ଅପରାଧ ରାଜ୍ୟ

ସମ୍ପର୍କରେ ଲାଗିଲା ରକ୍ତର ଛିଟା, ବଡ଼ ଭାଇକୁ କଟୁରୀରେ ହାଣିଲା ସାନଭାଇ

ବାରିପଦା ୨୬।୦୬: ସଂପର୍କରେ ଲାଗିଲା ରକ୍ତର ଛିଟା । କଟୁରୀରେ ବଡ଼ ଭାଇକୁ ହାଣିଲା ସାନଭାଇ। ମୟୂରଭଞ୍ଜ ବାରିପଦା ସଦର ଥାନା ମାଧପୁର ଗାଁରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ପାରିବାରିକ କଳହକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ୪୫ବର୍ଷୀୟ ମେଘରାୟ ସରେନ।

ଖବର ଅନୁଯାୟୀ, ବଡ଼ ଭାଇ ମେଘରାୟ ପ୍ରତିଦିନ ନିଶା ଶକ୍ତ ଅବସ୍ଥାରେ ଘରକୁ ଆସି ପରିବାର ସଦସ୍ୟଙ୍କୁ ଗାଳି ଗୁଳଜ କରୁଥିଲେ। ଶନିବାର ମଧ୍ୟ ବଡଭାଇ ନିଶା ଶକ୍ତ ଅବସ୍ଥାରେ ଆସି ଘରେ ଶୋଇଥିବା ସାନ ଭାଇ ସହ କଳହ କରିଥିଲେ। ସାନଭାଇ ଲକ୍ଷ୍ମଣ ସରେନ କ୍ରୋଧର ବଶବର୍ତ୍ତୀ ହୋଇ କଟୁରୀ ସାହାଯ୍ୟର ବଡ଼ ଭାଇକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ସାନ ଭାଇ ଲକ୍ଷ୍ମଣ ସରେନକୁ ଘଟଣା ସ୍ଥଳରୁ ଗିରଫ କରିଛି ବାରିପଦା ସଦର ପୋଲିସ। ପୋଲିସ ଓ ବାରିପଦାର ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି । ବାରିପଦା ପୋଲିସ ମାମଲା ରୁଜ୍ଜୁ କରିବା ସହ ହତ୍ୟାରେ ବ୍ୟବହୃତ କଟୁରୀ ଜବତ କରିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।