ଦେଶ ବିଦେଶ ମନୋରଞ୍ଜନ

ସବା ଆଜାଦ୍‌ଙ୍କ ପ୍ରେମରେ ପଡିଛନ୍ତି ହ୍ରିତିକ୍‌ ରୋଶନ୍‌ ! ଭିଡିଓ ଭାଇରାଲ୍‌

ନୂଆଦିଲ୍ଳୀ ୩୧।୦୧: ବଲିଉଡ ଅଭିନେତା ହ୍ରିତିକ ରୋଶନ ପୁଣି ପ୍ରେମରେ ପଡିଛନ୍ତି। ନିକଟରେ ମୁମ୍ବାଇର ଏକ ରେଷ୍ଟୁରାଣ୍ଟରୁ ଜଣେ ଯୁବତୀଙ୍କ ହାତ ଧରି ବାହାରୁଥିବାର ସେ ନଜର ଆସିଥିଲେ। ଏବେ ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ପ୍ରଥମେ ତ ଯୁବତୀ ଜଣଙ୍କ ବିଷୟରେ ଜଣାପଡିନଥିଲା । ହେଲେ ଏବେ ତାହା ବିଷୟରେ ଜଣା ପଡିଯାଇଛି । ଚର୍ଚ୍ଚା ଅନୁଯାୟୀ ହ୍ରିତିକ୍‌ ଲେଖିକା ଏବଂ ଜଣେ ଅଭିନେତ୍ରୀ ସବା ଆଜାଦଙ୍କୁ ଡେଟ କରୁଛନ୍ତି। ସମ୍ପୃକ୍ତ ଯୁବତୀ ଜଣଙ୍କ ସବା ବୋଲି କୁହାଯାଉଛି। ସେ ଅନେକ ୱେବ୍‌ ସିରିଜ୍‌ ସହ ବଲିଉଡ୍‌ ପ୍ରୋଜେକ୍ଟରେ କାମ କରିଛନ୍ତି । ଏହା ଏବେ ଚାରିଆଡେ ବାଇରାଲ୍‌ ହେବାରେ ଲାଗିଛି ।

ନିକଟରେ ହ୍ରିତିକ ରୋଶନ ଏବଂ ତାଙ୍କ ସାଙ୍ଗରେ ଥିବା ସବା ମାସ୍କ ପିନ୍ଧିଥିଲେ। ଏହି କାରଣରୁ ଯୁବତୀ ଜଣଙ୍କ ପ୍ରକୃତରେ କିଏ ତାହା ଜଣାପଡି ନଥିଲା । ତେବେ ଭିଡିଓ ଦେଖିବା ପରେ ଲାଗୁଛି ଯେ ଫଟୋଗ୍ରାଫରମାନେ ସେଠାରେ ତାଙ୍କ ଫଟୋ ଉଠାଇବାରେ ହ୍ରିତିକଙ୍କର କୌଣସି ଅସୁବିଧା ନଥିଲା । ହ୍ରିତିକ ରେଷ୍ଟୁରାଣ୍ଟରୁ ବାହାରି ସିଧା ତାଙ୍କ କାର ଆଡକୁ ଯାଇଥିଲେ । କିନ୍ତୁ ଫଟୋଗ୍ରାଫରମାନଙ୍କୁ ଦେଖିବା ପରେ ସେ ସେଠାରୁ ଯାଇ ସିଧାସଳଖ ଗାଡିରେ ବସିଥିଲେ । କିନ୍ତୁ ସବୁଠାରୁ ବଡ କଥା ହେଉଛି ଫଟୋଗ୍ରାଫର୍‌ଙ୍କୁ ଦେଖିବା ପରେ ମଧ୍ୟ ହ୍ରିତିକ ଶେଷ ପର୍ଯ୍ୟନ୍ତ ଯୁବତୀଙ୍କ ହାତ ଧରିଥିଲେ। ହ୍ରିତିକ ଯୁବତୀଙ୍କୁ ପ୍ରଥମେ କାରରେ ବସିବାରେ ସାହାଯ୍ୟ କରିଥିଲେ ଏବଂ ପରେ ସେ ମଧ୍ୟ କାରରେ ବସି ସେଠାରୁ ଚାଲି ଯାଇଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ