇନଜୀବୀ ଆଜି ଅଦାଲତି କାର୍ଯ୍ୟରେ ଯୋଗ ଦେଇଛନ୍ତି। ଫଳରେ ମଙ୍ଗଳବାରଠାରୁ ସ୍ଥିତି ସ୍ବାଭାବିକ ହୋଇଛି। ଜେଲ୍‌ରେ ଅଟକ ଥିବା ସମ୍ବଲପୁର ଜିଲ୍ଲା ଓକିଲ ସଂଘ ସଭାପତିଙ୍କ ଆହ୍ବାନକ୍ରମେ ସଦସ୍ୟମାନେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ପ୍ରାୟ ଏକ ମାସ ଧରି ବନ୍ଦ ହୋଇ ରହିଥିବା କୋର୍ଟ ପରିସରରେ ପୁଣିଥରେ ଗହଳଚହଳ ଦେଖିବାକୁ ମିଳିଛି।

ସମ୍ବଲପୁର ଜିଲ୍ଲା ଓକିଲ ସଂଘରେ ପ୍ରାୟ ୧୬୦୦ ସଦସ୍ୟ ଥିବାବେଳେ ମଙ୍ଗଳବାର ଶତାଧିକ ଆଇନଜୀବୀ କୋର୍ଟକୁ ଆସିଥିଲେ। ସବୁ କୋର୍ଟରେ ସୁରୁଖୁରୁରେ କାମ ଆରମ୍ଭ ହୋଇଥିଲା। ଅଚଳାବସ୍ଥା କାରଣରୁ ଅଟକି ରହିଥିବା ଅନେକ ଅଭିଯୁକ୍ତଙ୍କ ଜାମିନ ପାଇଁ ଓକିଲମାନେ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଆବେଦନ କରିଥିଲେ। ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଖାରଜ ହୋଇଥିବା ଜାମିନ ପାଇଁ ଉପର କୋର୍ଟଗୁଡ଼ିକରେ ଆବେଦନ କରାଯାଇଥିଲା। ଜିଲ୍ଲା ଦୌରା ଜଜ୍‌ଙ୍କ କୋର୍ଟରେ ବି ସ୍ବାଭାବିକଭାବେ କାର୍ଯ୍ୟ ଚାଲିଥିଲା। କଚେରି ଅଞ୍ଚଳର ସମସ୍ତ ଦୋକାନବଜାର ଖୋଲିଥିଲା। ଗତ ୧୨ ତାରିଖର ଘଟଣା ପରେପରେ କିଛିକିଛି ଓକିଲ କୋର୍ଟକୁ ଆସୁଥିଲେ ବି କୌଣସି କାର୍ଯ୍ୟ କରୁ ନଥିଲେ। କେବଳ ସରକାରୀ ଓକିଲମାନେ ତାଙ୍କ କାମ କରୁଥିଲେ। ସୋମବାର ପ୍ରଥମ କରି ବୁର୍ଲାର ୩ ଜଣ ଆଇନ୍‌ଜୀବୀ କାର୍ଯ୍ୟରେ ଯୋଗଦେଇ ଜାମିନ ଆବେଦନ କରିଥିଲେ।

ମଙ୍ଗଳବାର ଅନ୍ୟମାନେ ଯୋଗ ଦେଇଥିଲେ ବି ପୂର୍ବାପେକ୍ଷା ଉପସ୍ଥାନ କମ୍ ରହିଥିଲା। କଚେରି ଅଞ୍ଚଳରେ ଭିଡ଼ ଅପେକ୍ଷାକୃତ ପତଳା ରହିଥିଲା। କଚେରି ଛକରେ ୨୨ ଦିନ ଧରି ପୁଲିସ୍ ଲଗାଇଥିବା ବ୍ୟାରିକେଡ୍‌ ସୋମବାରଠାରୁ ଉଠାଇ ନେଇଥିଲା। ହେଲେ ପୁଲିସ୍ କର୍ମୀ ଏବେ ବି କୋର୍ଟ ପରିସରରେ ମୁତୟନ ଅଛନ୍ତି। କୌଣସି ଅପ୍ରୀତିକର ପରିସ୍ଥିତି ଯେମିତି ସୃଷ୍ଟି ନହୁଏ ସେଥିପାଇଁ ସତର୍କ ରହିଛନ୍ତି। କମ୍‌ ସଂଖ୍ୟାରେ ହେଲେ ବି ମହକିଲ ଓ ସାଧାରଣ ଲୋକ ମଙ୍ଗଳବାର କଚେରି ଆସି ନିଜ କାମ କରାଇଛନ୍ତି। କୋର୍ଟ ବନ୍ଦ କାରଣରୁ କାମ ଅଟକି ରହିଥିବା ଲୋକଙ୍କ ମନରେ ଆଜି ଖୁସି ବାରି ହେଉଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।