ରାଜ୍ୟ ସ୍ପେଶାଲ ରିପୋର୍ଟ

ସମୁଦ୍ରରେ ବୁଡ଼ିଗଲେ ୩ ପର୍ଯ୍ୟଟକ; ଜଣେ ମୃତ, ଜଣେ ନିଖୋଜ, ଜଣେ ଉଦ୍ଧାର

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ .

ଅସ୍ତରଙ୍ଗ : ପୁରୀଜିଲ୍ଲା ଅସ୍ତରଙ୍ଗ ବେଳାଭୂମି ପୀର ଜାହାନିଆଠାରେ ଆଜି ପାଣିରେ ବୁଡ଼ି ଜଣେ ପର୍ଯ୍ୟଟକଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ନିଖୋଜ ହୋଇଯାଇଛନ୍ତି। ଅନ୍ୟଜଣେ ପର୍ଯ୍ୟଟକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ସେମାନଙ୍କର ପରିଚୟ ମିଳିପାରିନାହିଁ।

ଜଗତସିଂହପୁର ପିତେଇପୁର ଅଞ୍ଚଳର ୩ ଜଣ ଯୁବକ ବଣଭୋଜି କରିବାକୁ ପୀରଜାହାନିଆକୁ ଆସିଥିଲେ। ଭୋଜି ସାରି ଅପରାହ୍ନ ପ୍ରାୟ ୪ଟା ବେଳେ ସେମାନେ ସମୁଦ୍ରରେ ଗାଧୋଇବା ବେଳେ ଲହଡ଼ିରେ ଭାସିଯାଇଥିଲେ। ସ୍ଥାନୀୟ ଯୁବକମାନେ ଜଣକୁ ଉଦ୍ଧାର କରିଥିବା ବେଳେ ଅନ୍ୟ ଦୁଇଜଣ ଲହଡ଼ିରେ ଗଭୀର ସମୁଦ୍ରକୁ ଭାସିଯାଇଥିଲେ। ପରେ ସ୍ଥାନୀୟ ଯୁବକମାନେ ଆଉ ଜଣେ ଯୁବକଙ୍କୁ ସଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରିଥିଲେ। ମାତ୍ର ତାଙ୍କୁ ଡାକ୍ତରଖାନାରେ ନେବାରୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋ‌ଷଣା କରିଛନ୍ତି।

ଅନ୍ୟପକ୍ଷରେ ନିଖୋଜ ଯୁବକଙ୍କୁ ଉଦ୍ଧାର କରିବା ପାଇଁ ଅସ୍ତରଙ୍ଗ ଥାନା ଅଧିକାରୀ ପଞ୍ଚାନନ ପରିଡ଼ାଙ୍କ ତତ୍ତ୍ୱାବଧାନରେ ଅଗ୍ନିଶମ ଓ ପୁଲିସ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି। ସ୍ଥାନୀୟ ଅଞ୍ଚଳର ସଂଗ୍ରାମ ବିଶ୍ୱାଳ, ଜଗବନ୍ଧୁ ବେହେରା, ବାବୁନି ନାୟକ ଓ ପୀର ଜାହାନିଆ ବ୍ୟବସାୟୀ ସଂଘ, କଇଁଛ ସୁରକ୍ଷା କର୍ମୀ ନିହାର ବିଶ୍ୱାଳ, ସହଜାନ୍ ଅଲ୍ଲୀସା ଓ ସୌମ୍ୟରଞ୍ଜନ ବିଶ୍ୱାଳ ଉଦ୍ଧାରକାରୀ କାର୍ଯ୍ୟରେ ଲାଗିଛନ୍ତି।

ପ୍ରକାଶ ଥାଉକି, ପୀର ଜାହାନିଆଠାରେ ବାରମ୍ବାର ଅଘଟଣ ଘଟୁଥିଲେ ମଧ୍ୟ ଏଠାରେ ସତର୍କ ଫଳକ ଲଗାଯାଉନାହିଁ କିମ୍ବା କୌଣସି ଲାଇଫ୍ ଗାର୍ଡଙ୍କୁ ନିୟୋଜିତ କରାଯାଇନାହିଁ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।