ଭୁବନେଶ୍ୱର ୨୫/୦୪ : ଜ୍ୟୋତିଷଶାସ୍ତ୍ରରେ ଅନ୍ନର ବିଶେଷ ମହତ୍ତ୍ୱ ରହିଛି। ଅନ୍ନର ପବିତ୍ରତା ଉପରେ ଶାସ୍ତ୍ରରେ ବିସ୍ତୃତ ଭାବେ ଦର୍ଶାଯାଇଛି। ସବୁ ଗ୍ରହ ସହ ଅନ୍ନର ସିଧା ସିଧା ସମ୍ବନ୍ଧ ଅଛି। ଅନ୍ନ, ଫଳ, ପନିପରିବା ସମସ୍ତେ ନିଜ ରଙ୍ଗ, ଗୁଣ ଓ ପ୍ରଭାବ ହିସାବରେ ଜଡିତ। ଅନ୍ନର ପବିତ୍ରତା ଉପରେ ବିଶେଷ ଧ୍ୟାନ ରଖାଯିବା ଉଚିତ।

ଦ୍ୱାପର ଯୁଗରେ ଜଣେ ସାଧୁ ପାପ ସମ୍ବନ୍ଧରେ ଗଙ୍ଗା, ସମୁଦ୍ର ଓ ବାଦଲ ସହ କଥା ହୋଇଥିଲେ। ସେଥିରୁ ସ୍ପଷ୍ଟ ହୋଇଥିଲା ଯେ ଯିଏ ଯେଉଁଭଳି ଅନ୍ନ ସେବନ କରେ ତା ମନା ସେହିଭଳି ହୋଇଯାଏ।
ଥରେ ଜଣେ ଋଷିଙ୍କ ମନରେ ବିଚାର ଆସିଲା ଯେ ସମସ୍ତେ ଗଙ୍ଗାରେ ନିଜ ପାପ ଧୋଇ ଦିଅନ୍ତି। ଲଗାତାର ଲୋକଙ୍କ ପାପ ଧୋଇ ଧୋଇ ଗଙ୍ଗା ନିଜେ ପାପୀ ହୋଇଯାଇଥିବେ। ଋଷି ଗଙ୍ଗାଙ୍କୁ ଯାଇ ପଚାରିଲେ ଆପଣ ତ ପାପୀ ହୋଇଯାଇଥିବେ। କାରଣ ହଜାର ହଜାର ବର୍ଷ ହେଲା ମନୁଷ୍ୟ ନିଜ ପାପ ଗଙ୍ଗାରେ ଧୋଉଛି। ଗଙ୍ଗା ଉତ୍ତର ଦେଇଥିଲେ, ମୁଁ କିଭଳି ପାପୀ ହେବ। ମୋ ତ ମନୁଷ୍ୟର ପାପ ନେଇ ସମୁଦ୍ରକୁ ଅର୍ପଣ କରିଦିଏ ଏବଂ ସ୍ୱୟଂ ପବିତ୍ର ହୋଇଯାଏ। ମୋତେ ମନୁଷ୍ୟଙ୍କ ପାପ ଲାଗେନାହିଁ।
ତାପରେ ଋଷି ସମୁଦ୍ର ପାଖକୁ ଯାଇ କହିଥିଲେ ଆପଣ ପାପୀ କାରଣ ଗଙ୍ଗା ମନୁଷ୍ୟଙ୍କ ପାପ ଧୋଇ ଲଗାତାର ଆପଣଙ୍କୁ ଅର୍ପଣ କରୁଛନ୍ତି। ସେଥିପାଇଁ ଆପଣ ପାପୀ ହୋଇଯାଇଛନ୍ତି। ସମୁଦ୍ର କହିଥିଲେ ମୁଁ ବି ପାପୀ ନୁହେଁ କାରଣ ଗଙ୍ଗା ଯାହା ମୋତେ ଅର୍ପଣ କରନ୍ତି ତାକୁ ମୁଁ ବାଷ୍ପ ଆକାରରେ ବାଦଲକୁ ଦେଇଦେଇଥାଏ। ଏହିଭଳି ମୋ ପାଖରେ ବି କିଛି ବାକି ନାହିଁ। ମୁଁ ବି ନିର୍ମଳ।
ଋଷି ପୁଣି ବାଦଲ ପାଖକୁ ଯାଇ କହିଲେ ଆପଣ ତ ନିଶ୍ଚୟ ପାପୀ। କାରଣ ଗଙ୍ଗା ମନୁଷ୍ୟଙ୍କ ପାପ ଧୋଇ ସମୁଦ୍ରକୁ ଅର୍ପଣ କଲେ, ସମୁଦ୍ର ସେହି ପାପକୁ ବାଷ୍ପରେ ପରିଣତ କରି ଆପଣଙ୍କୁ ଦେଇଦେଲେ। ଅର୍ଥାତ ଆପଣ ନିଶ୍ଚୟ ପାପୀ।
ଋଷିଙ୍କ କଥା ଶୁଣି ବାଦଲ ହସିଦେଇଥିଲେ। ସେ କହିଥିଲେ ମୁଁ ବି ପାପୀ ନୁହେଁ। କାରଣ ସମୁଦ୍ର ଦେଇଥିବା ପାପ ମୁଁ ପୁଣି ପାଣି ଆକାରରେ ବର୍ଷା କରିଦେଇଥାଏ। ବାସ୍ତବରେ ପାପ ମନୁଷ୍ୟର ଭାବନା ଓ ମନୋବୃତି ଆଧାରରେ ଅନ୍ନ ସହ ଉତ୍ପନ୍ନ ହୋଇଥାଏ। ତାକୁ ଗ୍ରହଣ କରି ମନୁଷ୍ୟ ପାପର ଭାଗିଦାର ହୋଇଯାଇଥାଏ l

