ଅପରାଧ ରାଜ୍ୟ

ସବୁ ଜାଣି ବୋର୍ଡ କର୍ତ୍ତୃପକ୍ଷ ନିରବ: ନୂଆ ଢଙ୍ଗରେ ଓଏସ୍‌ଏସ୍‌ଟିଇଟି ପ୍ରଶ୍ନପତ୍ର ଲିକ୍‌

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
କଟକ: ସେକେଣ୍ଡାରି ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସ୍‌ଏସ୍‌ଟିଇଟି)ର ପ୍ରଶ୍ନପତ୍ରକୁ ନୂଆ ଢଙ୍ଗରେ ଲିକ୍ କରାଯାଇଛି। ଗତକାଲି ହାତଲେଖା ପ୍ରଶ୍ନପତ୍ର ସହିତ ଯେଉଁ ଉତ୍ତର ଭାଇରାଲ୍ ହୋଇଥିଲା, ତାହା ଆଜି ଅନୁ‌ଷ୍ଠିତ ଓଏସ୍‌ଏସ୍‌ଟିଇଟି ପରୀକ୍ଷାର ମୂଳ ପ୍ରଶ୍ନପତ୍ର ସହିତ ପ୍ରାୟ ସତୁରୀ ପ୍ରତିଶତ ମିଶିଯାଉଛି। ଏ ବିଷୟରେ ବୋର୍ଡ କର୍ତ୍ତୃପକ୍ଷ ଅବଗତ ଥିଲେ ମଧ୍ୟ ବଦନାମ ଭୟରେ ନିରବତା ଅବଲମ୍ବନ କରୁଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ, ଏହି ପ୍ରଶ୍ନପତ୍ର ଓ ଉତ୍ତର ଅଧିକାଂଶ ପରୀକ୍ଷାର୍ଥୀ ପୂର୍ବରୁ ପାଇ ଯାଇଥିବାରୁ ଭଲ ଫଳାଫଳ ଆଶାରେ ସେମାନେ ବି ଚୁପ୍ ରହିଛନ୍ତି। କିନ୍ତୁ, ପରୀକ୍ଷା ପୂର୍ବରୁ ହାତଲେଖା ପ୍ରଶ୍ନପତ୍ର ବୁଲିବା ଓ ପରୀକ୍ଷାର୍ଥଙ୍କୁ ଡାକି ପ୍ରଶ୍ନପତ୍ର ଓ ଉତ୍ତର ପଠାଇବା ଭଳି ଘଟଣା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ର ପରୀକ୍ଷା ପରିଚାଳନା ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି।

ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ସୋମବାର ଅନୁଷ୍ଠିତ ଓଡ଼ିଶା ସେକେଣ୍ଡାରି ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସ୍‌ଏସ୍‌ଟିଇଟି)ର ଲିଖିତ ପ୍ରଶ୍ନପତ୍ର ସହ ଏହାର ଉତ୍ତର ରବିବାର ଅପରାହ୍ନରେ ପ୍ରଘଟ ହୋଇଥିଲା। କିନ୍ତୁ, ତାହା ଏଭଳି ପ୍ରଘଟ ହୋଇଥିଲା ଯେ ତାହା ପ୍ରଶ୍ନପତ୍ର ଭାଇରାଲ ବୋଲି ଧରାପଡ଼ିବ ନାହିଁ। ପ୍ରଶ୍ନପତ୍ରକୁ ସିଧାସଳଖ ପରୀକ୍ଷାର୍ଥୀଙ୍କୁ ଦିଆ ନ ଯାଇ ପରୀକ୍ଷାର୍ଥୀଙ୍କୁ ଗୋଟିଏ ସ୍ଥାନକୁ ଡାକି ଓଏସ୍‌ଏସ୍‌ଟିଇଟିର ହାତଲେଖା ପ୍ରଶ୍ନପତ୍ର ଓ ଏହାର ଉତ୍ତର ପ୍ରଦାନ କରାଯାଇଥିଲା। ପରୀକ୍ଷାର୍ଥୀଙ୍କୁ ସେହିଠାରେ କେବଳ ପଢ଼ି ପ୍ରସ୍ତୁତ ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲ। ଏଭଳି ଘଟଣା, ଭୁବନେଶ୍ବର ସମେତ ବାଲେଶ୍ବର, ଭଞ୍ଜନଗର, ଭଦ୍ରକ, ଗଞ୍ଜାମ ଆଦି ଅନେକ ସ୍ଥାନରେ କରାଯାଇଥିଲା। ପ୍ରଶ୍ନପତ୍ର ପଢ଼ି ପ୍ରସ୍ତୁତ ହେବାକୁ ପ୍ରତି ପରୀକ୍ଷାର୍ଥୀଙ୍କ ଠାରୁ ମୋଟା ଅଙ୍କର ଅର୍ଥ ମଧ୍ୟ ଆଦାୟ କରାଯାଇଥିଲା। ଆଜି ଓଏସ୍‌ଏସ୍‌ଟିଇଟି ପରୀକ୍ଷା ସରିବା ପରେ ଇଂରାଜୀ, ଓଡ଼ିଆ ଓ ପେଡାଗୋଜି ବିଷୟର ୭୦ ପ୍ରତିଶତରୁ ଅଧିକ ପ୍ରଶ୍ନ ମୂଳ ପ୍ରଶ୍ନ ସହିତ ମିଶିଥିବା ସୂଚନା ମିଳିଛି। ନୂଆ ଶୈଳୀରେ ପ୍ରଶ୍ନପତ୍ର ପ୍ରଘଟ ହୋଇଥିବା ଏହା ହିଁ ସୂଚନା ଦେଉଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।