ରାଜ୍ୟ

ସବୁଠି ଜଳୁଛି ପାହାଡ଼, ବିପଦରେ ସାମନ୍ତିଆପଲ୍ଲୀ ମୟୂର

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ପାତ୍ରପୁର: ଜଙ୍ଗଲ ପୋଡ଼ି ଏକ ମନୁଷ୍ୟକୃତ। ୨୦୨୧ରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବନାଞ୍ଚଳରେ ନିଆଁ ଭୟଙ୍କର ଭାବେ ବ୍ୟାପିବା ଏହାକୁ ସତ ପ୍ରମାଣିତ କରିଥିଲା। ଫଳରେ ଆଗକୁ ଜଙ୍ଗଲ ସମ୍ପଦର ସୁରକ୍ଷା କରିବା ଓ ଗ୍ରୀଷ୍ମ ଆସିଲେ ଜଙ୍ଗଲ ଯେମିତି ନିଆଁର ଆୟତ୍ତରେ ନଆସିବ ଏଥିପାଇଁ ବନ ବିଭାଗ ପକ୍ଷରୁ ସଚେତନତାକୁ ବ୍ୟାପକ କରା ଯାଇଥିଲା। ଜଙ୍ଗଲ ପାର୍ଶ୍ବରେ ରହୁଥିବା ଆଦିବାସୀଙ୍କଠୁ ଆରମ୍ଭ କରି ବିଭନ୍ନ ଉପାନ୍ତ ଇଲାକାର ଲୋକଙ୍କୁ ଜଙ୍ଗଲରେ ଶିକାର ଓ ପୋଡ଼ୁଚାଷ ପାଇଁ ନିଆଁ ନଲଗାଇବାକୁ ଚଳିତ ବର୍ଷ ଉତ୍ତର, ଦକ୍ଷିଣ ଘୁମୁସର ବନଖଣ୍ଡ ଏବଂ ବ୍ରହ୍ମପୁର ବନଖଣ୍ଡ ପକ୍ଷରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆ ଯାଇଥିଲା। ଏଥିପାଇଁ ପାଣି ଭଳି ଟଙ୍କା ଖର୍ଚ୍ଚ ହୋଇଛି। ତଥାପି କୌଣସି ସୁଫଳ ମିଳିପାରିନି। ବର୍ତ୍ତମାନ ଉତ୍ତର ଓ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧୀନ ବିଭିନ୍ନ ବନାଞ୍ଚଳରେ ନିଆଁ ଭୟଙ୍କର ଭାବେ ବ୍ୟାପୁଥିବା ବେଳେ ଏହାକୁ ନିୟନ୍ତ୍ରଣ ପାଇଁ ବନ ବିଭାଗ ଦିନରାତି ଏକ କରିଦେଇଛି। ତଥାପି ନିଆଁ ଅଟକୁନି।

ଏଭଳି ପରିସ୍ଥିତିରେ ପାତ୍ରପୁର ବ୍ଲକ୍ ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ପାହାଡ଼ିଆ ଇଲାକା ନିକଟ ଜଙ୍ଗଲରୁ ଚିନ୍ତାଜନକ ଚିତ୍ର ସାମ୍ନାକୁ ଆସିଛି। ବନାଞ୍ଚଳ ଅଧୀନ ବିଭିନ୍ନ ପାହାଡ଼ ଓ ଜଙ୍ଗଲ ଏବେ ହୁତ୍ ହୁତ୍ ହୋଇ ଜଳିବା ବନ ବିଭାଗର ନିଦ ହଜାଇଦେଇଛି। ଫଳରେ ବନାଞ୍ଚଳରେ ରହୁଥିବା ଜାତୀୟ ପକ୍ଷୀ ମୟୂର ବଂଶ ସମେତ ବିଭିନ୍ନ ବନ୍ୟଜନ୍ତୁଙ୍କ ଜୀବନ ପ୍ରତି ବିପଦ ଦେଖାଦେଛି। ବର୍ତ୍ତମାନ ଅଙ୍ଗାର ପାଇଁ କିଛି ଖଳ ପ୍ରକୃତିର ବ୍ୟକ୍ତି ଜଙ୍ଗଲ ଓ ପାହାଡ଼ରେ ନିଆଁ ଲଗାଇବାରୁ ବହୁ ମୂଲ୍ୟବାନ୍ ଗଛ ପୋଡ଼ିଯାଉଥିବା ଦେଖିବାକୁ ମିଳିଛି। ଉତ୍ତାପ ବୃଦ୍ଧି ପାଉଥିବାରୁ ବନ୍ୟଜନ୍ତୁ ଗାଁମୁହାଁ ହେଉଛନ୍ତି।

ମିଳିଥିବା ସୂଚନାନୁସାରେ, ଗତ ୧୫ ଦିନରୁ ଅଧିକ ଦିନ ଧରି ତାଳଗୁଡ଼ି, ଋଷିମାଳ, ସିଙ୍ଘରାଜ, ମୟୂରଞ୍ଚା ଓ ନାକେଇ ପାହାଡ଼ ସମେତ ଆଖପାଖ ପାହାଡ଼ିଆ ଇଲାକାରେ ନିଆଁ ଲାଗିଛି। ଗତ ଦୁଇଦିନ ତଳେ ନାକେଇ ପାହାଡ଼ରେ ନିଆଁ ଲାଗି ନିକଟ ଗାଁକୁ ବ୍ୟାପିବା ଆଶଙ୍କା ଦେଖାଦେଇଥିଲା। ପାତ୍ରପୁର ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେହିଭଳି ଋଷିମାଳ, ତାଳଗୁଡ଼ି, ସିଙ୍ଘରାଜ, ମୟୂରଞ୍ଚା ଓ ସୁରଙ୍ଗି ନିକଟସ୍ଥ ପାହାଡ଼ ଓ ଜଙ୍ଗଲରେ ନିଆଁ ଜଳୁଛି।

Drishti IAS
ଅନ୍ୟପଟେ ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧିକାରୀ ମନୋଜ କୁମାର ପାତ୍ରଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଜଙ୍ଗଲରେ ନିଆଁ ନଲଗାଇବା ଏବଂ ନିଆଁ ଲାଗିଲେ ଏହାକୁ ଲିଭାଇବା ପାଇଁ ନାଚ, ଗୀତ ଓ ଡାକବାଜି ଯନ୍ତ୍ର ମାଧୢମରେ ସଚେତନ କରାଯାଇଥିଲା। ତଥାପି ତାଳଗୁଡ଼ି, ଋଷିମାଳ, ସିଙ୍ଘରାଜ, ମୟୂରଞ୍ଚା ଓ ନାକେଇ ପାହାଡ଼ ଇଲାକାରେ କିଛି ଖଳ ପ୍ରକୃତିର ଲୋକେ ନିଆଁ ଲଗାଉଛନ୍ତି। ଯାହାକି ବନ ବିଭାଗ ପାଇଁ ଚିନ୍ତାର କାରଣ ପାଲଟିଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।