ରାଜ୍ୟ ସ୍ପେଶାଲ ରିପୋର୍ଟ

ସମ୍ପତ୍ତି ତାଲିକା ନଦେଲେ ପଦୋନ୍ନତି ମିଳିବନି

ଭୁବନେଶ୍ବର : ସମସ୍ତ ସରକାରୀ ଚାକିରିଆ (ଗ୍ରୁପ୍‌-ଏରୁ ଗ୍ରୁପ୍ ଡି ପର୍ଯ୍ୟନ୍ତ) ସେମାନଙ୍କର ଜାନୁଆରି ୧, ୨୦୨୨ ପର୍ଯ୍ୟନ୍ତ ଥିବା ସମସ୍ତ ସମ୍ପତ୍ତିର ବାର୍ଷିକ ତାଲିକା ଚଳିତ ଜାନୁଆରି ୩୧ତାରିଖ ମଧ୍ୟରେ ଦାଖଲ କରିବେ। ଏଚ୍‌ଆର୍‌ଏମ୍‌ଏସ୍‌ ପୋର୍ଟାଲରେ ଥିବା ଫର୍ମାଟ ଅନୁଯାୟୀ କର୍ମଚାରୀମାନେ ସେମାନଙ୍କ ସମସ୍ତ ସ୍ଥାବର, ଅସ୍ଥାବର ସମ୍ପତ୍ତିର ତାଲିକା, ଏହାର ମୂଲ୍ୟ ଆକଳନ କରି ଅପଲୋଡ୍‌ କରିବେ। ଯଦି କେହି ଏହି ସମ୍ପତ୍ତି ତାଲିକା ଧାର୍ଯ୍ୟ ସମ‌ୟରେ ଦେବେନି ତେବେ ସେମାନଙ୍କର ପଦୋନ୍ନତି ସମୟରେ ତାଙ୍କୁ ବିଚାରକୁ ନିଆଯିବନି। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ ଓଡ଼ିଶା ସରକାରୀ କର୍ମଚାରୀ ଆଚରଣ (ସଂଶୋଧିତ) ନିୟମ, ୨୦୨୧ ଅନୁଯାୟୀ ସମସ୍ତ ସରକାରୀ କର୍ମଚାରୀ ସେମାନଙ୍କ ସମ୍ପତ୍ତିର ତାଲିକା ପ୍ରତିବର୍ଷ ଜାନୁଆରି ୩୧ ତାରିଖ ସୁଦ୍ଧା ଘୋଷଣା କରିବେ। ତେଣୁ ଏହା ନକଲେ ପୂର୍ବ ସର୍ତ୍ତ ଅନୁଯାୟୀ ପଦୋନ୍ନତି ଦିଆଯିବନି।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏଭଳି ବିଜ୍ଞପ୍ତି ପ୍ରକାଶ ପାଇଥିଲେ ହେଁ ସରକାରୀ କର୍ମଚାରୀମାନେ କେତେଦୂର ଏହାକୁ ମାନୁଛନ୍ତି ଏବଂ ସରକାରଙ୍କ ନିର୍ଦ୍ଦେଶନାମାରେ କେତେ ଦମ୍ ଅଛି ତାହା ଜାନୁଆରି ୩୧ ପରେ ଜଣାପଡ଼ିବ। କାରଣ ଏହି ବ୍ୟବସ୍ଥା ଦୁଇ ବର୍ଷ ତଳେ ଆରମ୍ଭ ହୋଇଥିଲେ ହେଁ ସରକାରୀ କର୍ମଚାରୀମାନେ ପ୍ରଥମ ବର୍ଷ ନିଜ ସମ୍ପତ୍ତି ତାଲିକା ଦେଲେନି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ୫ଥର ଚିଠି ଲେଖାଯିବ‌ା ପରେ କିଛି କର୍ମଚାରୀ ସମ୍ପତ୍ତି ତାଲିକା ଅପଲୋଡ୍ କଲେ। ଏପରିକି କିଛି କର୍ମଚାରୀ ଏପର୍ଯ୍ୟନ୍ତ ବି ସମ୍ପତ୍ତି ତାଲିକା ଦେଇନାହାନ୍ତି। ଅପରପକ୍ଷେ ବିଭିନ୍ନ ବିଭାଗର ମୁଖ୍ୟ, ସଚିବସ୍ତରୀୟ ଅଧିକାରୀମାନେ ସମ୍ପତ୍ତି ତାଲିକା ଦେବାରେ ବିଳମ୍ବ କରୁଥିବାରୁ ତାଙ୍କ ଅଧୀନସ୍ଥ କର୍ମଚାରୀମାନେ ତାଲିକା ଦେଉନାହାନ୍ତି। ଉଚ୍ଚ ପଦସ୍ଥ ଅଧିକାରୀ ସମ୍ପତ୍ତି ତାଲିକା ଦେବାକୁ ପଛଘୁଞ୍ଚା ଦେଉଥିବାରୁ ସେମାନେ ବି ଅନ୍ୟମାନଙ୍କୁ ତାଗିଦ୍ କରିପାରୁନଥିବା କୁହାଯାଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।