ରାଜ୍ୟ ସ୍ପେଶାଲ ରିପୋର୍ଟ

ସଭାପତି, ଉପସଭାପତିଙ୍କ ମର୍ଜିରେ ବୋର୍ଡ, ମୃତ ଲୋକ ବି ସାଧାରଣ ପରିଷଦ ସଭ୍ୟ!

କଟକ : ପାଞ୍ଚବର୍ଷରେ ଥ‌ରେ ଗଠନ ହେବାକଥା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ସାଧାରଣ ପରିଷଦ। ୯ ବର୍ଷ ନୂଆ ସାଧାରଣ ପରିଷଦ ଗଠନ ହୋଇନି। ପୂର୍ବ ପ୍ରଚଳିତ ନିୟମ ଅନୁସାରେ ସାଧାରଣ ପରିଷଦ ବୈଠକ ବର୍ଷକୁ ଅତି କମ୍‌ରେ ଦୁଇଥର ବସିବା କଥା। କିନ୍ତୁ, ତାହାକୁ ବଦଳାଇ ବର୍ଷକୁ ଥରେ ବୈଠକ ବସିବାର ନିୟମ କରାଯାଇଛି। ତଦନୁଯାୟୀ, ଗତ ଡିସେମ୍ବରରେ ପରିଷଦର ବୈଠକ ବସିଥିଲା। ଏହି ବୈଠକରେ ବୈଠକରେ ଉପସ୍ଥିତ ସଭ୍ୟମାନଙ୍କ ପ୍ରସ୍ତାବକୁ ବାଏଁ ବାଏଁ ଏଡ଼ାଇ ଦିଆଗଲା। ତା’ସହିତ ମୃତ ଲୋକଙ୍କୁ ବି ସଭ୍ୟ ଭାବେ ରେକର୍ଡରେ ଦର୍ଶାଯାଇଛି। ରାଜ୍ୟର ୧୨ ଲକ୍ଷରୁ ଅଧିକ ଓଡ଼ିଆ ମାଧ୍ୟମ ଛାତ୍ରଛାତ୍ରୀଙ୍କ ଶିକ୍ଷା ବ୍ୟବସ୍ଥାର ପରିଚାଳନା ଦାୟିତ୍ବରେ ଥିବା ବୋର୍ଡ ଏବେ ଏଭଳି ଢଙ୍ଗରେ ଚାଲିଛି। ବ‌ର୍ଷବର୍ଷ ଧରି ଗାଦି ମାଡ଼ି ବସିଥିବା ସଭାପତି ଓ ଉପସଭାପତିଙ୍କ ହାତରେ ବୋର୍ଡକୁ ଟେକିଦେଇ ସରକାର ନିଶ୍ଚିନ୍ତ ହୋଇ ବସିଥିବା ବେଳେ ଏବେ ଏହାର ପରିଚାଳନା ସ୍ଥିତି ଏଭଳି ସ୍ତରରେ ପହଞ୍ଚିଛି।

ବୋର୍ଡର ବହୁବିଧ କାର୍ଯ୍ୟକଳାପର ପରିଚାଳନା, ନିୟନ୍ତ୍ରଣ ଓ ସମନ୍ବୟ ରଖିବା ପାଇଁ ଏକ ୯୨ଜଣିଆ ସାଧାରଣ ପରିଷଦ (ଜେନେରାଲ ବଡି) ଗଠନର ବ୍ୟବସ୍ଥା ରହିଛି। ଏହି କମିଟିରେ ୫୬ଜଣ ଏକ୍ସ୍‌ଅଫିସିଓ ସଦସ୍ୟ, ୩୩ଜଣ ରାଜ୍ୟ ସରକାରଙ୍କ ଦ୍ବାରା ମନୋନୀତ ସଦସ୍ୟ, ୩ ଜଣ ନିର୍ବାଚିତ ସଦସ୍ୟ(ବିଧାୟକ) ରହିବାର ନିୟମ ଅଛି। ଏହି କମିଟି ପ୍ରତି ୫ବର୍ଷରେ ଥରେ ଗଠିତ ହୁଏ ଏବଂ ବର୍ଷକୁ ଦୁଇଥର ସାଧାରଣ ପରିଷଦ ବୈଠକ ବସେ। ଏହି ବୈଠକରେ ‌ବଜେଟ୍‌ଠାରୁ ଆରମ୍ଭ କରି ବିଭିନ୍ନ ପରୀକ୍ଷା ପରିଚାଳନା, ପାଠ୍ୟକ୍ରମ ପ୍ରସ୍ତୁତି ଆଦି ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ନିଷ୍ପତ୍ତି ନିଆଯାଏ। କିନ୍ତୁ, ସଂପ୍ରତି କଟକସ୍ଥିତ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ସବୁ ନିୟମକୁ ଜଳାଞ୍ଜଳି ଦିଆଯାଇଛି। ୨୦୧୪ରେ ସାଧାରଣ ପରିଷଦ ଗଢ଼ାଯାଉଥିଲେ ବି ତାହା ଏଯାଏ ଚାଲିଛି। ଏହି କମିଟିର କାର୍ଯ୍ୟକାଳ ୨୦୧୯ରେ ଶେଷ ହେବାର ଥିଲେ ବି ଏଯାଏ ସେହି କମିଟିକୁ ବୈଧ ବୋଲି ରେକର୍ଡରେ ଦର୍ଶାଯାଉଛି।

ବୋର୍ଡର ଅଧିନିୟମ ଅନୁସାରେ, ସାଧାରଣ ପରିଷଦ ବୈଠକ ବର୍ଷକୁ ଦୁଇଥର ବସି ବିଭିନ୍ନ ପ୍ରସଙ୍ଗରେ ନିଷ୍ପତ୍ତି ହୁଏ। କିନ୍ତୁ, ୨୦୨୨ରେ ଗୋଟିଏଥର ଗଲା ଡିସେମ୍ବର ମାସରେ ବୈଠକ ବସିଲା। ସାଧାରଣ ପରିଷଦ ବୈଠକରେ ଯେଉଁ ସଦସ୍ୟମାନଙ୍କ ନାମ ଦର୍ଶାଗଲା, ସେଥିରେ ରହିଥିବା ଓଡ଼ିଆ ବିଶାରଦ ଡକ୍ଟର ଯତୀନ୍ଦ୍ର ନାରାୟଣ ଦାସଙ୍କର ବର୍ଷକ ତଳୁ ପରଲୋକ ଘଟି ସାରିଛି। ବ୍ୟବସ୍ଥା ଅନୁଯାୟୀ ବୈଠକରେ ଶୋକ ପ୍ରସ୍ତାବ ଆଣିବା ବଦଳରେ ଯତୀନ୍ଦ୍ର ନାରାୟଣ ଦାସଙ୍କୁ ସଦସ୍ୟ ଭାବେ କେମିତି ଦର୍ଶାଗଲା, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି।

ଏଭଳି ଘଟଣା ବି ବୋର୍ଡର ବହୁ ବରିଷ୍ଠ ସଦସ୍ୟଙ୍କୁ ବି ଚକିତ କରିଛି। ବୋର୍ଡର ବରିଷ୍ଠ ସଭ୍ୟ ତଥା ଗଣିତ ବିଶାରଦ ରବୀନ୍ଦ୍ରନାଥ ନାୟକଙ୍କ କହିବା ଅନୁସାରେ, ସେ ୧୧ ବର୍ଷ ବୋର୍ଡରେ ଗଣିତ ବିଶାରଦ ଭାବେ କାର୍ଯ୍ୟ କରିଛନ୍ତି। ୨୦୧୪ରେ ସାଧାରଣ ପରିଷଦ ସଦସ୍ୟ ଭା‌ବେ ମନୋନୀତ ହୋଇଛନ୍ତି। କିନ୍ତୁ, ଗଲା ଡିସେମ୍ବରରେ ହୋଇଥିବା ବୋର୍ଡର ୬୬ତମ ସାଧାରଣ ପରିଷଦ ବୈଠକକୁ ‌ସେ ଆସି ନ ଥ‌ିଲେ। ବୈଠକରେ ତାଙ୍କର କୌଣସି ପ୍ରସ୍ତାବ ଗ୍ରହଣ କରାଯାଇ ନଥିବାରୁ ସେ ବୈଠକ ଆସିବାକୁ ମ‌ନା କରିଥିଲେ। ବୋର୍ଡ ଏକପ୍ରକାର ମନମାନିରେ ଚାଲିଛି ବୋଲି ଶ୍ରୀ ନାୟକ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।