ରାଜ୍ୟ ସ୍ପେଶାଲ ରିପୋର୍ଟ

ସମୁଦ୍ର ଲହଡ଼ିରେ ଭାସି ବାପପୁଅ ମୃତ

ପୁରୀ : ପୁରୀ ସମୁଦ୍ରରେ ସ୍ନାନ କରୁଥିବା ବେଳେ ଲହଡ଼ିରେ ଭାସିଯାଇ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତ ଦୁଇଜଣ ହେଲେ ବାପାପୁଅ। ବାପା ରଞ୍ଜନ ଦାସ(୪୦) ଓ ତାଙ୍କ ପୁଅ ରିଷଭ ଦାସ(୧୬)। ପଶ୍ଚିମବଙ୍ଗ ହାୱଡ଼ା ଅଞ୍ଚଳରେ ସେମାନଙ୍କ ଘର। ଆହତ ଶୟନ ଶେଖର ମହୋତ(୨୦) ତାଙ୍କ ଭଣଜା ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ରଞ୍ଜନ ଦାସଙ୍କ ପରିବାରର ୫ ଜଣ ଗତକାଲି ପୁରୀ ବୁଲିବାକୁ ଆସି ସମୁଦ୍ରକୂଳ ଥାନା ଅଞ୍ଚଳର ଏକ ଗେଷ୍ଟ୍‌ ହାଉସ୍‌ରେ ରହିଥିଲେ। ଆଜି ଦିନ ପ୍ରାୟ ୧୨ଟା ୫୦ମିନିଟ୍‌ ସମୟରେ କାମେଲିଆ ହୋଟେଲ ସମ୍ମୁଖ ସମୁଦ୍ରରେ ସେମାନେ ସ୍ନାନ କରୁଥିଲେ। ଏହିସମୟରେ ରଞ୍ଜନଙ୍କ ପତ୍ନୀ ମୋନାଲିସା ବେଳାଭୂମିରେ ନିଜ ମା’ଙ୍କ ନିକଟରେ ବସିଥିଲେ। ଏତିକିବେଳେ ଏକ ବଡ଼ ଲହଡ଼ି ରଞ୍ଜନ ଦାସ(୪୦), ତାଙ୍କ ପୁଅ ରିଷଭ ଦାସ(୧୬) ଏବଂ ଭଣଜା ଶୟନ ଶେଖର ମହୋତ(୨୦)ଙ୍କୁ ଭସାଇ ନେଇଥିଲା।

ଏହାଦେଖି ମୋନାଲିସା ଚିତ୍କାର କରିବାରୁ ପାଖରେ ଥିବା ଲାଇଫ୍‌ଗାର୍ଡମାନେ ସମୁଦ୍ରକୁ ଡେଇଁ ତିନିଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଥିଲେ। ତେବେ, ସେଠାରେ ରଞ୍ଜନ ଓ ପୁଅ ରିଷଭଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟପଟେ ‌ଶୟନ ଏବେ ଡାକ୍ତରଖାନାରେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି। ସମୁଦ୍ରକୂଳ ଥାନା ପୁଲିସ ରଞ୍ଜନ ଓ ରିଷଭଙ୍କୁ ଶବକୁ ଜବତ କରି ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।