ଅପରାଧ ରାଜ୍ୟ

ସପ୍ତାହେ ହେଲା ଅନ୍ଧାରରେ ପଞ୍ଚାୟତବାସୀ, ଦାବି ପରେ ବି ଶୁଣୁନାହାନ୍ତି କେହି…

ଫୁଲବାଣୀ ୨୩।୦୯ : ସପ୍ତାହେ ହେଲା ଅନ୍ଧାରରେ ଗ୍ରାମବାସୀ । କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ମିଣିଆ ପଞ୍ଚାୟତରେ ଆଜକୁ ପ୍ରାୟ ସାତ ଦିନ ହେଲା ପୋଡିଯାଇଛି ଟ୍ରାନ୍ସଫର୍ମର । ଯାହାଫଳରେ ଗ୍ରାମବାସୀ ଏପରି ଅସୁବିଧା ଭୋଗୁଛନ୍ତି ।

ଖବର ଅନୁଯାୟୀ, ମିଣିଆ ପଞ୍ଚାୟତରେ କୌଣସି କାରଣରୁ ଟ୍ରାନ୍ସଫର୍ମଟି ପୋଡିଯାଇଥିଲା । ଯାହାଫଳରେ ୧୦୦ରୁ ଅଧିକ ପରିବାର ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପଟେ ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ସାପ ଆଦି ବିଷାକ୍ତ ଜନ୍ତୁ ପ୍ରତି ଭୟ ସୃଷ୍ଟି ହେଉଛି l ଅନ୍ୟପଟେ ପିଲାମାନଙ୍କ ପରୀକ୍ଷା ଚାଲିଛି । ସେମାନେ ଦୀପ ଆଲୁଅରେ ରାତିରେ ପଢିବାକୁ ବାଧ୍ୟ ହେଉଛନ୍ତି l ସରପଞ୍ଚ ଗୌତମ ମଲ୍ଲିକ ବିଦ୍ୟୁତ୍ ଯୋଗାଣ ବିଭାଗରେ ଅଭିଯୋଗ ପରେ ବି ତିଆରି ହୋଇପାରୁନି l ଖୁବଶୀଘ୍ର ପ୍ରସ୍ତୁତ କରାଯିବ ବୋଲି କହିଥିଲେ ବି ଏବେ ଯାଏଁ ହୋଇପାରିଲାନି । ଶେଷରେ ଗ୍ରାମବାସୀମାନେ ବାଧ୍ୟ ହୋଇ ରାସ୍ତା ଅବରୋଧ କରିଛନ୍ତି । ଯାହାଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଉଭୟ ରାସ୍ତାରେ ଅନେକ ଗାଡି ଅଟକି ରହିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।