ରାଜ୍ୟ ସ୍ପେଶାଲ ରିପୋର୍ଟ

ସମୀରଙ୍କୁ ଜୟନାରାୟଣ ମାରିଥିବା କଥା ମନେ ପକାଇଲେ ପ୍ରଣବ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର : ୬ ବର୍ଷ ତଳେ ବିଜେପିର ଆଭ୍ୟନ୍ତରୀଣ କନ୍ଦଳ ପାଇଁ ବର୍ତ୍ତମାନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ଆକ୍ରମଣ ହୋଇଥିଲା। ସେତେବେଳେ ଶ୍ରୀ ମହାନ୍ତି ଉପସଭାପତି ଥିଲେ। ଏହି ଆକ୍ରମଣ ମାମଲାରେ ଜୟନାରାୟଣ ମିଶ୍ରଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା। ଆଜି ଏହି ପ୍ରସଙ୍ଗକୁ ଉଖାରିଛି ବିଜେଡି। ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ଦାସ ଏହି ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ଦେଶ୍ୟରେ ଏକ ଟ୍ବିଟ୍‌ କରିଛନ୍ତି। ସେଥିରେ ସେ ଦର୍ଶାଇଛନ୍ତି, ଆପଣଙ୍କର ମନେ ଥିବ ଆପଣଙ୍କ ଦଳର ବିଧାୟକ ତଥା ବିରୋଧୀ ଦଳ ନେତା ଜୟନାରାୟଣ ବାବୁ ଅତୀତରେ ଆପଣଙ୍କ ରାଜ୍ୟ ସଭାପତିଙ୍କୁ ଚପଲରେ ପିଟି ରକ୍ତାକ୍ତ କରି ଦେଇଥିଲେ। ସେଥିପାଇଁ ସେ ଦଳରୁ ୬ ବର୍ଷ ନିଲମ୍ବିତ ହୋଇଥିଲେ।

ଗୋଟିଏ ପରେ ଗୋଟିଏ ଅପରାଧ କରି ଚାଲିଥିବା ସେଇ ନେତା ଗତକାଲି ଜଣେ ମହିଳା ଆଇଆଇସିଙ୍କୁ ମାଡ଼ ମାରିଛନ୍ତି। ବିଡମ୍ବନାର ବିଷୟ ଯେ ଯେଉଁ ଜୟନାରାୟଣଙ୍କ ଠାରୁ ଦିନେ ରାଜ୍ୟ ସଭାପତି ମାଡ଼ ଖାଇଥିଲେ ସେଇ ଜୟନାରାୟଣଙ୍କ ପାଇଁ ଓକିଲାତି କରିବାକୁ ଆଜି ତାଙ୍କୁ ବାଧ୍ୟ କରାଯାଉଛି । ବିଜେପି ଭଳି ରାଷ୍ଟ୍ରୀୟ ଦଳର ରାଜ୍ୟ ସଭାପତିଙ୍କୁ ବିରୋଧୀ ଦଳ ନେତା ଯେଉଁଭଳି ବ୍ୟବହାର କରିଛନ୍ତି ତାହା ଅତି ଦୁଃଖଦାୟକ। ନିଜ ଦଳର ରାଜ୍ୟ ସଭାପତିଙ୍କ ଏଭଳି ଦୟନୀୟ ଅବସ୍ଥା ଦେଖି ଦୟାକରି ନିରବ ନ ରହିବାକୁ କେନ୍ଦ୍ର ମନ୍ତ୍ରୀଙ୍କୁ ଶ୍ରୀ ଦାସ ଆହ୍ବାନ ଦେଇଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।