ଅପରାଧ ଦେଶ ବିଦେଶ

ସବୁଦିନ ମରିବା ଅପେକ୍ଷା ଏକାଥରେ ମରିଯିବା ଭଲ । ଶେଷ କଥା ଲେଖି, ତିନି ଭଉଣୀ କଲେ ଆତ୍ମହତ୍ୟା

ଦିନେ ଏକା ସାଙ୍ଗରେ ତିନି ଭଉଣୀ ସବାରିରେ ବସି ଶାଶୁଘର ଯାଇଥିଲେ, ଏବେ ଏକାସାଙ୍ଗରେ କୋକେଇରେ ମଶାଣି ଗଲା ତିନି ଭଉଣୀଙ୍କ ଶବ । ଗୋଟିଏ ପରିବାରରେ ବିବାହ କରି ଭାବିଥିଲେ ଏକା ସଙ୍ଗରେ ବେଶ୍ ହସ ଖୁସିରେ ରହିବେ କିନ୍ତୁ ଦଇବ ଏମାନଙ୍କ ଭାଗ୍ୟରେ ବୋଧହୁଏ ଆଉ କିଛି ଲେଖିଥିଲା । କେହି କେବେ ଭାବିନଥିଲେ ଏଭଳି ଏକ ଚରମ ନିଷ୍ପତ୍ତି ନେବେ ୩ଭଉଣୀ ।
୨୦୦୩ରେ ତିନି ଭଉଣୀ ଗୋଟିଏ ପରିବାରର ୩ଭାଇଙ୍କୁ ଏକା ସାଙ୍ଗରେ ବାଲ୍ୟ ବିବାହ କରିଥିଲେ । ସେତେବେଳେ ୩ଭଉଣୀଙ୍କ ମଧ୍ୟରୁ ସାନ ଭଉଣୀ କମଳେଶଙ୍କୁ ମାତ୍ର ୧ବର୍ଷ ହୋଇଥିଲା । ଏହା ସତ୍ୱେବି ସେମାନେ କଠିନ ପରିଶ୍ରମ କରି ଉଚ୍ଚଶିକ୍ଷିତ ହୋଇପାରିଥିଲେ । କିନ୍ତୁ ୩ଭଉଣୀଙ୍କ ସ୍ୱାମୀ ଅଶିକ୍ଷିତ ଥିଲେ । ମଦ ପିଇ ପ୍ରତିଦିନ ଆସି ସ୍ତ୍ରୀଙ୍କୁ ମାଡ ମାରୁଥିଲେ । ଦୀର୍ଘଦିନ ହେଲା ଯୌତୁକ ନିର୍ଯାତନା ଓ ଘରୋଇ ହିଂସାର ଶିକାର ହୋଇଆସୁଥିଲେ ୩ଭଉଣୀ । ଆଉ ଗତ କିଛିଦିନ ତଳେ ଅଚାନକ ତିନି ଭଉଣୀ ଘରୁ ନିଖୋଜ ହୋଇଯାଇଥିଲେ । ଅନେକ ଖୋଜାଖୋଜି ପରେ ବି କୌଣସି ପତା ମିଳିନଥିଲା । ଆଉ ନିଖୋଜ ହେବାର ୪ଦିନ ପରେ ପୋଲିସ ଶନିବାର ଏକ କୂଅରୁ ସେମାନଙ୍କ ମୃତଦେହ ଜବତ କରିଛି । ତିନି ଭଉଣୀ ତାଙ୍କର ଦୁଇ ପିଲାଙ୍କ ସହିତ କୂଅକୁ ଡେଇଁ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି କୁହାଯାଉଛି । ଦୁଇ ପିଲାଙ୍କ ମଧ୍ୟରେ ଜଣଙ୍କ ବୟସ ୪ବର୍ଷ ଥିବାବେଳେ ଆଉ ଜଣେ ମାତ୍ର ୨୭ଦିନର ହୋଇଥିଲେ । ସବୁଠୁ ବଡକଥା ହେଉଛି ଦୁଇ ଭଉଣୀ ମମତା ଏବଂ କମଲେଶ୍ ଗର୍ଭବତୀ ଥିଲେ ।
ତେବେ ମୃତ୍ୟୁ ପୂର୍ବରୁ ସାନ ଭଉଣୀ ତାଙ୍କ ହ୍ୱାଟ୍ସଆପରେ ରଖିଥିବା ଷ୍ଟାଟସର ସ୍କ୍ରିନଶଟ୍ ପୋଲିସକୁ ମିଳିଛି । ଯେଉଁଥିଲେ ଲେଖା ହୋଇଛି ସବୁଦିନ ମରିବା ଅପେକ୍ଷା ଏକାଥରେ ମରିଯିବା ଭଲ । ସାନ ଭଉଣୀର ଏହି ଷ୍ଟାଟସ ଆଧାରରେ ପୋଲିସ ତଦନ୍ତ କରୁଥିବା ବେଳ ରାଜସ୍ଥାନ ଜୟପୁରରୁ ଆସିଥିବା ଏହି ଘଟଣା ସମସ୍ତଙ୍କୁ ସ୍ତବ୍ଦ କରିଦେଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ