ଅପରାଧ ରାଜ୍ୟ

ସମିତିସଭ୍ୟାଙ୍କୁ ଗାଁରୁ ବାସନ୍ଦ ଘଟଣାରେ ନୂଆମୋଡ଼, ମାମଲାକୁ ମିଥ୍ୟା କହିବା ସହ ଏସପିଙ୍କ ଦ୍ଵାରସ୍ଥ ହେଲେ ଗ୍ରାମବାସୀ

ଖଲ୍ଲିକୋଟ ୨୨।୦୫ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ସୁବଳୟା ପଞ୍ଚାୟତ ସମିତିସଭ୍ୟା ମାମି ଦାସଙ୍କୁ ଗାଁରୁ ବାସନ୍ଦ ଘଟଣାରେ ଆସିଛି ନୂଆମୋଡ଼। ଏହି ଘଟଣାକୁ ମିଥ୍ୟା କହିବା ସହ ଶନିବାର ସନ୍ଧ୍ୟାରେ ଗଞ୍ଜାମ ଏସପିଙ୍କ ଦ୍ଵାରସ୍ଥ ହେଲେ ବାହାଡାପଲ୍ଲୀ ଗ୍ରାମବାସୀ।

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ମାମି ଦାସଙ୍କ ସ୍ୱାମୀ ସୀମାଞ୍ଚଳ ଦାସ ବାହାଡାପଲ୍ଲୀ ଗାଁରେ ତିନି ବର୍ଷ ହେଲା ସଭାପତି ରହିଥିଲେ। ସେହି ସମୟରେ ଗାଁର ୫ ଲକ୍ଷ ଟଙ୍କା ବ୍ୟାଙ୍କରେ ରଖାଯାଇଥିଲା। ଏବେ ଗାଁର ଅନ୍ୟ ଜଣେ ବ୍ୟକ୍ତି ସଭାପତି ହୋଇଥିବା ବେଳେ ହିସାବ ପୂର୍ବତନ ସଭାପତି ସୀମାଞ୍ଚଳଙ୍କୁ ମଗାଯିବାରୁ ସେ ଦେଉନଥିଲେ। ଓଲଟା ସୀମାଞ୍ଚଳଙ୍କ ସ୍ତ୍ରୀ ମାମି ଦାସ ଏବେ ସମିତିସଭ୍ୟା ହୋଇଥିବାରୁ ଗ୍ରାମବାସୀଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣିଥିବା ଗ୍ରାମବାସୀମାନେ କହିଛନ୍ତି।

ଏପିରିକି ଗାଁର ଅଧିକାଂଶ ଲୋକ ଦିନ ମଜୁରିଆ ହୋଇଥିବା ବେଳେ ପୋଲିସ ସେମାନଙ୍କୁ ହଇରାଣ କରୁଛି। ତେଣୁ ତୁରନ୍ତ ଏହି ଘଟଣାର ତଦନ୍ତ କରିବାକୁ ଦାବି କରି ଗ୍ରାମବାସୀମାନେ ଏସପିଙ୍କ ନିକଟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଏହି ସମୟରେ ଗ୍ରାମର ସଭାପତି ଗନ୍ତେଇ ଦାସ, ୱାର୍ଡ ମେମ୍ବର ପ୍ରତିମା ନାହାକ, ସମ୍ପାଦକ ଭୀମ ଦାସ, ପୂର୍ବତନ ସରପଞ୍ଚ କେଦାରନାଥ ସ୍ୱାଇଁ, ନାଏବ ସରପଞ୍ଚ ରାକେଶ ସାହୁ, କୈଳାଶ ନାହାକ ପ୍ରମୁଖ ଉପସ୍ଥିତ ଥିଲେ

ସୂଚନାଯୋଗ୍ୟ ଯେ, ସମିତିସଭ୍ୟା ମାମି ଦାସଙ୍କ ପରିବାରକୁ ଗାଁରୁ ବାସନ୍ଦ କରିବା ସହ ସାଢ଼େ ୪ ଲକ୍ଷ ଟଙ୍କା ଜରିମାନା କରାଯାଇଥିବା ନେଇ ଥାନା ଓ ଗଞ୍ଜାମ ଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ। ଯଦି ସ୍ଥାନୀୟ ପୁଲିସ ପ୍ରଶାସନ ଏ ଦିଗରେ ତାଙ୍କୁ ନ୍ୟାୟ ପ୍ରଦାନ ନକରନ୍ତି ତେବେ ସେ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଦେବେ ବୋଲି ମଧ୍ୟ ଗଣମାଧ୍ୟମ ନିକଟରେ କହିଥିଲେ। ଏହି ଘଟଣାକୁ ନେଇ ରମ୍ଭା ଥାନାରେ ଏକ ମାମଲା ୨୧୩/୨୨ ରୁଜୁ ହୋଇ ତଦନ୍ତ ଜାରି ରହିଥିବା ଏସପି କହିଛନ୍ତି। ବ୍ଲକ ଅଧ୍ୟକ୍ଷ ନିର୍ବାଚନ ବେଳେ ସେ ସହଯୋଗ କରିନଥିବାରୁ ମାମି ଦାସଙ୍କ ପରିବାରକୁ ବାସନ୍ଦ ସହ ୪ ଲକ୍ଷ ୫୦ ହଜାର ଟଙ୍କା ଜରିମାନା ପକାଯାଇଥିବା ଅଭିଯୋଗ କରିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।