ଅପରାଧ ରାଜ୍ୟ

ସମ୍ପର୍କୀୟା ଭଉଣୀଙ୍କୁ କଟୁରୀରେ ଆକ୍ରମଣ, ଗହଣା ଲୁଟ୍‌ ଉଦ୍ୟମ ବେଳେ ମାଡିବସିଲେ ଗ୍ରାମବାସୀ

ବାଲେଶ୍ୱର ୨୨।୦୫ : ସମ୍ପର୍କୀୟା ଭଉଣୀଙ୍କୁ କଟୁରୀରେ ଆକ୍ରମଣ ପରେ ଘରୁ ଗହଣା ଲୁଟ ଉଦ୍ୟମ। ଫେରାର୍ ହୋଇଯିବା ବେଳେ ମାଡ଼ି ବସିଲେ ଗ୍ରାମବାସୀ। ଦୁର୍ବୃତ୍ତକୁ କାବୁ କରି ପୋଲିସ ଜିମା ଦେଇଛନ୍ତି ଗ୍ରାମବାସୀ । ବାଲେଶ୍ଵର ଜିଲ୍ଲା ସଦର ଥାନା ଚଷାଖଣ୍ଡ ପଞ୍ଚାୟତ ଅନନ୍ତପୁରରେ ଏଭଳି ଘଟଣା ଘଟିଛି।

ଖବର ଅନୁଯାୟୀ, ବାଲେଶ୍ଵର ଜିଲ୍ଲା ସଦର ଥାନା ଚଷାଖଣ୍ଡ ପଞ୍ଚାୟତ ଅନନ୍ତପୁରର ଲିପନ ଜେନା ମଦ୍ୟପାନ କରି ସମ୍ପର୍କୀୟା ଭଉଣୀ ଘରକୁ ଆସି କବାଟ ଖୋଲିବାକୁ କହିଥିଲେ। ପଲ୍ଲବୀ ଜେନା କବାଟ ଖୋଲିବାରୁ ଲିପନ ତାଙ୍କ ଉପରକୁ କଟୁରୀରେ ଅତର୍କିତ ଆକ୍ରମଣ କରି ସୁନାଗହଣା ଧରି ଚମ୍ପଟ ମାରିବାକୁ ବସିଥିଲେ। ପଲ୍ଲବୀଙ୍କ ପାଟି ଶୁଣି ପାଖ ପଡ଼ୋଶୀମାନେ ରୁଣ୍ଡ ହୋଇ ଲିପନକୁ କାବୁ କରି ଉତ୍ତମ ମଧ୍ୟମ ଦେଇଥିଲେ। ପରେ ସଦର ଥାନା ଜିମା ଦେଇଥିଲେ। ଅପର ପକ୍ଷରେ ଗୁରୁତର ମହିଳାଙ୍କୁ ଉଦ୍ଧାର କରାଯାଇ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୋଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚୁରା କରୁଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।