ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ସବୁ ବର୍ଗର ଲୋକମାନଙ୍କର ଆଣ୍ଟିବଡି ଭଲ ରହିଛି: ସ୍ୱାସ୍ଥ୍ୟ ନିର୍ଦେଶକ

ଭୁବନେଶ୍ବର: ଓଡ଼ିଶାରେ ତୃତୀୟ ଲହରର ବିଶେଷ ପ୍ରଭାବ ପଡ଼ି ନ ପାରେ ବୋଲି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର କହିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ଯେଉଁ ରାଜ୍ୟରେ ସଂକ୍ରମଣ ବଢ଼ିଛି ତାହା ସେମିତି ଅଧିକ ନୁହେଁ। ସେହି ଟ୍ରେଣ୍ଡକୁ ଦେଖିଲେ ଲାଗୁଛି ଆମେ ଭଲ ସ୍ଥିତିରେ ରହିବା। ବର୍ତ୍ତମାନ ଟ୍ରେଣ୍ଡ ଅନୁଯାୟୀ ଆମେ ଭଲ ସ୍ଥିତିରେ ରହିଛେ।

ସେରୋସର୍ଭେ ରିପୋର୍ଟ ବହୁତ ଭଲ ଆସିଛି। ରିପୋର୍ଟ ଅନୁଯାୟୀ ସମସ୍ତ ବର୍ଗର ଲୋକମାନଙ୍କର ଆଣ୍ଟିବଡି ଭଲ ରହିଛି। ହେଲ୍ଥ କେୟାର ମାନଙ୍କର ୯୩ ପ୍ରତିଶତ,ସାଧାରଣ ଲୋକଙ୍କର ୭୩ ପ୍ରତିଶତ, ଏହା ବାଦ ଯୁବବର୍ଗ, ବୟସ୍କ ଏବଂ ଶିଶୁମାନଙ୍କର ଯାହା ଆଣ୍ଟିବଡି ରହିଛି, ତାହା ଆମ ପାଇଁ ବହୁତ ଭଲ ରହିଛି। ଟିକା ନେଇଥିବା ଲୋକଙ୍କର ବି ଏଥିରେ ଭଲ ଆଣ୍ଟିବଡି ରହୁଥିବା ଜଣାପଡ଼ିଛି। ଏହାଦ୍ୱାରା ଆମେ ଜାଣି ପାରିଲୁ ଯେ ଆମର ସମସ୍ତଙ୍କ ଦେହରେ ଆଣ୍ଟିବଡି ହେଲାଣି,ଟିକାକରଣ ପ୍ରକ୍ରିୟା କାମ କରୁଛି ଓ କୋଭିସିଲିଡ ଏବଂ କୋଭାକସିନ ଭିତରେ କିଛି ଫରକ ନଥିବା ଏହି ରିପୋର୍ଟରୁ ଜଣାପଡ଼ିଛି। ଏହା ବାଦ୍ ଗ୍ରାମାଞ୍ଚଳରେ ବି ଭଲ ଅଣ୍ଟିବଡି ବିକଶିତ ହୋଇଛି। ଯାହା ଏବେ ସଂକ୍ରମଣର ସ୍ଥିତି ରହିଛି ତାହା ନିୟନ୍ତ୍ରଣାଧୀନ ରହିଛି । ମାତ୍ର ଏହାପରେ ବି ଆମେ ଖାମଖିଆଲ ହେବାନି। ଆଗକୁ ପାର୍ବଣ ଋତୁ ଆସୁଛି । ସାମାଜିକ ଦୂରତା ଓ କଟକଣା ମାନିବାକୁ ହେବ। ତୃତୀୟ ଲହର ଯେତେ ଯାହା କୁହାଯାଉଥିଲା ସେମିତି ବର୍ତ୍ତମାନ ସୁଦ୍ଧା ନାହିଁ। ଆଶା କରିବା ଆମେ ଭଲ ସ୍ଥିତିରେ ରହିବା।

ରାଜ୍ୟରେ ଅଣ ସଂକ୍ରମଣ ରୋଗ ବଢ଼ିଛି କି ବୋଲି ପ୍ରଶ୍ନ କରାଯିବାରୁ ସ୍ୱାସ୍ଥ୍ୟ ନିର୍ଦେଶକ କହିଛନ୍ତି, ସେମିତି କିଛି ଆମର ଅଣ ସଂକ୍ରମଣ ରୋଗ ବଢି ନାହିଁ। ଆମେ ଇନିଟିଗ୍ରେଟେଡ ସର୍ଭିଲାନ୍ସ କଲୁ। ଆମର ସର୍ଭିଲାନ୍ସ ଚାଲିଥିଲା। ଯାହା ଦ୍ୱାରା କିଛି ଡିଟେକସନ ହେଲେ। କେସ ତ ରହିଛି। କେସ ପର୍ସଣ୍ଟ ଯେ ଅଧିକ ହୋଇପାରେ, ସେମିତି କହି ପାରିବାନି ଯେ ରାଜ୍ୟରେ ଅଣ ସଂକ୍ରମଣକ ରୋଗ ବଢିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ