ଦେଶ ବିଦେଶ ମନୋରଞ୍ଜନ

ସବୁଠାରୁ ଦାମୀ ଚଳଚ୍ଚିତ୍ର ‘ବ୍ରହ୍ମାସ୍ତ୍ର’!

ଅଲୌକିକ ଶକ୍ତି କାହାଣୀ ଆଧାରିତ ଆୟାନ ମୁଖାର୍ଜୀଙ୍କ ଚଳଚ୍ଚିତ୍ର ‘ବ୍ରହ୍ମାସ୍ତ୍ର’ ଭାରତୀୟ ଚଳଚ୍ଚିତ୍ର ଜଗତର ସବୁଠାରୁ ଦାମୀ ଚଳଚ୍ଚିତ୍ର ହେବ। ଷ୍ଟାର୍‌ ଓଡିଜ୍‌ନି ଇଣ୍ଡିଆର ଅଧ୍ୟକ୍ଷ ଉଦୟ ଶଙ୍କର ଏକ ସାକ୍ଷାତକାରରେ ଏକଥା କହିଛନ୍ତି। ୩୦୦ କୋଟିର ବଜେଟରେ ଏହି ଚଳଚ୍ଚିତ୍ର ନିର୍ମିତ ହେଉଛି ବୋଲି ବି-ଟାଉନ୍‌ରେ ଗୁଜବ ସୃଷ୍ଟି ହୋଇଥିବା ବେଳେ ଉଦୟ ଶଙ୍କର ଚଳଚ୍ଚିତ୍ରର ସଠିକ୍‌ ବଜେଟ୍‌ କହିବାକୁ ମନା କରିଦେଇଥିଲେ। ତଥାପି ଏହି ଚଳଚ୍ଚିତ୍ର ନିର୍ମାଣରେ ୩୦୦ କୋଟିରୁ ଊର୍ଧ୍ବ ଟଙ୍କା ଖର୍ଚ୍ଚ ହେବ ବୋଲି କହିଥିଲେ।

ସେ କହିଥିଲେ, ବ୍ରହ୍ମାସ୍ତ୍ର ଭଳି ଚଳଚ୍ଚିତ୍ର ବଡ଼ ପରଦାରେ ହିଁ ଦେଖିବାକୁ ଭଲ ଲାଗିବ। ଏଭଳି ଚଳଚ୍ଚିତ୍ର ଦର୍ଶକଙ୍କ କଳ୍ପନା ବାହାରେ ଓ ସୃଜନଶୀଳତାର ଶୀର୍ଷକୁ ଯାଇ ଚିନ୍ତା କରିବାକୁ ପଡ଼େ। ଏଥିପାଇଁ ବଜେଟ୍‌ ବି ବଡ଼ ରଖିବାକୁ ପଡ଼େ ବୋଲି ସେ କହିଛନ୍ତି। ଚଳଚ୍ଚିତ୍ରର ପ୍ରଯୋଜନା କାମ ୨୦୧୮ରୁ ଆରମ୍ଭ ହୋଇଯାଇଥିବା ବେଳେ ଆସନ୍ତାବର୍ଷ ଏହା ମୁକ୍ତିଲାଭ କରିବ। ଏଥିରେ ପ୍ରଥମ ଥର ପାଇଁ ରଣବୀର କପୁର-ଆଲିଆ ଭଟ୍ଟଙ୍କ ଯୋଡ଼ି ଦେଖିବାକୁ ମିଳିବ। ପ୍ରମୁଖ ଭୂମିକାରେ ବିଗ୍‌ ବି’ ଅମିତାଭ ବଚ୍ଚନ, ନାଗାର୍ଜୁନ ଆକ୍କିନେନି ଓ ଡିମ୍ପଲ କପାଡ଼ିଆଙ୍କୁ ଦେଖିବାକୁ ମିଳିବ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ