ରାଜ୍ୟ ସ୍ପେଶାଲ ରିପୋର୍ଟ

ସମ୍ବଲପୁରରେ ଆଜିଠୁ କୋର୍ଟ କାର୍ଯ୍ୟ ସ୍ବାଭାବିକ

ସମ୍ବଲପୁର : ସମ୍ବଲପୁରର କୋର୍ଟ କଚେରିରେ ଗତ ଡିସେମ୍ବର ୭ ତାରିଖରୁ ଲାଗି ରହିଥିବା ଅଚଳାବସ୍ଥା ଦୂର ହେବ। ମଙ୍ଗଳବାର ୩ ତାରିଖରୁ ସମ୍ବଲପୁରରେ ସମସ୍ତ ଅଦାଲତି କାର୍ଯ୍ୟ ସ୍ବାଭାବିକ ହେବ। ମଙ୍ଗଳବାରଠାରୁ ସମ୍ବଲପୁର ଓକିଲ ସଂଘର ସମସ୍ତ ସଦସ୍ୟ ଆନ୍ଦୋଳନରୁ ଓହରି ଆନୁଷ୍ଠାନିକଭାବେ କାର୍ଯ୍ୟରେ ଯୋଗଦେବେ ବୋଲି ବାର୍‌ ପକ୍ଷରୁ କହାଯାଇଛି। ଫଳରେ ଦୀର୍ଘ ୨୭ ଦିନ ଧରି ଜାରି ଅଚଳାବସ୍ଥାର ବସ୍ତୁତଃ ଅବସାନ ହେବାକୁ ଯାଉଛି।

ସଂଘର ବରିଷ୍ଠ ସଦସ୍ୟ ପ୍ରମୋଦ କୁମାର ଦାଶଙ୍କ ସୂଚନାନୁସାରେ, ସମ୍ବଲପୁର ଜିଲ୍ଲା ଓକିଲ ସଂଘର ସଭାପତି ସୁରେଶ୍ବର ମିଶ୍ର ଜେଲ୍‌ ଭିତରୁ ସଦସ୍ୟମାନେ କୋର୍ଟ କାର୍ଯ୍ୟରେ ଯୋଗ ଦିଅନ୍ତୁ ବୋଲି ଅନୁରୋଧ କରିଛନ୍ତି। ସେ ଜେଲ୍‌ରୁ ଏ ସଂପର୍କିତ ଏକ ପତ୍ର ଜିଲ୍ଲା ଓକିଲ ସଂଘ କାର୍ଯ୍ୟାଳୟକୁ ପଠାଇଛନ୍ତି। ଉକ୍ତ ଚିଠିକୁ ପଢ଼ିବା ପରେ ସମସ୍ତ ସଦସ୍ୟ ଏହାକୁ ଗ୍ରହଣ କରିଛନ୍ତି। ତେଣୁ, ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାରଠୁ ସମସ୍ତେ କାର୍ଯ୍ୟରେ ସ୍ବାଭାବିକଭାବେ ଯୋଗ‌ଦେବେ ବୋଲି ଶ୍ରୀ ଦାଶ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।