ଅପରାଧ ଦେଶ ବିଦେଶ

ସଫଦରଜଙ୍ଗ ହସ୍ପିଟାଲରେ ଲାଗିଲା ନିଆଁ : ଆୟତ୍ତ କଲା ୫ ଦମକଳ ଗାଡି

ନୂଆଦିଲ୍ଲୀ ୨୭/୦୫: ଦେଶର ରାଜଧାନୀ ଦିଲ୍ଲୀରେ ଲଗାତର ଭାବେ ଅଗ୍ନିକାଣ୍ଡ ବୃଦ୍ଧି ପାଉଛି । ଏବେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଶୁକ୍ରବାର ସକାଳେ ହଠାତ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ପରେ ସେଠାରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ କରିଥିଲେ ।

ସୂଚନାନୁସାରେ, ଶୁକ୍ରବାର ସକାଳେ ସଫଦରଜଙ୍ଗ ହସ୍ପିଟାଲରେ ନିଆଁ ଲାଗିଯାଇଥିଲା । ଏହାସହ ଗୁରୁ ଅଙ୍ଗଦ ନଗର ପାଖରେ ଥିବା ଆଉ ଏକ ହସ୍ପିଟାଲରେ ମଧ୍ୟ ଅଘ୍ନିକାଣ୍ଡ ଘଟିଥିଲା । ଅଗ୍ନିଶମ ବିଭାଗର କହିବାନୁସାରେ, ନିଆଁକୁ ଆୟତ୍ତ କରାଯାଇଛି । ଦମକଳ ବାହିନୀର ୫ ଗାଡି ନିଆଁ ଲିଭାଇଥିଲେ ।

ସୂଚନାଯୋଗ୍ୟ, ଚଳିତ ମାସରେ ହିଁ ଦିଲ୍ଲୀର ମୁଣ୍ଡକା ହସ୍ପିଟାଲରେ ଭୟଙ୍କର ନିଆଁ ଲାଗିଥିଲା । ଯେଉଁଥିରେ ୨୭ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହା ଅନେକ ପୋଡି ଗୁରୁତର ହୋଇପଡିଥିଲେ । ଏହାପରେ ମଧ୍ୟ ଦିଲ୍ଲୀର ଅନେକ ସ୍ଥାନରେ ଛୋଟବଡ ଅଗ୍ନିକାଣ୍ଡ ଘଟଣା ଘଟି ଚାଲିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ