ରାଜ୍ୟ

ସମସ୍ତ ଆର୍‌ଟିଓଙ୍କୁ ଚିଠି ଲେଖି‌ଲେ ପରିବହନ କମିସନର: ବସ୍ ଭିତରକୁ ପ୍ରଥମ ଯାତ୍ରୀ ଭାବେ ମହିଳାଙ୍କୁ ବାରଣ କଲେ ଦଣ୍ଡ

କଟକ : ଜଣେ ସଚେତନ ନାଗରିକଙ୍କ ପିଟିସନ୍ ବା ଅଭିଯୋଗ ଆଜି ସମଗ୍ର ରାଜ୍ୟରେ ମହିଳା ଯାତ୍ରୀମାନଙ୍କ ସମ୍ମାନ କ୍ଷେତ୍ର‌ରେ ଏକ ବଡ ସଂସ୍କାର ଆଣିଛି। ପିଟିସନକୁ ଆଧାର କରି ମହିଳା ଯାତ୍ରୀଙ୍କ ପାଇଁ ଆଜି ରାଜ୍ୟ ପରିବହନ ବିଭାଗ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛି। ଫଳରେ ପୂର୍ବରୁ ମହିଳାଯାତ୍ରୀଙ୍କୁ ପ୍ରଥମେ ବସ୍ ଭିତରକୁ ନ ଯିବା ପାଇଁ ‌ଯେଉଁ ଅନ୍ଧ ବିଶ୍ବାସ ବା ଭ୍ରାନ୍ତଧାରଣା ଥିଲା ‌ସେଥିରେ ସଂସ୍କାର ଆସିଛି। ଏଣିକି ରାଜ୍ୟରେ ପ୍ରତିଟି ଯାତ୍ରୀ ପରିବହନ ବସ୍ ବା ଗାଡି ମହିଳା ଯାତ୍ରୀଙ୍କୁ ପ୍ରଥମ ଯାତ୍ରୀ ଭାବେ ବସ୍ ଭିତରକୁ ଯିବାକୁ ବାରଣ କରିପାରିବେ ନାହିଁ। ଏହି ନିୟମର ଉଲ୍ଲଂଘନ କ‌ଲେ ସଂପୃକ୍ତ ବସ୍ କଣ୍ଡକ୍ଟର ବା ମାଲିକଙ୍କ ବିରୋଧରେ କଠୋର କାର୍ଯ୍ୟାନୁ‌ଷ୍ଠାନ ଗ୍ରହଣ କରାଯିବ। ଦରକାର ପଡିଲେ ପରିମିଟ୍ ବି ବାତିଲ କରି ଦିଆଯିବ।

ଆଜି ଏ ସଂପର୍କରେ ରାଜ୍ୟ ପରିବହନ କମିସନର ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ ବା ଆରଟିଓମାନଙ୍କୁ ଏକ ଚିଠି ଲେଖିଛନ୍ତି। ଏହାକୁ କିଭଳି କଡାକଡି ଭାବେ ପାଳନ କରାଯିବ ସେଥିପାଇଁ ସମସ୍ତ ଆରଟିଓମାନଙ୍କୁ ସୂଚନା ଦିଆଯାଇଛି। ଏହାର ଉଲ୍ଲଂଘନ ହେଲେ ୧୯୮୨ ‌ମୋଟର ଯାନ ଆଇନର ଧାରା ୧୯୨ ଏ ରେ ଖିଲାପକାରୀଙ୍କୁ ଦଣ୍ଡିତ କରାଯିବ ବୋଲି ଚିଠି‌ରେ ଉଲ୍ଲେଖ କରାଯାଇଛି। ଏଥିପାଇଁ ସମସ୍ତ ଷ୍ଟେଜ୍ କ୍ୟା‌ରେଜ୍ ବା ଯାତ୍ରୀବାହୀ ଗାଡିଗୁଡିକୁ ନିୟମିତ ଯାଞ୍ଚ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କୌଣସି ମାଲିକ କିମ୍ବା କଣ୍ଡକ୍ଟର ମହିଳାମାନଙ୍କୁ ପ୍ରଥମେ ଯାତ୍ରୀ ଭାବେ ବସ୍ ଭିତରକୁ ଯିବାକୁ ବାରଣ କରିଥିବା ଅଭିଯୋଗ ଆସିଲେ ସଂପୃକ୍ତ ଗାଡି ମାଲିକଙ୍କ ପାଖରୁ ଇ ଚାଲାଣ କଟାଯିବ ବୋଲି ଚିଠିରେ ସ୍ପଷ୍ଟ କରାଯାଇଛି।

ସୂଚନାଯୋଗ୍ୟ, ଭୁବନେଶ୍ବର ରାମଜୀନଗର ଅଞ୍ଚଳର ଘାସିରାମ ପଣ୍ଡା ମହିଳାମାନଙ୍କୁ ପ୍ରଥମ ଯାତ୍ରୀ ଭାବେ ବସ୍ ଭିତରକୁ ଯିବାକୁ ଅନୁମତି ଦିଆଯାଉ ନଥିବା ଘଟଣାକୁ ନେଇ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଆଧାର କରି ପରିବହନ କମିସନର ଏଭଳି ନିର୍ଦ୍ଦେଶ ଦେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।