ଅପରାଧ ରାଜ୍ୟ

ସମ୍ପର୍କରେ ଲାଗିଲା ରକ୍ତ ଛିଟା, ମାଆକୁ କାଠ ଫାଳିଆରେ ପିଟି ପିଟି ମାରିଲା ପୁଅ

ଫୁଲବାଣୀ ୨୭/୦୫: ବିଧବା ମାଆକୁ ନିର୍ମମ ଭାବେ ହତ୍ୟା କଲା ପୁଅ । ଶୁକ୍ରବାର ରାତିରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଫୁଲବାଣି ଟାଉନ ଥାନା ଅନ୍ତର୍ଗତ ବିଡ଼ଙ୍ଗୀ ସାହିରେ ।

୬୦ ବର୍ଷର ବୃଦ୍ଧା ମା କସ୍ତୁରୀ କହଁରକୁ କାଠ ଫାଳିଆରେ ପିଟି ପିଟି ହତ୍ୟା କରିଛି ପୁଅ ଜିତେନ୍ଦ୍ର କହଁର । କୌଣସି କାରଣକୁ ନେଇ ମା ସହ ପୁଅର ଯୁକ୍ତିତର୍କ ହୋଇଥିଲା । ଆଉ ପୁଅ ଜିତେନ୍ଦ୍ର ହଟାତ କ୍ରୋଧାନ୍ୱିତ ହୋଇ ପାଖରେ ଥିବା ଏକ କାଠ ଫାଳିଆରେ ମୁଣ୍ଡକୁ ମାରିଦେବା ଫଳରେ ଗୁରୁତର ହୋଇ ପଡ଼ିଥିଲେ କସ୍ତୁରୀ ।

ତାଙ୍କୁ ତୁରନ୍ତ ଫୁଲବାଣି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏ ନେଇ ଫୁଲବାଣୀ ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଛି । ହତ୍ୟାକାରୀ ପୁଅ ଜିତେନ୍ଦ୍ର କୁ ପୋଲିସ ଥାନାରେ ଅଟକ ରଖି ପଚରା ଉଚରା କରୁଛି । ହତ୍ୟାର କାରଣ ଜଣା ପଡିନି ଏଯାଏଁ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।