ଦେଶ ବିଦେଶ

ସମ୍ପତ୍ତି ହରାଇବାରେ ଆଦାନି, ବଢ଼ାଇବାରେ ମସ୍କ ଆଗରେ

ନୂଆଦିଲ୍ଲୀ: ବିଶ୍ବର ଧନୀଙ୍କ ମଧ୍ୟରେ ନିଜ ସମ୍ପତ୍ତିକୁ ଦ୍ରୁତ ଗତିରେ ବଢ଼ାଇବାରେ ଟେସ୍‌ଲା ମୁଖ୍ୟ ଏଲନ୍‌ ମସ୍କ ଓ ମେଟା ମୁଖ୍ୟ ମାର୍କ ଜୁକରବର୍ଗ ଆଗରେ ରହିଛନ୍ତି। ବ୍ଲୁମ୍‌ବର୍ଗ ବିଲିଓନେୟାର ସୂଚୀ ଅନୁଯାୟୀ, ଧନୀମାନେ ନିଜ ସମ୍ପତ୍ତିରେ ଦୈନିକ ୧୪ ନିୟୁତ ଡଲାର ବୃଦ୍ଧି ଆଣିବାରେ ସଫଳ ହୋଇଛନ୍ତି। ୨୦୨୦ ପରେ ଏହା ହେଉଛି ସେମାନଙ୍କ ପାଇଁ ସବୁଠୁ ଭଲ ସମୟ। ବିଶ୍ବର ଶ୍ରେଷ୍ଠ ୫୦୦ ଧନୀ ନିଜ ସମ୍ପତ୍ତିରେ ୮୫,୨୦୦ କୋଟି ଡଲାର ଯୋଡ଼ିଛନ୍ତି। ଏଲନ୍ ମସ୍କ ୯୬୬୦ କୋଟି ଡଲାର ସହ ବିଶ୍ବର ଏକ ନମ୍ବର ଧନୀ ହୋଇରହିଛନ୍ତି। ଜୁକରବର୍ଗଙ୍କ ସମ୍ପତ୍ତି ୫୮୯୦ କୋଟି ଡଲାରକୁ ବୃଦ୍ଧି ପାଇଛି। ଆଲୋଚ୍ୟ ଛଅ ମାସରେ ଆଦାନି ଗ୍ରୁପ୍‌ର ମୁଖ୍ୟ ଗୌତମ ଆଦାନି ୬୦୨୦ କୋଟି ଡଲାର ହରାଇଛନ୍ତି। ଗତ ଜାନୁଆରି ୨୭‌ରେ ଗୋଟିଏ ଦିନରେ ସେ ୨୦୮୦ କୋଟି ଡଲାର ହରାଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ