ରାଜ୍ୟ ସ୍ପେଶାଲ ରିପୋର୍ଟ

ସମ୍ବଲପୁରରେ କୈଳାସଙ୍କ ’ଜୟ ଜୟ କାରା’

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ

ସମ୍ବଲପୁର: ସମ୍ବଲପୁର ସହରରେ ବଲିଉଡ୍‌ ଗାୟକ କୈଳାସ ଖେରଙ୍କ କ୍ରେଜ୍‌। ଅଇଁଠାପାଲି ପିଏଚଡି ପଡିଆରେ କୈଳାସଙ୍କ ଗୀତ ଶୁଣିବା ପାଇଁ ୫୦ ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା। କୈଳାସ ଖେର୍‌ଙ୍କ ଗୀତର ତାଳେ ତାଳେ ଦର୍ଶକ ମଧ୍ୟ ନାଚି ଉଠିଥିଲେ। ‘ଜାନା ଯୋଗୀ ଦେ ନାଲ୍‌’ ଗୀତ ଗାଇ ଯେତେବେଳେ କୈଳାସ ଷ୍ଟେଜ୍‌ରେ ପ୍ରବେଶ କରିଥିଲେ, କରତାଳି ଓ ସିଟିରେ ପଡ଼ିଆ ପ୍ରକମ୍ପିତ ହୋଇଥିଲା। ପ୍ରଥମ ଗୀତ ଗାଇବା ପରେ ‘ଜୟ ମା ସମଲେଶ୍ବରୀ’ କହି ଆଶୀର୍ବାଦ ନେଇଥିଲେ।
ଗୀତ ଗାଇବା ବେଳେ ଦର୍ଶକଙ୍କୁ ଉତ୍ସାହିତ କରିବା ପାଇଁ ଅନେକ ଗୀତରେ ସମ୍ବଲପୁର ଓ ସମ୍ବଲପୁରବାସୀଙ୍କୁ ସାମିଲ କରିଥିଲେ। ଯାହା ଦର୍ଶକଙ୍କ ମନ ଜିଣିଥିଲେ। ‘ତବା ତବା ରେ.. ତେରି ସୁରତ, ତବା ତବାରେ ସମ୍ବଲପୁର.. ତେରି ସୁରତ’, ତୁମ୍‌ସେ ନାଜାନେ କ୍ୟୁଁ, ପିୟାକେ ରଙ୍ଗ ରଙ୍ଗଦିନି, କୈନ ହୈ ବୋ କୈନ ହୈ ବୋ, ଜୟ ଜୟ କାରା, ତେରି ଦିଵାନି’ ଭଳି ହିଟ୍‌ ଗୀତଗୁଡ଼ିକ ସିଧାସଳଖ କୈଳାସଙ୍କ କଣ୍ଠରେ ଶୁଣି ଦର୍ଶକ ମତୁଆଲା ହୋଇଥିଲେ। କୈଳାସଙ୍କ ବ୍ୟାଣ୍ଡ୍‌ ‘କୈଳାସା’ ଦର୍ଶକଙ୍କୁ ବାନ୍ଧି ରଖିବାରେ କୌଣସି ସୁଯୋଗ ହାତଛଡ଼ା କରି ନଥିଲା। ସବୁ ଗୀତକୁ କୈଳାସ ନାଚି ନାଚି ଗାଇଥିବା ବେଳେ ଦର୍ଶକ ମଧ୍ୟ ଝୁମିଥିଲେ। ସାଧାରଣ ଦର୍ଶକ ମନଖୋଲି ନାଚିଥିବା ବେଳେ ନେତା, ପ୍ରଶାସକ ଓ ଭିଭିଆଇପିମାନେ ବି ନିଜକୁ ସମ୍ଭାଳି ପାରି ନଥିଲେ। ଶହ ଶହ ଲୋକ ଚୌକି ଉପରେ ଚଢ଼ି ଝୁମିଥିଲେ। ହଜାର ହଜାର ଦର୍ଶକଙ୍କ ମୋବାଇଲ୍‌ ଫ୍ଲାସ୍‌ ଲାଇଟ୍‌ ଭୂଇଁରେ ତାରା ଫୁଟାଇବାର ଭ୍ରମ ସୃଷ୍ଟି କରିଥିଲା।

ସମ୍ବଲପୁର ପବିତ୍ର ମାଟିରେ ପାଦ ଦେବା ସ୍ବପ୍ନ ଥିଲା

ମା’ ସମଲେଶ୍ବରୀଙ୍କୁ ପ୍ରଣାମ କରି ସମ୍ବଲପୁରବାସୀଙ୍କୁ ସ୍ବାଗତ କରିଥିଲେ କୈଳାସ ଖୈର। ତେବେ ମା’ ସମଲେଶ୍ବରୀଙ୍କ ପବିତ୍ର ମାଟି ସମ୍ବଲପୁରରକୁ ଆସିବା ପାଇଁ ପିଲାଦିନୁ ସ୍ବପ୍ନ ଦେଖିଥିଲି ବୋଲି କହିଥିଲେ। ଆପଣ ମାନେ କେମିତ ଅଛନ୍ତି ବୋଲି ପଚାରିଥିଲେ। ଭିଡିଓ ବାର୍ତ୍ତାରେ କରିଥିବା ନିବେଦନ ରଖି ବହୁ ସଂଖ୍ୟାରେ ଦର୍ଶକ ଆସିଥିବାରୁ କୈଳାସ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।