ସମ୍ବଲପୁର: ସମ୍ବଲପୁରରେ ଓକିଲଙ୍କ ଆନ୍ଦୋଳନ ବେଳେ କୋର୍ଟ ପରିସରରେ ଭଙ୍ଗାରୁଜା ଘଟଣାରେ ପୁଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ମାମଲାରେ ପୁଲିସ ଏଯାଏ ୧୪ଜଣ ଆଇନଜୀବୀଙ୍କୁ ଗିରଫ କରିଛି। ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏବେ ବି ଚଢ଼ଉ ଜାରି ରହିଛି।ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଆରକ୍ଷୀ ଅଧୀକ୍ଷକ ବାତୁଲା ଗଙ୍ଗାଧର।
ସେହିପରି ସମ୍ବଲପୁର କଚେରୀ ଛକରୁ ୫୦୦ ମିଟରରେ ୧୪୪ ଧାରା ଜାରି କରାଯାଇଛି। ନିଷିଦ୍ଧାଂଚଳ ମଧ୍ୟରେ କୌଣସି ସଭାସମିତି ହୋଇପାରିବ ନାହିଁ । ଏହା ସହ ୫ରୁ ଅଧିକ ଲୋକ ନିଷିଦ୍ଧାଞ୍ଚଳରେ ଏକାଠି ହୋଇପାରିବେ ନାହିଁ।
ସୂଚନାଯୋଗ୍ୟ, ଗତକାଲି ସମ୍ବଲପୁର ବାର ଆସୋସିଏସନ୍ର ଆନ୍ଦୋଳନକାରୀ ଓକିଲ କୋର୍ଟରେ ପଶି ଭଙ୍ଗାରୁଜା କରିଥିଲେ ।ଏହି ଅଭାବନୀୟ ଘଟଣାକୁ ନେଇ ସମ୍ବଲପୁର ଟାଉନ ଥାନା ପୁଲିସ ୩ଟି ମାମଲା ରୁଜୁ କରିଛି। ଟାଉନ ଆଇଆଇସି ପ୍ରକାଶ କୁମାର କର୍ଣ୍ଣଙ୍କ ସୂଚନା ଅନୁସାରେ, ନେଲ୍ସନ୍ ମଣ୍ଡେଲା ଛକରେ ପୁଲିସ ସହିତ ଧସ୍ତାଧସ୍ତି ଘଟଣାରେ ଭିମ୍ ଆର୍ମି, ବଜରଙ୍ଗ ଦଳ, ମାରୱାଡ଼ି ଯୁବା ମଞ୍ଚ , ଘୁନ୍ଘୁଟିପଡ଼ା ବିସ୍ଥାପିତ ସଂଗଠନ, ଏବିଭିପି ସହିତ ଅନ୍ୟାନ୍ୟ ସଂଗଠନ ବିରୋଧରେ କେସ୍ ନମ୍ବର ୪୭୯/୧୨/୧୨/୨୨ ମାମଲା ରୁଜୁ କରାଯାଇଛି। ସେହିପରି ଜିଲ୍ଲା ଜଜ୍ଙ୍କ କୋର୍ଟ ସମ୍ମୁଖରେ ପୁଲିସ୍ ସହିତ ମୁହାଁମୁହିଁ ହେବା ତଥା ପୁଲିସ ବ୍ୟାରିକେଡ୍ ଭାଙ୍ଗି କୋର୍ଟ ପରିସରକୁ ପଶିବା ଘଟଣାରେ ପୁଲିସ ଏତଲା ଅଧାରରେ ୪୮୦/୧୨.୧୨.୨୨ ରୁଜୁ କରାଯଇଥିବା ସେ ସୂଚନା ଦେଇଛନ୍ତି। ସମ୍ବଲପୁର ଜିଲ୍ଲା ଓକିଲ ସଂଘର ସଦସ୍ୟ ଅନୱର ଅଲ୍ଲୀ, ବିଜୟ ଜେନା, ବିଷ୍ଣୁ ପାଢ଼ୀ, ସୁରଂଜିନୀ ବାରିକ, ଦୀପକ କୁଅଁର, ଟିଟୁନ ଶର୍ମା, ଜିତେନ୍ଦ୍ର ପ୍ରଧାନ, ବାବୁଲି ପଣ୍ଡା, ଶଶାଙ୍କ ଶେଖର ପାଢ଼ୀ, ଅଫ୍ସାନା ବାନୋ ଓରଫ ଅଂଜୁମ, ସିଲୁ ମହାପାତ୍ର, ପ୍ରବୀଣ ସିଂହଦେଓ ପ୍ରମୁଖଙ୍କ ନେତୃତ୍ବରେ ୧୦୦ରୁ ୧୫୦ ଓକିଲ କୋର୍ଟ ପରିସରକୁ ପଶି ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି କରିଥିବା ଏତଲାରେ ଦର୍ଶାଯାଇଛି। ସେହିପରି କୋର୍ଟ ଭିତରେ ଭଙ୍ଗାରୁଜାକୁ ନେଇ ଓକିଲମାନଙ୍କ ବିରୋଧରେ ଅନ୍ୟ ଏକ ମାମଲା ୪୮୧/୧୨/୧୨/୨୨ ରୁଜୁ ହୋଇଥିବା ଆଇଆଇସି ଶ୍ରୀ କର୍ଣ୍ଣ କହିଛନ୍ତି।
Trending
- ଜ୍ବରରେ କମ୍ପୁଛି ଗୁହିଆଶାଳ: ରୋଗୀଙ୍କୁ ଡାକ୍ତରଖାନା ନେବାକୁ ନାକେଦମ୍ ହେଲେ ଡାକ୍ତରୀ ଦଳ,ଜଣେ ରୋଗୀ ପାଇଁ ୧୩ଜଣ ଅଟକି ରହିଲେ
- ଆସନ୍ତା ଜୁଲାଇ 7ତାରିଖରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା
- ଜାଣନ୍ତୁ ଆଜିର ରାଶିଫଳ
- ହଜିବାକୁ ବସିଲାଣି ଅଂଶୁପା ହ୍ରଦ
- ସ୍କୁଲର ପାଣିଟାଙ୍କି ଭୁଶୁଡ଼ି ଅନ୍ତେବାସୀ ଛାତ୍ର ମୃତ
- ଜାଣନ୍ତୁ ଆଜିର ରାଶିଫଳ
- ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଜାରି
- ବିଜେଡିର ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ ବାସଭବନ ଭଙ୍ଗା, କାରଣ ଅସ୍ପଷ୍ଟ
Monday, July 8