ଅପରାଧ ରାଜ୍ୟ

ସମ୍ପର୍କରେ ଲାଗିଲା ରକ୍ତର ଛିଟା, ପୁଅର ଛୁରା ମାଡରେ ବାପା ମୃତ

ସାନଖେମୁଣ୍ଡି ୨୫/୧୦: ସୋମବାର ସବୁଠି ଆଲୋକର ପର୍ବ ଦୀପାବଳି ପାଳନ ହେଉଥିଲା । ଗାଁଠୁ ସହର ସବୁଠି ଧୁମ୍ ଧାମ୍‌ରେ ପାଳନ ହେଉଥିବା ବେଳେ ଗଞ୍ଜାମ ଜିଲ୍ଲା ଆସିକା ଥାନା ପଢାଳ ଗାଁରେ ଘଟିଯାଇଛି ଅଭାବନୀୟ ଘଟଣା । ପୁଅର ଛୁରା ମାଡ଼ରେ ବାପାର ମୃତ୍ୟୁ ହୋଇଯାଇଛି ।

ସୂଚନା ଥାଉକି କୌଣସି କାରଣ ଯୋଗୁଁ ଆସିକା ପଢାଳ ଗାଁ ଅରୁଣ ନାହାକ ବାପା ଦେଵରାଜ ନାହାକକୁ ଛୁରୀ ଆକ୍ରମଣ କରିଥିଲା । ଗୁରୁତର ଆହତ ଅବସ୍ଥାରେ ଦେବରାଜଙ୍କୁ ଆସିକା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଆସିକା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଲାଇଛି । ତେବେ ଅଭିଯୁକ୍ତ ପୁଅ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।