ଧର୍ମ

ସପ୍ତାହର ଶେଷଦିନ ଶନିବାରର ମାହାତ୍ମ୍ୟ ସମ୍ପର୍କରେ ଜାଣନ୍ତୁ କେତୋଟି କଥା, ବଦଳିଯିବ ବିଗିଡି ଯାଇଥିବା ଭାଗ୍ୟ…

ସପ୍ତାହର ଶେଷ ଦିନ ଶନିବାର । କର୍ମଜୀବୀମାନେ ୱିକେଣ୍ଡ ଭାବେ ଏହାକୁ ଗ୍ରହଣ କରିଥାନ୍ତି । ତେବେ ଧର୍ମଶାସ୍ତ୍ର ଅନୁସାରେ ଶନିବାରକୁ ଧର୍ମ,ପୁଣ୍ୟ ତଥା ରିଷ୍ଟ ଖଣ୍ଡନର ବାର ବୋଲି କୁହାଯାଏ। ଏହି ବାରକୁ ସଂସ୍କୃତରେ ‘ଶନିବାସ’ ବୋଲି କୁହାଯାଏ। ଶନିଦେବ ପଶ୍ଚିମ ଦିଗ ଅଧିପତି ହୋଇଥିବାରୁ ଏହି ଦିନ ପଶ୍ଚିମ ଦିଗକୁ ଯାତ୍ରା, ପଶ୍ଚିମ ଦିଗକୁ ମୁହଁ କରି ପୂଜାର୍ଚ୍ଚନା କଲେ ସୁଫଳ ମିଳିଥାଏ । ଶନିଦେବ ହେଉଛନ୍ତି ଧୂମ ଓ କଳା ବର୍ଣ୍ଣର ପ୍ରତୀକ । ତେଣୁ ପୂଜାର୍ଚ୍ଚନା ସମୟରେ ଏହି ବର୍ଣ୍ଣର ପରିଧେୟ ବାଞ୍ଛନୀୟ ।

ଶନି ମହାଦଶା ଭୋଗ କରୁଥିବା ବ୍ୟକ୍ତି ଏହି ଦିନ ଶନି ମହାରାଜଙ୍କ ଇଷ୍ଟଦେବୀ ଦକ୍ଷିଣକାଳୀଙ୍କୁ ଆରାଧନା କଲେ ଅଖଣ୍ଡ ସୌଭାଗ୍ୟ ମିଳିଥାଏ । ସେହିଭଳି ଶମିବୃକ୍ଷ ମୂଳରେ ରାଶିତେଲର ଦୀପ ପ୍ରଜ୍ବଳନ କରିବା ସହ ବୃକ୍ଷଙ୍କୁ ୭ବାର ପ୍ରଦକ୍ଷିଣ କଲେ ସର୍ବ ରିଷ୍ଟ ଖଣ୍ଡନ ହେବା ସହ ରାଜଯୋଗ ପ୍ରାପ୍ତ ହୋଇଥାଏ ।

ଗ୍ରହରାଜ ଶନିଙ୍କ ଉଦ୍ଦେଶ୍ୟରେ ଏହି ବାରଟିକୁ ସମର୍ପିତ କରାଯାଇଛି। ଏହି ଦିନ ଏକାନ୍ତ ନିଷ୍ଠା ଏବଂ ବିଶ୍ବାସର ସହିତ ଗ୍ରହରାଜ ଶନିଙ୍କୁ ବିଧିବିଧାନ ପୂର୍ବକ ପୂଜାର୍ଚ୍ଚନା କଲେ ଗ୍ରହରାଜ ଶନି ସନ୍ତୁଷ୍ଟ ହୋଇଥାଆନ୍ତି ଫଳରେ ସର୍ବରିଷ୍ଠ ଖଣ୍ଡନ ହେବା ସହିତ ସର୍ବଦେବୀ ସନ୍ତୁଷ୍ଟ ହୋଇ ଆଶୀର୍ବାଦ କରିଥାନ୍ତି। ଶନି ହେଉଛନ୍ତି ରୁଦ୍ର,ଦାନ,ଆଶୀର୍ବାଦ,ରିଷ୍ଟ ଖଣ୍ଡନ ଏବଂ ବିଶ୍ବାସର ପ୍ରତୀକ।

ଯେଉଁ ମାନେ ଶନିବ୍ରତ କରଥାନ୍ତି ସେମାନେ ପ୍ରଥମ ଶନିବାରରେ ଗ୍ରହରାଜ ଶନିଙ୍କୁ ବିଧିପୂର୍ବକ ଆବାହନ କରି ପ୍ରତି ଶନିବାର ନିଷ୍ଠାର ସହିତ ପୂଜାର୍ଚ୍ଚନା କରିଥାନ୍ତି । ପଞ୍ଚମ ଶନିବାର ଦିନ ବନ୍ଧୁବାନ୍ଧବ,ଜ୍ଞାତିକୁଟୁମ୍ବ ସହୋଦର,ସାଇପଡ଼ିଶାଙ୍କୁ ନିମନ୍ତ୍ରଣ କରି କୁଳପୁରୋହିତ ଦ୍ବାରା ପୂଜାର୍ଚ୍ଚନା କଲେ ସର୍ବରିଷ୍ଟ ଖଣ୍ଡନ ହେବା ସହିତ ସର୍ବବିଧ ମଙ୍ଗଳ ହୁଏ ବୋଲି ବିଶ୍ବାସ କରାଯାଏ।

ସର୍ବୋପରି ପରିବାରର ଅକାଳମୃତ୍ୟୁ ରିଷ୍ଟ ଖଣ୍ଡନ ହୁଏ। ମହାମାରୀ ଆଦି ରୋଗରୁ ରକ୍ଷା ମିଳିବା ସହିତ ଭକ୍ତ ଦେହାନ୍ତେ ମୋକ୍ଷପ୍ରାପ୍ତି ହୋଇଥାଏ। ଶନି ହେଉଛନ୍ତି ସମସ୍ତ ଗ୍ରହମାନଙ୍କ ମଧ୍ୟରେ ଅତ୍ୟନ୍ତ ଗରିଷ୍ଠ। ସେ ସନ୍ତୁଷ୍ଟ ହେଲେ ସମସ୍ତ ଗ୍ରହ ସର୍ବଦେବାଦେବୀ , ମୁନିଋଷି, ସାଧୁସନ୍ଥ ସନ୍ତୁଷ୍ଟ ହୁଅନ୍ତି ବୋଲି ବିଶ୍ବାସ କରାଯାଏ।
ଏହି ଦିନ ସାତ୍ତ୍ବିକ ଆହାର ପୂର୍ବକ ନିଷ୍ଠା ଓ ଏକାଗ୍ରତାର ସହିତ ଶନିପୂଜା,ଶିବ ପୂଜା ଏବଂ ଶକ୍ତିପୂଜା କରାଯାଇଥାଏ। ଏହି ଦିନ ଗୃହ ନିର୍ମାଣ,ଜାଳେଣି ଦ୍ରବ୍ୟ କ୍ରୟବିକ୍ରୟ,ଯାନବାହନ ବ୍ୟବସାୟ ବା କ୍ରୟବିକ୍ରୟ,ଠିକାଦାରୀ ବ୍ୟବସାୟ,ଲୌହଇସ୍ପାତ ଆଦି ବ୍ୟବସ୍ଥା ପ୍ରତିଷ୍ଠାନ,ବ୍ୟାଙ୍କ ସଞ୍ଚୟ,ରୋଗୀ ସେବା,ବସ୍ତ୍ର କ୍ରୟବିକ୍ରୟ, ଶନି ପୂଜା, ଜନକଲ୍ୟାଣ ଆଦି କାର୍ଯ୍ୟ ସର୍ବୋପରି ପିତାମାତା ସେବା ଶ୍ରେଷ୍ଠ ଅଟେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ