ଅପରାଧ ରାଜ୍ୟ

ସପ୍ତାହକରେ ୨ୟ ଘଟଣା, ମେଡିକାଲ ଛାତରୁ ଡେଇଁ ରୋଗୀ ମୃତ

ଢେଙ୍କାନାଳ ୧୮।୦୮: ଚାରି ମହଲା ଉପର ତଳକୁ ଡେଇଁପଡିଲେ ରୋଗୀ । ଆଉ ତଳେ ପଡି ଚାଲିଗଲା ରୋଗୀର ଜୀବନ । ମୃତକ ପରଜଙ୍ଗ ଥାନା ଲୋଧଣି ଗାଁର ୫୦ ବର୍ଷୀୟ ଦୁର୍ଯ୍ୟୋଧନ ନାୟକ ବୋଲି ଜଣାପଡିଛି । ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଏଭଳି ଅଘଟଣା ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ, ଦୁର୍ଯ୍ୟୋଧନଙ୍କୁ ବୁଧବାରଠୁ ପରିବାର ପକ୍ଷରୁ ମୁଣ୍ଡ ବୁଲାଇବା ଯୋଗୁଁ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଗୁରୁବାର ଭୋର ପ୍ରାୟ ସାଢେ ୪ଟା ସମୟରେ ଦୁର୍ଯ୍ୟୋଧନ ହଠାତ୍‌ ବେଡ୍‌ରୁ ଉଠି ଝରକା ପଟେ ତଳକୁ ଡେଇଁ ପଡିଥିଲେ । ଯାହାଫଳରେ ତାଙ୍କର ଜୀବନ ଚାଲିଯାଇଛି ।

ତେବେ ଏକ ସପ୍ତାହ ମଧ୍ୟରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଏହା ଦ୍ୱିତୀୟ ଘଟଣା ।ସେପଟେ ଏହି ଅଘଟଣ ପାଇଁ ସୁରକ୍ଷାକର୍ମୀଙ୍କ ଅବହେଳାକୁ ଦୀୟ କରିଛନ୍ତି ମୃତ ଦୁର୍ଯ୍ୟୋଧନଙ୍କ ପରିବାର । ତେବେ ଦୁର୍ଯ୍ୟୋଧନ କଣ ପାଇଁ ଡେଇଁଲେ, ତାହା ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।