ଦେଶ ବିଦେଶ ମନୋରଞ୍ଜନ

ସମ୍ପର୍କ ଯୋଡିବାର ଆଶା ମଉଳିଲା, ବିବାହ ବିଚ୍ଛେଦ ପରେ ସୋସିଆଲ ମିଡିଆରୁ ସ୍ବାମୀଙ୍କ ନାମ ହଟାଇଲେ ଐଶ୍ବର୍ଯ୍ୟା

ନୂଆଦିଲ୍ଳୀ ୨୫।୦୩ : ବଲିଉଡ ଏବଂ ସାଉଥ ସିନେମାର ସୁପରଷ୍ଟାର ତଥା ଅଭିନେତା ରଜନୀକାନ୍ତଙ୍କ ଝିଅ ଐଶ୍ବର୍ଯ୍ୟା ଏବଂ ଧନୁଷଙ୍କ ସମ୍ପର୍କ ବିଷୟରେ ଖୁବ୍‌ ଆଲୋଚନା ଚାଲିଥିଲା। ସାମନ୍ତ ଏବଂ ନାଗା ଚୈତନ୍ୟଙ୍କ ପରେ ଉଭୟ ନିଜ ସମ୍ପର୍କରୁ ଅଲଗା ହେବାକୁ ଘୋଷଣା କରିଥିଲେ । ଯେଉଁଥିପାଇଁ ସାରା ଇଣ୍ଡଷ୍ଟ୍ରି ଆଶ୍ଚର୍ଯ୍ୟ ହୋଇଯାଇଥିଲା । ଏବେ ପୁଣି ଥରେ ଐଶ୍ୱର୍ଯ୍ୟା ଏବଂ ଧନୁଷ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ଯେଉଁଥିପାଇଁ ପ୍ରଶଂସକମାନେ ବର୍ତ୍ତମାନ ପ୍ୟାଚ୍-ଅପ୍‌ କରିବାର ଆଶା ମଧ୍ୟ ହରାଇଛନ୍ତି।

ଏଥର ସେ ସମସ୍ତ ସୋସିଆଲ ମିଡିଆ ଆକାଉଣ୍ଟରୁ ସ୍ୱାମୀଙ୍କ ନାମ ତଥା ଧନୁଷଙ୍କ ନାମକୁ ହଟାଇ ଦେଇଛନ୍ତି। ଏବେ କୌଣସି ପ୍ରକାରେ ମଧ୍ୟ ଧନୁଷ ନାଁ ନିଜ ସହ ଯୋଡି ରଖିବାକୁ ଚାହୁଁ ନାହାନ୍ତି। ଐଶ୍ୱର୍ଯ୍ୟାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ପ୍ରଥମେ @ash_r_dhanush ନାଁ ଥିଲା। ଏବେ କିନ୍ତୁ ସେ ଏହାକୁ ବଦଳାଇ @ash_rajinikanth କରି ଦେଇଛନ୍ତି। ଟ୍ୱିଟର ସମେତ ସେ ଇନ୍‌ଷ୍ଟାଗ୍ରାମରେ ମଧ୍ୟ ନିଜ ନାଁକୁ ବଦଳାଇ @aishwaryarajini କରିଦେଇଛନ୍ତି।

ସୂଚନା ମୁତାବକ, ଜାନୁଆରୀ ୧୭ରେ ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟ ଓ ଧନୁଷ ନିଜ ୧୮ ବର୍ଷର ବିବାହରେ ପୂର୍ଣ୍ଣଛେଦ ପକାଇଥିଲେ। ଦୁହେଁ ଅଲଗା ହୋଇଯାଇଥିବା ନେଇ ଘୋଷଣା କରିଥିଲେ। ଏହି ନିଷ୍ପତ୍ତିକୁ ସମ୍ମାନ ଦେବା ପାଇଁ ସେ ଲୋକଙ୍କ ଅପିଲ ମଧ୍ୟ କରିଥିଲେ। ଏହି ଖବର ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାନ୍‌ମାନଙ୍କୁ ସକ୍ତ ଝଟ୍‌କା ଲାଗିଥିଲା।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ